ଅକ୍ଟୋବର ୧୯ ଓଡ଼ିଶା ବନ୍ଦକୁ ନେଇ ଭିଆଇପି ପାର୍ଟି ରାଜ୍ୟ ସଭାପତି ଡ.ବିପିନ କୁଶଲିଆଙ୍କୁ ବଲାଙ୍ଗୀର ପୋଲିସ୍ ଅଟକ ରଖିଲା !


(୧୬/୧୦) ପଶ୍ଚିମ ଓଡ଼ିଶାର ପ୍ରାୟ ୨ ହଜାର ପ୍ରାଥମିକ ସ୍କୁଲକୁ ସରକାର ବନ୍ଦ କରିବା ସପକ୍ଷରେ ଅଛନ୍ତି । ଏହାକୁ ବିରୋଧ କରି କିଛି ଦିନ ତଳେ ଏକ ଆଂଚଳିକ ଦଳ ଭାବେ ସ୍ୱୀକୃତି ପାଇଥିବା ଭିଆଇପି ପାର୍ଟି ତରଫରୁ ଅକ୍ଟୋବର ୧୯ କୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ପାର୍ଟିର ରାଜ୍ୟ ସଭାପତି ଡ.ବିପିନ କୁଶଲିଆଙ୍କୁ ବଲାଙ୍ଗୀର ଟାଉନ ଥାନାରେ ଅଟକ ରଖିଥିବା ଏକ ପୋଷ୍ଟ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ସେଆର୍ କରିଛନ୍ତି । ସେଥିରେ ସେ ବଲାଙ୍ଗୀରରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଚଂଚଳ ରାଣାଙ୍କ ସମ୍ପର୍କରେ ଗମ୍ଭୀର ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ରାଣା ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଅନ୍ୟାୟ କରି ଏହି ବନ୍ଦକୁ ରୋକିବା ଲାଗି ସେ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏପରିକି ଜିଲ୍ଲାପାଳଙ୍କ ସୁରକ୍ଷା କର୍ମଚାରୀ ଶ୍ରୀ ମୁଗ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଟଣାଓଟରା କରିଥିଲେ ଓ ତାଙ୍କ ମୋବାଇଲ ଫୋନକୁ ଟାଣି ନେବାକୁ ଆଦେଶ ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ବନ୍ଦ କରିବାକୁ ଚିହ୍ନଟ କରିଥିବା ପ୍ରାଥମିକ ସ୍କୁଲମାନଙ୍କୁ ବିରୋଧ କରୁଥିବାବେଳେ ଗରିବ ଲୋକେ ସରକାରୀ ଯୋଜନାରେ କିପରି ଘରଡିହ ଖଣ୍ଡେ ପାଇବେ ସେଥିପାଇଁ ଲଢ଼େଇ କରୁଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅକ୍ଟୋବର ୧୯ ଓଡ଼ିଶା ବନ୍ଦକୁ ନେଇ ଭିଆଇପି ପାର୍ଟି ରାଜ୍ୟ ସଭାପତି ଡ.ବିପିନ କୁଶଲିଆଙ୍କୁ ବଲାଙ୍ଗୀର ପୋଲିସ୍ ଅଟକ ରଖିଲା !