ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ପ୍ରତିଶୃତି କେବେ ରଖିବ ?

(୧୨/୭) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ଯୋଗାଇ ଦେବା ଘୋଷଣା କରିଛନ୍ତି । ଟିଟିଲାଗଡ଼ ସବଡିଭଜନର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଆନକା ଗ୍ରାମ ପଞ୍ଚାୟତର ବେହରେନସିଲେଟ ଗ୍ରାମର ରାସ୍ତା ନିର୍ମାଣ ଦାବୀରେ ଆନ୍ଦୋଳନ ସହ ଲିଖିତ ଅଭିଯୋଗ ମଧ୍ୟ ହେଲା । ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ମଧ୍ୟ ଦେଲା, ହେଲେ ସମସ୍ୟା ତ ସମସ୍ୟା ରହିଲା । ଏବେ ଏହି ରାସ୍ତା କାଦୁଅ ହେଇଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେବାକୁ ପଡୁଛି। ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଲୋକମାନେ ଦାବୀ କରୁଛନ୍ତି । ସେହିପରି କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଏହି ରାସ୍ତା ଗୁଡିକ ରାତାରାତି ତିଆରି କରାଯାଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ସ୍ଥାନରେ ରାସ୍ତା ଆବଶ୍ୟକତା ନାହିଁ କିମ୍ବା ରାସ୍ତା ଭଲ ଥିଲା ସେହି ଠାରେ ରାସ୍ତା ତିଆରି ହେଇଛି । ୱାର୍ଡ଼ ନମ୍ବର ୧ ରେ ରାସ୍ତା ଗୁଡ଼ିକ ଖାଲ ହୋଇ ଯାଇଥିଲେ ମଧ୍ୟ ଆଜିକୁ ୧୦ ବର୍ଷ ହେବ ରାସ୍ତା ତିଆରି ହୋଇ ନାହିଁ । ଏହା କେବେ ତିଆରି ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । (ରିପୋର୍ଟ : ଏସକେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ପ୍ରତିଶୃତି କେବେ ରଖିବ ?