ତୁରେକେଲା ବ୍ଲକ ଅଂଚଳରେ ପାଣି ଟାଙ୍କିି କାର୍ଯ୍ୟକ୍ଷମ ହୋଇ ପାନୀୟ ଜଳ ପହଂଚିବ କେବେ?

(୧୧/୧) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ଗାଁର ୱାର୍ଡ ନମ୍ବର ୯ ଓ ୧୦ ର ୬୦୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । ଲୋକମାନଙ୍କ ର ଅଭିଯୋଗ ଅନୁଯାୟୀ ଏହି ୱାର୍ଡ଼ ଗୁଡ଼ି୍କ ରେ ସରକାର ପକ୍ଷରୁ ଆଜି କୁ ୫ ବର୍ଷ ହେବ ଗୋଟିଏ ବଡ଼ ପାଣି ଟାଙ୍କି ଓ ଗୋଟିଏ କୂଅ ନିର୍ମାଣ ହୋଇ ସାରଛିି । କୂଅ ପାଖ ରେ ଟ୍ରନ୍ସଫରମର , ସହ କୁଅ ରେ ପାଣି ମଟର ଲଗାଯାଇଛି ।ୱାର୍ଡ ନମ୍ବର ୯ ଓ ୧୦ ରେ ପାଣି ପାଇପ ଲାଇନ ସଂଯୋଗ କାର୍ଯ୍ୟ ସରିଛି । ଏତେ ସବୁ ବ୍ୟବସ୍ଥା ସରି ଯାଇଥିଲେ ବି ଏହି ଅଂଚଳର ଲୋକେ ପାଣି ମୁନ୍ଦାଏ ପାଇଁ କାହିଁ କେତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସବୁ ଠିକ୍ ରହି କାହିଁକି ୫ ବର୍ଷ ହେବ ପାଣି ଟାଙ୍କିି କାର୍ଯ୍ୟ କ୍ଷମ ହୋଇ ପାରୁ ନାହିଁ ଓ ଲୋକ ଙ୍କ ପାଖରେ ପାଣି ପହଞ୍ଚି ପାରୁନାହିଁ ? ପ୍ରଶାସନକୁ ଆହୁରି କେତେ ବର୍ଷ ଲାଗିବ ଏହି ପାଣିଟାଙ୍କିକୁ କାର୍ଯ୍ୟକ୍ଷମ କରି ଲୋକଙ୍କ ପାଖରେ ପାଣି ପହଂଚାଇବା ପାଇଁ ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି । (ରିପୋର୍ଟ-ଏସ୍ କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତୁରେକେଲା ବ୍ଲକ ଅଂଚଳରେ ପାଣି ଟାଙ୍କିି କାର୍ଯ୍ୟକ୍ଷମ ହୋଇ ପାନୀୟ ଜଳ ପହଂଚିବ କେବେ?