କଣ୍ଟାବାଞ୍ଜିର ପରିମଳ ବ୍ୟବସ୍ଥା ଶୋଚନୀୟ ‌।


(୦୯/୧) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ଯୋଜନା କରିଛନ୍ତି ହେଲେ କର୍ମଚାରୀ ବିବାଦ ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କଣ୍ଟାବାଞ୍ଜି ପରିମଳ ବ୍ୟବସ୍ଥା ଚିନ୍ତା ବିଷୟ ପାଲଟି ଯାଇଛି । ସୁଚନା ଅନୁସାରେ କଣ୍ଟାବାଞ୍ଜି ସହର ୧୬ ଟି ୱାର୍ଡର ନାଲି ଗୁଡ଼ିକରେ ମଇଳା ପାଣି ନିଷ୍କାସନ ହୋଇ ପାରୁ ନଥିବାବେଳେ ରାସ୍ତା ସାମ୍ନାରେ ଅଳିଆ ଆବର୍ଜନା ପଡ଼ି ରହୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଏହି ଅଳିଆ ଆବର୍ଜନା ଯୋଗୁଁ ଭବିଷ୍ୟତରେ ନାନା ରୋଗରେ ଆକ୍ରାନ୍ତ ହେବା ର ଆଶଙ୍କା ପ୍ରକାଶ ପାଇଛି । ମୋ ସରକାର ଅନ୍ତର୍ଗତ ଏସଏଚ୍‌ଜିର ମହିଳାମାନେ ଘର ଘର ବୁଲି ରିକ୍ସା ଦ୍ବାରା ଅଳିଆ ଆଵର୍ଜନା ସଂଗ୍ରହ କରୁଥିବାବେଳେ ରିକ୍ସା ପାଇଁ ସେମାନଙ୍କୁ କର୍ମଚାରୀ ଯୋଗାଇ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି । କଣ୍ଟାବାଞ୍ଜି ସହରରେ ବୁଲା ଗାଈ ଓ ଵୁଲା କୁକୁର ମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଏନ୍ଏସି ପକ୍ଷରୁ ଏହି ଗାଈଗୋରୁ ମାନଙ୍କ ପାଇଁ କୋୖଣସି ବ୍ୟବସ୍ଥା ନାହିଁ। ଏହି ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ଉପଜିଲ୍ଲାପାଳ ହସ୍ତକ୍ଷେପ କରି ସହର ବୁଲି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି । ( ରିପୋର୍ଟଏସ କେ ସମିମ )

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜିର ପରିମଳ ବ୍ୟବସ୍ଥା ଶୋଚନୀୟ ‌।