ନବରଙ୍ଗପୁରରେ ପାଳିତ ହେଲା ୭୨ ତମ ସାଧାରଣତନ୍ତ୍ର ଦିବସ।

(୨୬/୦୧) ନବରଙ୍ଗପୁରର ଦର୍ଶକ ବିହୀନ ଷ୍ଟାଡିୟମରେ ପାଳିତ ହେଲା ସାଧାରଣ ତନ୍ତ୍ର ଦିବସ। ଚାରିଆଡ଼େ ଖାଁ ଖାଁ ଲାଗୁଥିଲା।ଏହି ପରିସ୍ଥିତି ରେ କୋଭିଡ କଟକଣା ନିୟମ ପାଳନ କରି ନବରଙ୍ଗପୁର ମିନି ଷ୍ଟାଡିୟମ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ମାନ୍ୟବର ଜଳ ସେଚନ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଧନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରି ଅଭିଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ଅଭିଭାଷଣ ରେ ନବରଙ୍ଗପୁର ମାଟିକୁ ଜାତୀୟ ସଂଗ୍ରାମୀ ମାଟି ଭାବେ ଅଭିହିତ କରି ଦେଶ ପାଇଁ ଲଢ଼େଇ କରିଥିବା ନବରଙ୍ଗପୁର ମାଟିର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସରକାର ଙ୍କ ଜନାହିତକର କାର୍ଯ୍ୟକଳାପ ଉପରେ କିଛି ସମୟ ପାଇଁ ଭାଷଣ ରଖିଥିବା ଶୁଣିବାକୁ ମିଳିଥିଲା।ନବରଙ୍ଗପୁର କୁ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ଲାଗି ସରକାର ଯୋଜନା କରିଥିବା ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଶେଷରେ ଜିଲ୍ଲାର ବିଭିନ୍ନ ବିଭାଗର ଭଲ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଙ୍କ ଦ୍ଵାରା ପୁରୁସ୍କୃତ କରାଯାଇଥିଲା। ପରେ ଶେଷରେ ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲା ଉପ କାରାଗାର ପରିଦର୍ଶନ କରି ଚିକିତ୍ସିତ ରୋଗୀ ଓ କାରାଗାର ଅନ୍ତେବାସୀ ମାନଙ୍କୁ ସମସ୍ୟା ପଚାରି ବୁଝିବା ସହ ମିଷ୍ଠାନ ବଣ୍ଟନ କରିଥିଲେ।ସେ କାରାଗାର ଅନ୍ତେବାସୀ ଙ୍କୁ ଆଗାମୀ ଦିନରେ ଭଲକାମ କରି ଭଲ ମଣିଷ ହେଇ ମୁଖ୍ୟସ୍ରତ ରେ ସାମିଲ ହେବାକୁ ଅନେକ ଉପଦେଶ ଦେଇଥିଲେ। ନବରଙ୍ଗପୁର କାରାଗାର ରେ ଏବେ ପୁରୁଷ କଏଦୀ ୨୨୭ ଥିବା ବେଳେ ମହିଳା ୪ ଜଣ ଥିବା ଜଣା ପଡ଼ିଛି।ଏଥିରେ ମନ୍ତ୍ରୀଙ୍କ ସହ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ଚିକିତ୍ସା ଅଧିକାରିଣୀ ଶୋଭାରଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁରରେ ପାଳିତ ହେଲା ୭୨ ତମ ସାଧାରଣତନ୍ତ୍ର ଦିବସ।