ଚେନ୍ନାଇରେ ଟେଲିଭିଜନ୍ ଯୁବ ସାମ୍ବାଦିକଙ୍କୁ ହତ୍ୟା, ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଲଢ଼ୁଥିବା ନେତାଏ ଚୁପ୍‌ !


(୧୦/୧୧) ଗତ ରବିବାର ଦିନ ତାମିଲନାଡ଼ୁର ଚେନ୍ନାଇ ମହାନଗର ଉପକଣ୍ଠରେ ଥିବା କାଂଚିପୁରମ ଜିଲ୍ଲାର କୁନ୍ଦ୍ରାଥୁରରେ ଜଣେ ଯୁବ ଟେଲିଭିଜନ୍ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଖବର ହସ୍ତଗତ ହୋଇଛି । ଏକ ତାମିଲ ଟେଲିଭିଜନ ପାଇଁ କାର୍ଯ୍ୟ କରୁଥିବା ୨୯ ବର୍ଷ ବୟସ୍କ ମୋଜେସ୍ ନାମକ ଉକ୍ତ ସାମ୍ବାଦିକ ସରକାରୀ ଜମିର ଅବାଧ ବିକ୍ରି ସମ୍ପର୍କରେ ଖବର ପରିବେଷଣ କରୁଥିଲେ । ପୂର୍ବରୁ ଅନେକ ଥର ସେ ହତ୍ୟା ଧମକ ପାଇଥିଲେ । ମୋଜେସ୍ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଏକ ତାମିଲ ଚ୍ୟାନେଲର ବିଶେଷ ସୋ ନିମନ୍ତେ ଗୁପ୍ତ ଭାବେ ଖବର ସଂଗ୍ରହ କରୁଥିଲେ । ଗତ ସପ୍ତାହରେ ସେ ଗଞ୍ଜେଇ କାରବାର ସମ୍ପର୍କରେ ଖବର ପରିବେଷଣ କରିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଥିଲା । ତାମିଲନାଡ଼ୁର ‘ପେଶା ସାମ୍ବାଦିକ ସଂଘ’ର ରାଜ୍ୟ ସଭାପତିଙ୍କ ସୂଚନାନୁଯାୟୀ, ମୋଜେସ ରବିବାର ରାତିରେ ନିଜ ଘରୁ ବାହାରୁଥିବା ସମୟରେ କେତେ ଜଣ ଲୋକ ତାଙ୍କୁ ଡାକିଥିଲେ ଓ କିଛି କରିବାକୁ ତାଙ୍କୁ ସେମାନେ କହିଥିଲେ । ତାପରେ ତାଙ୍କର ଚିତ୍କାର ଶୁଣି ଘରୁ ବାହାରି ଦେଖିବା ବେଳକୁ କେତେ ଲୋକ ତାଙ୍କୁ ଦାଆରେ ତାଙ୍କୁ ଆକ୍ରମଣ କରୁଥିଲେ । ତାଙ୍କ ବାପାଙ୍କୁ ଦେଖି ଆକ୍ରମଣକାରୀମାନେ ପଳାଇ ଯାଇଥିଲେ । ତେବେ ତାଙ୍କୁ ନିକଟସ୍ଥ ସରକାରୀ ହସପିଟାଲକୁ ନିଆଯାଇଥିଲେ ବି ଅଧିକ କ୍ଷତାକ୍ତ ହୋଇଥିବା କାରଣରୁ ରକ୍ତ ଝରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ତାଙ୍କ ବାପା ଯେସୁଦାସଙ୍କ କହିବାନୁଯାୟୀ, ତାଙ୍କୁ ଗଞ୍ଜେଇ କାରବାର ସମ୍ପର୍କରେ ଖବର ପରିବେଷଣ କରିବା ପରେ ହତ୍ୟା ଧମକ ମିଳୁଥିଲା । କିନ୍ତୁ ସେ ପୋଲିସ୍ ଷ୍ଟେସନକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ ବି ଲିଖିତ ଅଭିଯୋଗ କରି ନଥିବାରୁ ତାଙ୍କ ପୁଅର ହତ୍ୟା ହୋଇଗଲା ବୋଲି ସେ ଏକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ‘ପେଶା ସାମ୍ବାଦିକ ସଂଘ’ ର ରାଜ୍ୟ ସଭାପତି ସଗୟାରାଜ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ସହ ପରିବାରର ଜଣକୁ ସରକାରୀ ଚାକିରୀ ଦେବାକୁ ତାମିଲନାଡ଼ୁ ସରକାରଙ୍କଠାରେ ଦାବି ଜଣାଇଛନ୍ତି । ସୋମଙ୍ଗଲମ୍ ଥାନାରେ ଏକ କେଶ ରୁଜୁ ହୋଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ‘ଦନ୍ୟୁଜ୍ ମିନିଟ୍‌’ ରେ ପ୍ରକାଶ ପାଇଛି । ତେବେ ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ମାମଲାରେ କୋର୍ଟର ହସ୍ତକ୍ଷେପ ପରେ ବର୍ତ୍ତମାନ ଜେଲରେ ଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିବା ନେତା କାହିଁକି ଅନ୍ୟ ସାମ୍ବାଦିକଙ୍କ ଘଟଣାରେ ଚୁପ୍ ରହୁଛନ୍ତି, ତାହା ସମସ୍ତଙ୍କୁ ତାଜୁବ୍ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଚେନ୍ନାଇରେ ଟେଲିଭିଜନ୍ ଯୁବ ସାମ୍ବାଦିକଙ୍କୁ ହତ୍ୟା, ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଲଢ଼ୁଥିବା ନେତାଏ ଚୁପ୍‌ !