Skip to content
(୧୨/୨) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘଂଟାବହାଲ ଖେଳ ପଡିଆଠାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଗ୍ରାମୀଣ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦାନ କରିଥିଲେ । ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଆୟୁବ ଖାନ ନିଜ ମନ୍ତବ୍ୟରେ ତାଙ୍କର ବିଧାୟକ ସମୟ ରେ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଆଲୋଚନ କରି ଥିବା ବେଳେ ଯେଉଁ କାର୍ଯ୍ୟ ଗୁଡ଼ିକ ରହିଯାଇଛି ତାହା ମନ୍ତ୍ରୀ ଙ୍କୁ ଦୁଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଅତିଥି ସୁଶାନ୍ତ ସିଂହ ବିଜେଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଆଗକୁ ଥିବା ନିର୍ବାଚନ ଗୁଡିକ ବିଜୟ ହାସିଲ ପାଇଁ ସଠିକ ଯୋଜନା ସହ ଦଲ ନେତା ମାନଙ୍କର ମଧ୍ୟ ରେ ଗୋଷ୍ଠୀ ବିଭାଜନ ନ ହୋଇ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବା ଓ ବିଜୟ ହେବା ବୋଲି ମନ୍ତବ୍ୟ ଦଲ ନେତା ଓ କର୍ମୀ ମାନଙ୍କୁ ଦେଇଥିଲେ ଏହି ସମ୍ମିଳନୀରେ ବହୁ ସଂଖ୍ୟା ମହିଳା ବିଜେଡି କର୍ମୀ ପାଟଣାଗଡ ବିଧାୟକ ସୋରଜ ମେହେର ସହ ବିଜେଡି ଦଲ ପଦ ଅଧିକାରୀ ନେତା ଅଜୟ ଦାସ, ଫିରୋଜ ଖାଁନ, ରାଜେନ୍ଦ୍ର ବେହେରା , ଵିସାଲ ବେହେରା, ହଂସୁଲାଲ ଜେନା, ଗୋପା ମହାନନ୍ଦ, ସିମରନ କୋର,ମୋନଜ ଚଣ୍ଡୀ ଉପସ୍ଥିତ ଥିଲେ । (ରିପୋର୍ଟ-ଏସ୍ କେ ସମିମ୍)
Advertisement