ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ଘଟଣାରେ ସରକାର ହରଡ଼ଘଣାରେ


(୧୧/୭) ଉତ୍ତରପ୍ରଦେଶର ଆଠ ଜଣ ପୁଲିସ ଅଫିସରକୁ ଗୁଳି କରି ଫେରାର୍ ହୋଇ ପରେ ଗତ ଗୁରୁବାର ଦିନ ଉଜୈନର ଏକ ମନ୍ଦିରରୁ ଧରା ପଡ଼ିବା ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ନାମ ଖୁବ ଚର୍ଚ୍ଚାକୁ ଆସିଥିଲା । ସେ ଧରା ପଡ଼ିବା ପରେ ସୋସିଏଲ ମିଡିଆରେ ଅନେକ ମନ୍ତବ୍ୟ ଦେଖିବାକୁ ମିଳିଲା । କିଏ କହିଲା ତ, ବିକାଶ ଦୁବେ ଚାରୋଟି ରାଜ୍ୟର ପୋଲିସକୁ ଚକମା ଦେଇ କେମିତି ଫେରାର୍ ହେଲା ତ କିଏ କହିଲା, କିଏ କହିଲା ବିକାଶକୁ ପୋଲିସ୍ ଧରି ନାହିଁ । ସେ ନିଜେ ଧରା ଦେଇଛି । କିଏ କହିଲା ପୁଣି ଏଥର ଆଦିତ୍ୟ ଯୋଗୀ ସରକାର ଆଡ଼ୁଆରେ ପାଡ଼ିଯିବ ତ, କିଏ କହିଲା, କେଜାଣେ ବିକାଶ ଦୁବେକୁ ଏନକାଉଣ୍ଟରରେ ମାରି ଦେବା ବଡ଼ କଥା ନୁହେଁ । ଏପରି ଅନେକ କଥା ଶୁଣିବାକୁ ମିଳିଲା । ତେବେ ସେ ଯାହା ବି ହେଉ, ଗତ ଗୁରୁବାର ଦିନ ସେ ପୋଲିସ ହାତକୁ ଆସିବା ପରେ ଶୁକ୍ରବାର ଦିନ କାନପୁର କୋର୍ଟରେ ତାକୁ ହାଜର କରିବାକୁ ଏକ ସଫାରି ଗାଡ଼ିରେ ତାକୁ ଉଜୈନରୁ କାନପୁରକୁ ନିଆ ଯାଉଥିଲା । କିନ୍ତୁ କାନପୁରକୁ ପହଂଚିବାର ଠିକ୍ କିଛି ଦୂରରେ ସେ ବସିଥିବା ଗାଡ଼ିଟି ଓଲଟି ପଡ଼ିବାରୁୁ ସେ ଜଣେ ପୋଲିସ ଜବାନଠୁ ବନ୍ଧୁକ ଛଡ଼ାଇ ଫେରାର୍ ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ସହ ଏନକାଉଣ୍ଟରରେ ମରିଗଲା ବୋଲି ଖବର ମିଳିଲା । କିନ୍ତୁ ଏହି ଏନକାଉଣ୍ଟର ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସନ୍ଦେହର କାରଣ ବି ଅନେକ ରହିଛି । ବିକାଶ ଦୁବେର ଏନକାଉଣଣ୍ଟର ପ୍ରାୟ ସକାଳ ୭ ଟା ବେଳକୁ ହୋଇଥିବାବେଳେ ତାକୁ ପିଛା କରି ଆସୁଥିବା ଗଣମାଧ୍ୟମର ଗାଡ଼ିକୁ ୬ ଟା ୩୦ ରେ ପୋଲିସ୍ ବ୍ୟାରିକେଟ ଦେଇ ଆଗକୁ ଆଉ ଯିବାକୁ ଦେଇ ନଥିଲା । ତାପରେ ସେ ଟାଟା ସଫାରୀ ଗାଡ଼ିରେ ଆସୁଥିବାବେଳେ ଓଲଟିଥିବା ଗାଡ଼ି ଟିଭିୟୁ ବୋଲି ଜଣାପଡ଼ିଛି । କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେମାନେ କୌଣସି ଗାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଥିବା ଦେଖି ନାହାନ୍ତି, ବରଂ ବନ୍ଧୁକ ଗୁଳିର ଶଦ୍ଦ ହିଁ ସେମାନେ ଶୁଣିଛନ୍ତି ବୋଲି କେତେକ ଗଣମାଧ୍ୟମକୁ କହିଛନ୍ତି । ବଡ଼ବଡ଼ ରାଜନେତା, ପୋଲିସ ଅଫିସର, ପ୍ରଶାସନିକ ଅଧିକାରୀଙ୍କୁ ବଂଚାଇବାକୁ ଏକା ବିକାଶ ଦୁବେର ଏନକାଉଣ୍ଟର କରାଗଲା ବୋଲି ମଧ୍ୟ ଅନେକେ ପ୍ରଶ୍ନ ଉଠାଉଛନ୍ତି । ବିକାଶ ଦୁବେ ତ ଅପରାଧୀ ଭାବେ ମୃତ୍ୟୁଭୋଗ କଲା, ହେଲେ ତାକୁ ଅପରାଧର ସେହି ସ୍ତରକୁ ନେବାରେ କେଉଁମାନଙ୍କର ଭୂମିକା ରହିଛି ତାହା ମଧ୍ୟ ତଦନ୍ତସାପେକ୍ଷ । ଆହୁରିମଧ୍ୟ, ଯଦି ପୋଲିସ୍ ଜାଣିଶୁଣି ବିକାଶ ଦୁବେର ଏନକାଉଣ୍ଟର କରିଛି, ତେବେ ଏହା ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ ସାଂଘାତିକ ବୋଲି ଲୋକେ ବିବେଚାନା କରୁଛନ୍ତି । କାରଣ ଯଦି କୌଣସି ସାଧାରଣ ଲୋକଟିଏ ବି ଅହଂକାର ହେତୁ ପୋଲିସ୍ ହାବୁଡ଼ରେ ପଡି଼ଲା, ତେବେ ସେ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ତାହାକୁ ଆଉ ସୁଯୋଗ ମିଳିବନି । ପୋଲିସର ଏନକାଉଣ୍ଟରେ ତାର ମୃତ୍ୟୁ ହୋଇଯାଇଥିବ । ଆଉ ଉତ୍ତର ପ୍ରଦେଶ ପୋଲିସର ପ୍ରାୟ ୮୦୦ ଟି ଏନକାଉଣ୍ଟରକୁ ଲୋକେ ସନ୍ଦେହ କରି ଅଭିଯୋଗ ହୋଇଥିବା ଜଣାପଡ଼ିଛି । କିନ୍ତୁ ସବୁଠାରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେତେ ବଡ଼ ଅପରାଧୀ ହେଲେ ବି ସେ ଦିନେ ନା ଦିନେ କାହାଦ୍ୱାରା ହତ୍ୟାର ଶୀକାର ହେବା ସୁନିଶ୍ଚିତ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ଘଟଣାରେ ସରକାର ହରଡ଼ଘଣାରେ