(୦୨/୮) କରୋନା ଯୋଗୁଁ ବିଶ୍ୱର ଅନେକ ଲୋକ ମୃତ୍ୟୁ ବରଣ କରୁଥିବାବେଳେ ଉତ୍ତର ପ୍ରଦେଶର ବୈଷୟୀକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ କମଳ ରାଣୀ ବରୁଣଙ୍କ ନାମ ଏଥିରେ ଆଜି ଯୋଡ଼ି ହୋଇଯାଇଛି । କରୋନା ସଂକ୍ରମଣ ଯୋଗୁଁ ତାଙ୍କୁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଲ ଇନ୍ଷ୍ଟିଚ୍ୟଟ୍ ଅଫ୍ ମେଡିକାଲ ସାଇନ୍ସ ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁ ହୋଇଥିବା ସେଠିକାରର ମୁଖ୍ୟ ଡାକ୍ତର ଅମିତ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କମଳ ରାଣୀଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଅଯୋଧ୍ୟା ଗସ୍ତକୁ ଆଜି ସ୍ଥଗିତ ରଖିଛନ୍ତି । ରାଜ୍ୟରେ ଯେତେବେଳେ ନେତା ଓ ମନ୍ତ୍ରୀମାନେ କରୋନା ସଂକ୍ରମଣ ଯୋଗୁଁ ଜୀବନ ହରାଉଛନ୍ତି ସେହି ସମୟରେ ଅଯୋଧ୍ୟାରେ ଏକ ଧାର୍ମିକ କାର୍ଯ୍ୟ ଆୟୋଜନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିରୋଧି ଦଳ ପ୍ରଶ୍ନ କରିଛନ୍ତି ।
କରୋନା ନେଲା ଉତ୍ତର ପ୍ରଦେଶ ବୈଷୟୀକ ଶିକ୍ଷା ମନ୍ତ୍ରୀଙ୍କ ଜୀବନ !
