(୧୦/୯) ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାତ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ଗୋଧ୍ରା କାଣ୍ଡରେ ସଂପୃକ୍ତି ଥିବା ନେଇ ଅଭିଯୋଗ କରିବା ଯୋଗୁଁ ଆଇପିଏସ୍ ଅଫିସର୍ ସଞ୍ଜିବ ଭଟ୍ଟ ୫ ସେପ୍ଟେମ୍ବର ୨୦୧୮ ରୁ ଏଯାଏଁ ଜେଲରେ ଅଛନ୍ତି ବୋଲି କୁହାଯାଏ । ଉତ୍ତରପ୍ରଦେଶର ସମାଜସେବୀ ତଥା ଡାକ୍ତର କଫିଲ ଖାନଙ୍କୁ ମିଥ୍ୟା ମକଦ୍ଦମାରେ ସରକାର ଫଶାଇ ଜେଲରେ ରଖିଥିଲେ, ହେଲେ ସେ ଜେଲରୁ ବାହାରି ସାରିଥିବାବେଳେ ଆଇପିଏସ୍ ସଞ୍ଜିବ ଭଟ୍ଟ ଏଯାଏଁ ଦୁଇ ବର୍ଷ ହେଲା ଜେଲରେ ଥିବାରୁ ତାଙ୍କ ସପକ୍ଷରେ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି । ଲୋକେ ହିନ୍ଦୀ ସିନେମା ‘ସିଂହମ୍’ ଦେଖିବାକୁ ପସନ୍ଦ କରୁଥିବାବେଳେ ଅପରାଧୀ ରାଜନେତାମାନଙ୍କୁ ସେମାନେ ସମର୍ଥନ କରି ସଚ୍ଚୋଟ ପୋଲିସ ଅଫିସରଙ୍କୁ ସେମାନେ ଗାଳିଗୁଲଜ କରୁଛନ୍ତି ବୋଲି କେତେକ ଟ୍ୱିଟ୍ କରିଛନ୍ତି । ଗତକାଲି ମୁମ୍ବେରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟକୁ ମୁମ୍ବେ ମହାନଗର ନିଗମ ତରଫରୁ ଭଙ୍ଗା ଯିବା ଯୋଗୁଁ ଗଣମାଧ୍ୟମରେ କେତେ ହୋହାଲ୍ଲା ହୋଇଥିଲା, ହେଲେ ୨୦୧୮ ରେ ଏହି ସଚ୍ଚୋଟ ପୋଲିସ ଅଫିସରଙ୍କ ଘର ଅହମ୍ମଦାବାଦ ମହାନଗର ନିଗମ ଭାଙ୍ଗିବାବେଳେ କାହିଁକି ଗଣମାଧ୍ୟମ ଚୁପ ଥିଲା ବୋଲି ତାଙ୍କ ସମର୍ଥକ ପ୍ରଶ୍ନ କରିଛନ୍ତି ।
ଗୋଧ୍ରା କାଣ୍ଡର ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ସଞ୍ଜିବ ଭଟ୍ଟଙ୍କ ଘର ଭଙ୍ଗାବେଳେ ଗଣମାଧ୍ୟମ ଚୁପ୍ ଥିଲା କାହିଁକି ?
