କଣ୍ଟାବାଞ୍ଜି ପୌରପାଳିକାର ୧ ନମ୍ବର ୱାର୍ଡର ସମସ୍ୟା ପ୍ରତି କର୍ତ୍ତୃପକ୍ଷ କେବେ ଦୃଷ୍ଟି ଦେବେ ?

(୩୧/୧୦) କଣ୍ଟାବାଞ୍ଜି ସହରରେ ଥିବା ୱାର୍ଡ଼ ନମ୍ବର ୧ ର ଅବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି । ଏହି ୱାର୍ଡ଼ର ଜନସଂଖ୍ୟା ୧୬୦୦ ଥିବାବେଳେ ଗତ ୧୦ ବର୍ଷ ଭିତରେ ଏହାର କୋଣସି ଉନ୍ନତି ଘଟି ନଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷରେ କଣ୍ଟାବାଞ୍ଜି ପୌରପାଳିକାର କଂଗ୍ରେସ ୫ ବର୍ଷ ଓ ବିଜୁ ଜନତା ଦଳ ୫ ବର୍ଷ କାଉନସିଲ ଗଠନ କରିଥିଲେ, ହେଲେ ତଥାପି ମଧ୍ୟ ଏହି ୱାର୍ଡ଼ର କୋଣସି ଉନ୍ନତି ଘଟି ନଥିବାବେଳେ ଏହି ୱାର୍ଡ ସଫା ହୁଏ ନାହିଁ ବୋଲି ଲୋକମାନେ ଅଭିଯୋଗ କରନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନଗୁଡ଼ିକ ଭାଙ୍ଗି ଯାଇଥିବା ଯୋଗୁଁ ନାଳନର୍ଦ୍ଦମାର ମଇଳା ପାଣି ରାସ୍ତା ଉପରେ ବୋହୁଥିବା ଅନେକ ସମୟରେ ଦେଖିବାକୁ ମିଳେ । ସୁଚନା ଅନୁଯାୟୀ, ଏହି ୱାର୍ଡ଼ରେ ଥିବା ବାହାଦୁର ପଡାର ଯିବା ଆସିବା ପାଇଁ ରାସ୍ତା ନାହିଁ ବୋଲି ବହୁତ ଦିନରୁ ଦାବି ହୋଇ ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ କୋୖଣସି ବ୍ୟବସ୍ଥା କରାଯାଇ ନାହିଁ । ଏହି ୱାର୍ଡରେ ଥିବା ବାବାମଜାର ରୁ ହନିଫ ଖାଁନଙ୍କ ଘର ପର୍ଯ୍ୟନ୍ତ ରାସ୍ତାରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ଲୋକେ ରାତିରେ ଯିବାଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଅଭିଯୋଗ ହୁଏ । ଏହି ୱାର୍ଡ ର ପାଠପଢା ଯୁବକମାନଙ୍କ ପାଇଁ କୋୖଣସି ରୋଜଗାରର ସୁଯୋଗ ନ ଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହେଉଛନ୍ତି, ହେଲେ ଏହି ଯୁବକ ମାନଙ୍କ ପାଇଁ କେଵେ ପୋଲିସ , ପ୍ରଶାସନ କିମ୍ବା କିମ୍ବା କୌଣସି କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ଚିନ୍ତା କରନ୍ତି ନାହିଁ ବୋଲି ସେମାନେ ଅନ୍ଧାର ଆଡ଼କୁ ଗତି କରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୁଏ । (ରିପୋର୍ଟ-ଏସ୍‌.କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜି ପୌରପାଳିକାର ୧ ନମ୍ବର ୱାର୍ଡର  ସମସ୍ୟା ପ୍ରତି କର୍ତ୍ତୃପକ୍ଷ କେବେ ଦୃଷ୍ଟି ଦେବେ ?