ନଦୀରେ ବୁଡ଼ି ମହିଳା ମୃତ


ଗତକାଲି ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ବିବାହିତା ମହିଳା ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି । ମୃତ ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ଗ୍ରାମର କେତେକୀ ମାଝୀ ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ ମଞ୍ଚାଗାଁ ଗ୍ରାମର ହଳଧର ମାଝୀଙ୍କ ସ୍ତ୍ରୀ କେତକୀ ମାଝୀ ଗତକାଲି ସକାଳୁ ଗାଁ ନିକଟସ୍ଥ ଇନ୍ଦ୍ରାବତୀ ନଦୀକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ତାଙ୍କ ଗୋଡ଼ ଖସି ଯିବାରୁ ନଦୀରେ ସେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେବା ପରେ ଏ ନେଇ ମୃତ ମହିଳାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ । ହେଲେ ୨୪ ଘଣ୍ଟା ପରରେ ଆଜି ଅଗ୍ନିଶମ ବିଭାଗ ମହିଳାଙ୍କ ଶବକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି । ଏ ନେଇ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନଦୀରେ ବୁଡ଼ି ମହିଳା ମୃତ