(୨୫/୭) କିଛି ଘଣ୍ଟାର ବର୍ଷା ଯୋଗୁଁ କଣ୍ଟାବାଞ୍ଜି ସହରରେ ଦେଖାଯାଇଥିବା ସମସ୍ୟା ପୂରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି । କଣ୍ଟାବାଞ୍ଜିରୁ ବଲାଙ୍ଗୀର ଯିବା ରାସ୍ତାରେ ପାଣି ଜମା ହେବା ଯୋଗୁ ଲୋକମାନଙ୍କୁ ଅନେକ ସମସ୍ୟା ହୋଇଥିଲା, । କାରଣ ହେଲା ଡ୍ରେନ୍ ଜାମ ହେବା ଦ୍ଵାରା ଏପରି ଅବସ୍ଥା ହୋଇଛି ବୋଲି କୁହାଗଲା । ସୁଚନା ଅନୁସାରେ କଣ୍ଟାବାଞ୍ଜି ସହରରେ ଅନେକ ଥର ଡ୍ରେନ୍ ପାଣି ଘରେ ପଶି ଥିବା ଅଭିଯୋଗ ହେଇଛି । କିଛି ଦିନ ତଳେ କଣ୍ଟାବାଞ୍ଜି ସହର ମଧ୍ୟରେ ଥିବା ପୁଟେଲ କୋଲନିରେ ଟିକିଏ ବର୍ଷା ହେବାରୁ ଡ୍ରେନ୍ ପାଣି ଘରେ ପଶିଲା, ହେଲେ ପ୍ରଶାସନର ଚେତା ପଶିଲା ନାହିଁ। ସେହିପରି ଡ୍ରେନ୍ପାଣି ଘରେ ପଶୁଥିବା ବେଳେ ଡ୍ରେନ୍ ଗୁଡିକ ମାସ ମାସ ସଫା ନ ହେବା ଯୋଗୁ ଏହିପରି ଅବସ୍ଥା ନୁଆପଡାରେ ରହୁଥିବା ଲୋକେ ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ସମୁଖ ରେ ଏନ୍ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ଠାକୁରଙ୍କୁ ଅଭିଯୋଗ କରିଥିଲେ। କଣ୍ଟାବାଞ୍ଜି ସହରରେ ଅନେକ ଦିନରୁ ଏହି ସମସ୍ୟା ଥିବାବେଳେ ବର୍ଷାଦିନରେ ଏହି ସମସ୍ୟା ବଡ଼ ସମସ୍ୟା ଭାବେ ଏହା ଛିଡ଼ା ହୋଇଥାଏ । ହେଲେ ବର୍ଷା ଦିନ ଗଲା ପରେ କିଏ ଏହି ବିଷୟ ଉପରେ ଚର୍ଚ୍ଚା କରୁଛି? ସହର ସଫା ହେଉ କି ନ ହେଉ, ଦରମା ମିଳିଲେ ସରିଲା ବୋଲି ବୋଧହୁଏ କର୍ମଚାରୀ ଭାବୁଥିବେ । । କଣ୍ଟାବାଞ୍ଜି ସହର ଏକ ପ୍ଲାନିଙ୍ଗ ସହର ହୋଇଥିଲେ ବି ସହରରେ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା ନ ହେବା ଚିନ୍ତାର ବିଷୟ ବୋଲି ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି । (ଏସ୍କେ ସମିମ୍)
କଣ୍ଟାବାଞ୍ଜି ସହରରେ ବର୍ଷାଜଳ ନିଷ୍କାସନର ସୁବିଧା କେବେ ?
