ନବରଙ୍ଗପୁର ଜିଲ୍ଲା କୋହାମଗୁଡା ଥାନା ଅନ୍ତର୍ଗତ ଉକିଆପାଲି ଗ୍ରାମ ନିକଟରେ ଗତ କାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ, ଉକିଆପାଲି ଗ୍ରାମର ମହାଦେବ ଭତରା ଓ ତାଙ୍କ ସ୍ତ୍ରୀ ଦିଶା ଭତରା ଏକ ବାଇକ ଯୋଗେ ନିଜ ଗ୍ରାମକୁ ଆସୁଥିବାବେଳେ ସାମ୍ନା ପଟୁ ଆସୁଥିବା ଏକ ପଥର ବୋଝେଇ ଟ୍ରକଟି ଧକ୍କା ଦେବାରୁ ଘଟଣା ସ୍ଥଲରେ ଦିଶା ଭତରାଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରତର ଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଯାଇ ଶବକୁ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ପ୍ରକାଶ ।
ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
