(୨୯/୮) କେନ୍ଦ୍ର ସରକାର ଅନଲକ-୪ ନିମନ୍ତେ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସେପ୍ଟେମ୍ବର ୩୦ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି କୁହାଯାଇଥିଲେ ବି ସେପ୍ଟେମ୍ବର ୨୧ ରୁ ୯ମ ରୁ ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ଶିକ୍ଷକଙ୍କଠୁ କିଛି ବୁଝିବାର ଥିଲେ ସ୍କୁଲକୁ ଯାଇପାରିବେ ବୋଲି ଅନୁମତି ଦିଆଯାଇଛି । ଏଥିପାଇଁ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଲିଖିତ ସମ୍ମତି ଆବଶ୍ୟକ ବୋଲି ଉଲ୍ଲେଖ କରାଯାଇଛି । ଏପରିକି ଯେ, କଣ୍ଟେନମେଣ୍ଟଜୋନ୍ ଯଦି ହୋଇ ନଥିବ, ତେବେ ସ୍କୁଲକୁ ୫୦% ଅଣ-ଶିକ୍ଷାଦାନ କିମ୍ବା ଶିକ୍ଷାଦାନ କରୁଥିବା କର୍ମଚାରୀ ସ୍କୁଲକୁ ଅନଲାଇନ କ୍ଲାସ ବା ଟେଲି କାଉନସେଲିଂ ବା ସେପରି କାମ ପାଇଁ ଆସି ପାରିବେ ବୋଲି ଅନୁମତି ରହିଛି । ବର୍ତ୍ତମାନ ଜିଲ୍ଲାପାଳ ସମଗ୍ର ଜିଲ୍ାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନ କରି କ୍ଷୁଦ୍ର ଅଂଚଳକୁ ନେଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ନିର୍ଦ୍ଦେଶ ରହିଛି । ଏପରିକି ମେଟ୍ରୋ ରେଳ ସେବା ସେପ୍ଟେମ୍ବର ୭ ରୁ ନିର୍ଦ୍ଧିଷ୍ଟ ନିୟମାବଳୀ ଭିତରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆହୁରିମଧ୍ୟ, ଶବସତ୍କାର କାର୍ଯ୍ୟ ବା ବିବାହକାର୍ଯ୍ୟରେ ଯଥାକ୍ରମେ ସର୍ବାଧିକ ୨୦ ଓ ୫୦ ସଂଖ୍ୟକ ଲୋକ ଯୋଗ ଦେଇପାରିବେ ବୋଲି ଥିବା ନିୟମ ୨୧ ସେପ୍ଟେମ୍ବର ପରେ ତାହା ୧୦୦ କୁ ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ ରହିଛି । ସେପ୍ଟେମ୍ବର ୨୧ ପରେ ସାମାଜିକ, ଶୈକ୍ଷିକ, ମନୋରଞ୍ଜନ, ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧି ନିର୍ଦ୍ଧିଷ୍ଟ ଦୂରତାରେ ରହି ୧୦୦ ଜଣ ଭାଗ ନେଇପାରିବେ ବୋଲି ଅନୁମତି ଦିଆଯାଇଛି ।
ଅନଲକ୍-୪ ଗାଇଡଲାଇନ୍ ଆସିଲା : ସେପ୍ଟେମ୍ବର ୨୧ ପରେ ୧୦୦ ଜଣଙ୍କୁ ବିବାହ ଉତ୍ସବ ପାଇଁ ଅନୁମତି !
