(୨୦/୧୦) ଓଟିଭିର ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେବା ଘଟଣାକ଼ୁ ନେଇ ‘ରାଷ୍ଟ୍ରୀୟ ସାମ୍ବାଦିକ ସଂଘ’(ଏନ୍ୟୁଜେ) ପୋଲିସର କାର୍ଯ୍ୟଶୈଳୀକୁ ନିନ୍ଦା କରିଛି । ଘଟଣା ସମ୍ପର୍କରେ ସଂଘ ତରଫରୁ ଜାରି ଏକ ବିବୃତିରେ ଏହା ଅସହିଷ୍ଣ ଭାବ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କୁହାଯାଇଛି । ଏହା ଦ୍ୱାରା ଓଡ଼ିଶା ସରକାର ଗଣମାଧ୍ୟମକୁ ଚାପି ରଖିବାକୁ ଚାହୁଁଥିବା ଜଣାପଡ଼ୁଛିବୋଲି ସଂଘର ସଭାପତି ରାସବିହାରୀ ଓ ସମ୍ପାଦକ ପସନ୍ନ ମହାନ୍ତି କହିଛନ୍ତି । ପୋଲିସ୍୍ ସାମ୍ବାଦିକଙ୍କୁୁ ଗିରଫ କରିବା ସମୟରେ କୌଣସି ପରିଚୟପତ୍ର କିମ୍ବା କୌଣସି ଗିରଫ ପରୱାନା ଦେଖାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବାକୁ ସରକାର ପୋଲିସର ଅସଦ୍ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ବେହେରା ଓ ଶ୍ରୀ ମହାନ୍ତି ଜାରି ବିବୃତିରେ କହିଛନ୍ତି । ତେବେ ସରକାର ଏପରି କାର୍ଯ୍ୟ କରି ଗଣମାଧ୍ୟମର କାର୍ଯ୍ୟରେ ବାଧା ନ ଦେବାକୁ ସଂଘ ଅନୁରୋଧ କରୁଛି ବୋଲି ବିବୃତି ଦେଇଥିବା ଓଟିଭି ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ସାଂସଦ ମୁର୍ମୁଙ୍କ ସମ୍ବନ୍ଧରେ ଏହି ବିବୃତିରେ କୌଣସି ବିଷୟ ଉଲ୍ଲେଖ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତର ସଂସଦ ହେଉଛି ଗଣତନ୍ତ୍ରର ସର୍ବବୃହତ ସଭା । ସେହି ସଂସଦର ସବୁଠାରୁ କନିଷ୍ଠ ସାଂସଦ ଯିଏ କି ଜଣେ ଆଦିବାସୀ ମହିଳା, ତାଙ୍କର ଏକ ମିଥ୍ୟା ଭିଡିଓ ସାମ୍ବାଦିକ ଜଣକ ତିଆରି କରାଇ ଭାଇରାଲ୍ କରିଥିବା ଅଭିଯୋଗ କରିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ । ତେବେ ଜଣେ ସାଂସଦଙ୍କ କଥାର ଗୁରୁତ୍ୱ କଣ କିଛି ନାହିଁ? ତାଙ୍କର ଅଭିଯୋଗରେ କଣ ଯଥାର୍ଥତା ବୋଲି ଟିକିଏ ନାହିଁ? ଯଦି ଅଛି, ତେବେ ସାମ୍ବାଦିକ ସଂଘ ସାଂସଦଙ୍କ ଅଭିଯୋଗ ୍ପ୍ରତି ନିରବ ରହି ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିବା ଘଟଣାକୁ ନିନ୍ଦା କରିବା କ’ଣ ଅନୈତିକ କାର୍ଯ୍ୟ ନୁହେଁ? ଯଦି ଅନୈତିକ କାର୍ଯ୍ୟରେ ଜଣେ ସାମ୍ବାଦିକ ଲିପ୍ତ ରହେ, ତେବେ ସଂଘର ଦାୟିତ୍ୱ କଣ ତାଙ୍କୁ ନ ସୁଧାରି ସେ ଯାହା କଲେ ବି ତାଙ୍କୁ ସବୁବେଳେ ସୁରକ୍ଷା ଦେବା କଣ ସାମ୍ବାଦିକତାର ମୂଲ୍ୟବୋଧର ଅବକ୍ଷୟ ନୁହେଁ? ଏସବୁର ଉତ୍ତର ମଧ୍ୟ ରଖିବାକୁ ହେବ ସଂପୃକ୍ତ ସାମ୍ବାଦିକ ସଂଘକୁ, ନହେଲେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବା ଅସମ୍ଭବ ନୁହେଁ ।
ଓଟିଭି ସାମ୍ବାଦିକଙ୍କ ସପକ୍ଷରେ ଛିଡ଼ା ହୋଇଥିବା ସାମ୍ବାଦିକ ସଂଘ(ଏନ୍ୟୁଜେ) ମହିଳା ସାଂସଦଙ୍କ ଅଭିଯୋଗ ପ୍ରତି ନିରବ କାହିଁକି ?
