ଉନ୍ନତି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପୂର୍ବତନ ବିଧାୟକ ଆୟୁବ ଖାଁନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ।

(୨୬/୧୨) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଲ୍ପ ଗୁଡିକ କାର୍ଯ୍ୟକାରି କରିବାକୁ ପୂର୍ବତନ ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଆୟୁବ ଖାଁନ ମାନ୍ୟବର ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଗ୍ରାମ୍ୟ ଉନ୍ନୟନ ବିଭାଗ, ଶ୍ରୀଯୁକ୍ତ ସୁଶାନ୍ତ ସିଂ,ପୂତ ବିଭାଗ, ପର୍ଯ୍ୟଟନ ବିଭାଗ, ଅତିରିକ୍ତ ସଚିବ, ଉନ୍ନୟନ କମିଶନର ଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‌। ଶ୍ରୀ ଖାଁନଙ୍କ ସୂଚନା ଅନୁସାରେ ଗ୍ରାମୀଣ ଓ ଅନ୍ତ ଜିଲ୍ଲା ସଡ଼କ ନିର୍ମାଣ ଅନ୍ତର୍ଗତ ୮ଟି ଉନ୍ନତିି ପ୍ରକଳ୍ପ କାର୍ଯ୍ୟକାରି କରିବା ଅନୁରୋଧ କରିଥିବା ବେଳେ ରାସ୍ତା ନିର୍ମାଣ କରିବା ପାଇଁ ନାବାର୍ଡ,ସି ଆର ଏଫ୍/ ଏବଂ, ବିଜୁ କେବିକେ ପାଣ୍ଠିରୁ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ୬ଟି ପ୍ରକଳ୍ପ, ମୁରିଵାହାଲ ବ୍ଳକ ଅନ୍ତର୍ଗତ ୬ଟି ପୋଲ ତୁରେକେଲା ବ୍ଳକ ଅନ୍ତର୍ଗତ ୮ଟି ପୋଲ ପୋଲ ଓ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ୮ ଟିି ପୋଲ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି । ବଙ୍ଗୋମୁଣ୍ଡା ମୁକୁନ୍ଦ ସାଗର ପୁନଃଉଦ୍ଧାର ଓ ପର୍ଯ୍ୟଟନ ସ୍ଥଳୀ ରାନିପୁର ଝରିଆଲର ଉନ୍ନତିକରଣ ପାଇଁ ଅନୁରୋଧ କରାଯାଇଛି । କଣ୍ଟାବାଞ୍ଜି ସହର ଥିବା ପମ୍ପୁ ତଲାଵ ପୁନଃଉଦ୍ଧାର ଓ କଣ୍ଟାବାଞ୍ଜି ସହରକୁ ତେଲ ନଦୀ ରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯକାରୀ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି । (ରିପୋଟ-ଏସ୍‌.କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଉନ୍ନତି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପୂର୍ବତନ ବିଧାୟକ ଆୟୁବ ଖାଁନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ।