ମୋଦୀଙ୍କ ବାପା କେବେ ଚା’ଦୋକାନ କରିଥିବା ତଥ୍ୟ ପଶ୍ଚିମ ରେଳବାଇ ଦେଇପାରିଲା ନାହିଁ


(୨୫/୮) କେନ୍ଦ୍ର ସୂଚନା କମିଶନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାପା ଦାମୋଦର ଦାସଙ୍କ ଚା’ ଦୋକାନ ସମ୍ପର୍କରେ ମାଗିଥିବା ତଥ୍ୟ ସମ୍ପର୍କୀତ ଏକ ଅଭିଯୋଗର ଫଇସଲା କରିଛନ୍ତି । ଦୁଇ ବର୍ଷ ତଳେ ପାୱନ ପାରିକ ନାମକ ଜଣେ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ବଳରେ ପଶ୍ଚିମ ରେଳବାଇଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାପା ଚଳଉଥିବା ଚା’ଦୋକାନ ସମ୍ପର୍କରେ ତଥ୍ୟ ମାଗିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାପାଙ୍କୁ ଚା’ଦୋକାନ ନିମନ୍ତେ ମିଳିଥିବା ଲାଇସେନ୍ସ ବା କାଗଜପତ୍ରର ନକଲ ଦେବାକୁ ସେ ଆବେଦନ କରିଥିଲେ । ପ୍ରଥମ ଥର କରିଥିବା ଆବେଦନର କୌଣସି ଉତ୍ତର ନ ପାଇବାରୁ କେନ୍ଦ୍ର ସୂଚନା କମିଶନରଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କଦ୍ୱାରା ଏମିତି କିଛି କାଗଜପତ୍ର ମଗା ଯାଇ ନଥିବା ରେଳବାଇ ପକ୍ଷରୁ କେନ୍ଦ୍ର ସୂଚନା କମିଶନରଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଦ୍ୱିତୀୟ ଥର ଶ୍ରୀ ପାରିକ ପୁନର୍ବାର କେନ୍ଦ୍ର ସୂଚନା କମିଶନରଙ୍କୁ ଅଭିଯୋଗ କରିବା ପରେ ସେ ମାଗିଥିବା ସମୟର ପୁରୁଣା ରେକର୍ଡ଼ ଅହମଦାବାଦ ଡିଭିଜନରେ ଏବେ ଉପଲବ୍‌ଧ ନାହିଁ ବୋଲି ସୂଚନା ଦିଆଗଲା । ୨୦୧୫ ମସିହାରେ ମଧ୍ୟ ଜଣେ ସୂଚନା ଅଧିକାର ବଳରେ ପ୍ରଧାନମନ୍ତ୍ରୀ ମୋଦୀ ଛୋଟବେଳେ ରେଳବାଇ ପ୍ଲାଟଫର୍ମରେ ଚା’ ବିକୁଥିବାର ତଥ୍ୟ ରେଳବାଇକୁ ମାଗିଥିଲେ ବି ତାହା ମିଳିପାରି ନଥିଲା ବୋଲି ‘ଦ ୱେୟାର’ ପ୍ରକାଶ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମୋଦୀଙ୍କ ବାପା କେବେ ଚା’ଦୋକାନ କରିଥିବା ତଥ୍ୟ ପଶ୍ଚିମ ରେଳବାଇ ଦେଇପାରିଲା ନାହିଁ