ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ବିବାଦୀୟ ମନ୍ତବ୍ୟ: ରାଜ୍ୟର ଶିକ୍ଷାବିତଙ୍କୁ ‘ମୃତବ୍ୟକ୍ତି’ ବୋଲି ଆକ୍ଷେପ କଲେ !


(୨୭/୯) ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦’ କୁ ନେଇ ବିଭିନ୍ନ ସ୍ତରରେ ସରକାରଙ୍କ ଆଲୋଚନା ହେଉଥିବାବେଳେ ଏକ ଭିଡିଓ କନଫେରେନସିଂ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ, ଶିକ୍ଷାବିତମାନେ ଗତ ପାଂଚ ବର୍ଷ ହେଲା ଜାଗ୍ରତ ହୋଇଛନ୍ତି ଓ ସେମାନଙ୍କ ପ୍ରତିବାଦ ଏବେ ଶୁଣିବାକୁ ମିଳୁଛି । କିନ୍ତୁ ‘ମୃତବ୍ୟକ୍ତି’ ମାନେ ବର୍ତ୍ତମାନ ଜୀବନ୍ତ ହୋଇ ଉଠୁ ଥିବାରୁ ସେ ବହୁତ ଖୁସି ବୋଲି ସେ ଏହି ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି । ଏହି ସମାନ ବିଷୟ ଉପରେ ନିଜ ଦଳର ସାଂସଦ ହୋଇ ମଧ୍ୟ ସେ କିଛି ଜାଣି ନାହାନ୍ତି ବୋଲି ଏକ ଭିଡିଓ କନଫେରେନସିଂ କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟସଭା ସାଂସଦ ଭର୍ତ୍ତୃହରି ମହତାବ୍ ପ୍ରକାଶ କରିଛନ୍ତି । ଏହାକୁ ନେଇ ବିଜେପି ନେତ୍ରୀ ଲେଖା ସାମନ୍ତସିଂହାର ନିଜ ଟ୍ୱିଟର ପେଜରେ ଆପତ୍ତି ଉଠାଇଛନ୍ତି । ତେବେ ଏସବୁ ବିଷୟକୁ ନେଇ ଉଭୟ ସରକାର ଓ ଶାସକ ଦଳ ବିଜେଡି କି ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ବିବାଦୀୟ ମନ୍ତବ୍ୟ: ରାଜ୍ୟର ଶିକ୍ଷାବିତଙ୍କୁ ‘ମୃତବ୍ୟକ୍ତି’ ବୋଲି ଆକ୍ଷେପ କଲେ !