ଜଣେ ଗର୍ଭବତୀ ମହିଳା ମହାରାଷ୍ଟ୍ରର ନାସିକରୁ ମଧ୍ୟପ୍ରଦେଶର ସତନାକୁ ଚାଲି ଚାଲି ଯିବା ବାଟରେ ଏକ ଶିଶୁକୁ ଜନ୍ମ ଦେଇ ପୁଣି ୧୬୦ କିଲୋମିଟର ଚାଲିଚାଲି ଯାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିଥିବା ଜାଣିବାକୁ ମିଳିଛି । ମହିଳାଙ୍କ ପରିଚୟ ମିଳି ପାରି ନଥିଲେ ବି ମହିଳା ଜଣକ ନିଜ ସ୍ୱାମୀ ଓ ୪ ଟି ସନ୍ତାନ ସହ ନାସିକରୁ ବାହାରିଥିଲେ । ମଧ୍ୟପ୍ରଦେଶର ଏକ ଚେକପୋଷ୍ଟରେ କାମ କରୁଥିବା କବିତା କନେଶ ନାମ୍ନୀ ମହିଳା ଯେ କି ସେ ଗର୍ଭବତୀ ମହିଳାଙ୍କୁ ଅଟକାଇଥିଲେ, ସେ କହିଛନ୍ତି ଯେ ସେ ପ୍ରସବ କଲା ପରେ ଦେଢ଼ ରୁ ଦୁଇ ଘଣ୍ଟା ମାତ୍ର ବିଶ୍ରାମ କରି ପୁଣି ବାହାରି ପଡ଼ିଥିଲେ । ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ କୌଣସି ଗାଡ଼ିମଟରର ବି ସୁବିଧା କରି ପାରିଲେନି କି କେହି ବି ସେମାନଙ୍କୁ ନେଲେ ନାହିଁ । ମହିଳାଜଣକ ଗତ ୫ ତାରିଖ ଦିନ ଶିଶୁକୁ ଜନ୍ମ ଦେଇଥିବା ସେ ସମ୍ବାଦ ସରବରାହ ସଂସ୍ଥା ସିଏନଏନ୍କୁ କହିଛନ୍ତି ।
ମହିଳା ରାସ୍ତାରେ ପ୍ରସବ କରି, ଶିଶୁକୁ ଧରି ଚାଲିଲେ ୧୬୦ କିଲୋମିଟର
