ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ ଆଜି ସକାଳେ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ବରଗଡର ବାସିନ୍ଦା ହେଲେ ବି ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ଅଂଚଳରେ ଲୋକଙ୍କ ସେବା କରୁଥିଲେ । ଗତ ନିର୍ବାଚନ ସମୟରେ ସେ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହୋଇଥିଲେ । ତେବେ ରାଜ୍ୟ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ କରିଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କୁ ଅମେ ସମବେଦନା ଜ୍ଞାପନ କରୁ । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଶ୍ରୀ ଚୌହାନ ଜୀବିତ ଥିଲେ ବି ତାଙ୍କୁୁ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଜଣାଇ ଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ଦେହାନ୍ତ
