ଅନଲକ୍ ୫: ଭାରତ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌ !


(୩୦/୯) ଅକ୍ଟୋବର ୧୫ ରୁ ସିନେମା ହଲ୍‌, ସନ୍ତରଣାଗାର ଓ ପାର୍କ ଖୋଲିବ ବୋଲି ଗୃହ ବିଭାଗ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ସିନେମା ହଲଗୁଡ଼ିକରେ କେବଳ ୫୦% ସିଟ ପାଇଁ ଅନୁମତି ରହିବ ଓ ଏହା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ନିୟମାବଳୀ ଜାରି କରିବ ବୋଲି ଏଥିରେ ଦର୍ଶା ଯାଇଛି । ସେହିପରି ସନ୍ତରଣାଗାର ଗୁଡ଼ିକ ସ୍ପୋର୍ଟସମେନ ମାନଙ୍କ ତାଲିମ ନିମନ୍ତେ ଖୋଲାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଅନଲାଇନ୍ ଓ ଦୂରଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି କୁହାଯାଇଛି । ଛାତ୍ରମାନେ କେବଲ ଅଭିଭାବକମାନଙ୍କ ଲିଖିତ ଅନୁମତି ପରେ ସ୍କୁଲକୁ ଆସି ପାରିବେ । ଛାତ୍ରମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନେ ଭାରତ ସରକାରଙ୍କ ଶିକ୍ଷା ଓ ସାକ୍ଷରତା ବିଭାଗର ନିୟମ ଅନୁସାରେ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଶିକ୍ଷା ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେବେ । ଉଚ୍ଚଶିକ୍ଷା ପ୍ରତିଷ୍ଠାନ କେବଳ ଗବେଷଣାରତ ପିଏଚ୍‌ଡି ଛାତ୍ରମାନଙ୍କ ନିମନ୍ତେ ଖୋଲିବ ତଥା ସ୍ନାତକୋତ୍ତର ବିଜ୍ଞାନ ଓ ବୈଷୟୀକ ଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ର ଯେଉଁମାନଙ୍କୁ ଗବେଷଣାଗାରର ଆବଶ୍ୟକତା ଥିବ ତାହା ଅକ୍ଟୋବର ୧୫ ରୁ ଖୋଲି ପାରିବ । ବ୍ୟବସାୟୀକ ପ୍ରଦର୍ଶନୀ କାର୍ଯ୍ୟକ୍ରମ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିଲେ ବାଣିଜ୍ୟ ବିଭାଗର ଅନୁମତିକ୍ରମେ ଖୋଲି ପାରିବ । ପୂର୍ବରୁ ସାମାଜିକ/ଶିକ୍ଷଣ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/ଧାର୍ମିକ ଓ ରାଜନୈତିକ ସଭାସମିତି ପାଇଁ କେବଳ ୧୦୦ ଜଣ ଲୋକ ଏକାଠି ହୋଇପାରିବେ ବୋଲି ଥିବା ନିୟମରେ ପରିବର୍ତ୍ତନ କରି କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିଲେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ୧୦୦ ରୁ ଅଧିକ ଲୋକ ଏକାଠି ହୋଇପାରିବେ ବୋଲି ଏଥର କୁହାଯାଇଛି । ଗୋଟିଏ ହଲ୍‌ରେ ୫୦% ଲୋକ ଅର୍ଥାତ ସର୍ବାଧିକ ୨୦୦ ଜଣ ଲୋକଙ୍କ ବସିବା ନିମନ୍ତେ ଅନୁମତି ରହିବ । ମୁହଁରେ ମାସ୍କ ଲଗାଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ନିୟମକୁ ବାଧ୍ୟତାମୂଳକ କରାଯାଇଛି । ଖୋଲା ଜାଗାରେ ହେଉଥିବା କାର୍ଯ୍ୟକ୍ରମ ନିମନ୍ତେ ସେହି ପଡ଼଼ିଆର ଆକାର ହିସାବରେ ୧୦୦ ରୁ ବି ଅଧିକ ଲୋକଙ୍କୁ ଅନୁମତି ଦିଆଯାଇ ପାରିବ । ଏହା ସହ କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିଲେ ଲକଡାଉନ୍ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ବୋଲି ଏହି ଗୃହ ବିଭାଗର ଏହି ଆଦେଶରେ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅନଲକ୍ ୫: ଭାରତ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌ !