ବିଶିଷ୍ଟ ଟେଲିଭିଜନ୍ ସଂପାଦକ ରାଜଦୀପ ସରଦେଶାଇ ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁର ମିଥ୍ୟା ଖବର ପାଇଁ କ୍ଷମା ମାଗିଲେ !


(୧୩/୮) ଇଣ୍ଡିଆ ଟୁଡେ ଟେଲିଭିଜନ୍ ଚ୍ୟାନେଲର ଉପଦେଷ୍ଟା ସଂପାଦକ ତଥା ପ୍ରଖ୍ୟାତ ଟେଲିଭିଜନ ଏଙ୍କର ରାଜଦୀପ ସରଦେଶାଇ ମିଥ୍ୟା ଖବର ପ୍ରସାରଣ ପାଇଁ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ଆଜି ସକାଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିବା ଖବର ସେ ସୋସିଏଲ୍ ମିଡିଆରେ ପ୍ରଚାର କରି ଦେଇଥିଲେ । ଏହା ଦେଖି ଶ୍ରୀ ମୁଖାର୍ଜୀଙ୍କ ପୁଅ ଅଭିଜୀତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏହା ମିଥ୍ୟା ଖବର ବୋଲି ଉକ୍ତ ଖବର ପ୍ରଚାର କରିଥିବା ସାମ୍ବାଦିକଙ୍କ ନାମ ନ ନେଇ ପ୍ରତିବାଦ କରିଥିଲେ । ସେମାନେ ଲେଖିଥିଲେ ଯେ, ଏଥିରୁ ଜଣାପଡ଼ୁଛି ଯେ ଭାରତ ଏକ ମିଥ୍ୟା ଖବର ପ୍ରଚାର କରିବାର ଗନ୍ତାଘର ହୋଇଗଲାଣି । ଏହା ସୋସିଏଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶ୍ରୀ ସରଦେଶାଇ ନିଜ ଟ୍ୱିଟର୍‌ରେ ବାରମ୍ବାର ଟ୍ୱିଟ କରି କ୍ଷମା ମାଗିଥିଲେ । ଏହା ତାଙ୍କର ଅବହେଳା ଯେ ସେ ଖବରଟିକୁ ସ୍ପଷ୍ଟ ନ ହେବା ସତ୍ତ୍ୱେ ତାହା ସେ ଟ୍ୱିଟର୍‌ରେ ପୋଷ୍ଟ କରିଦେଇଥିଲେ ଓ ଶ୍ରୀ ମୁଖାର୍ଜୀ ଜୀବିତ ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ପରେ ପୁଣି କ୍ଷମା ପ୍ରାର୍ଥନା କରି ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ଦିଲ୍ଲୀସ୍ଥିତ ଆର୍ମି ହସପିଟାଲରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦିନ ମସ୍ତିଷ୍କରେ ଅସ୍ତ୍ରୋପଚାର ପରେ ଏବେ ତାଙ୍କର ଚିକିତ୍ସା ଚାଲିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଶିଷ୍ଟ ଟେଲିଭିଜନ୍ ସଂପାଦକ ରାଜଦୀପ ସରଦେଶାଇ ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁର ମିଥ୍ୟା ଖବର ପାଇଁ କ୍ଷମା ମାଗିଲେ !