(୧୯/୮) ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଂଚଳରେ ଏକ ଡକାୟତି ଘଟଣା ଘଟିଥିଲା । ଏଥିରେ ବହୁ ପରିମାଣର ଅର୍ଥ ଲୁଟ ହୋଇଥିଲ. ଫଳରେ ଘଟଣାକୁ ମହୁଲପାଲି ଥାନାର ଆଇଆଇସି ଗୁରୁତର ଭାବେ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ତବବେ ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠୁ ଡକାୟତି ହୋଇଥିବା ଅର୍ଥ ସମେତ ଘଟଣାରେ ବ୍ୟବହୃତ ହୋଇଥିବା ମୋଟର ସାଇକେଲକୁ ଜବତ କରିଛନ୍ତି । ଏଥିପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମହୁଲପାଲି ଆଇଆଇସି ଜ୍ୟୋସ୍ôନା ବେହେରାଙ୍କୁ ପ୍ରଶଂସା କରିଛନ୍ତି ।
ଡକାୟତି ଘଟଣାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କଲେ ମହିଳା ଆଇଆଇସି
