(୦୫/୮) କଣ୍ଟାବାଞ୍ଜି ଅଂଚଳରେ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ କଣ୍ଟାବାଞ୍ଜି ସହରର ୱାର୍ଡ ନଂ.୨, ୫, ୧୦ ଓ ୧୧ କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସୂଚନାନୁସାରେ କଣ୍ଟାବାଞ୍ଜି ସହରରେ ବସୁଥିବା ସବୁଦିନିଆ ହାଟକୁ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ ଆଦେଶକ୍ରମେ ୱାର୍ଡ ନଂ-୧୧ ପାଖରେ ଥିବା ଆରଏମ୍ସି ମାର୍କେଟକୁ ସ୍ଥାନାନ୍ତରୀତ କରାଯାଇଛି, ଯେଉଁ ଅଂଚଳକୁ କି ଜ୍ିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଫଳରେ ଗ୍ରାହକ ଏହି ଅଂଚଳକୁ ଆସୁ ନାହାନ୍ତି ତେଣୁ ସେମାନେ ପନିପରିବା ବିକି ନ ପାରି କ୍ଷତି ସହୁଛନ୍ତି ବୋଲି ପନିପରିବା ବିକ୍ରେତା ଅଭିଯୋଗ କରିଛନ୍ତି । ସେମାନଙ୍କର ଦୁଃଖ ବୁଝିବାକୁ କେହି ନାହାନ୍ତି, ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ( ରିପୋର୍ଟ: ଏସ୍କେ ସମିମ୍)
କଣ୍ଟାବାଞ୍ଜିରେ କଣ୍ଟେନମେଣ୍ଟ ଜୋନରେ ବଜାର ବସୁଥିବାରୁ ବିକ୍ରେତା କ୍ଷତିରେ !
