ସଂଯୁକ୍ତ ଆରବରେ ସରକାର କମ୍ପାନୀଗୁଡ଼ିକ ପୁଣି ଖୋଲିବା ପାଇଁ ଅନୁମତି ଦେଇଥିବାରୁ ଦେଶରେ ସମସ୍ତେ ସ୍ୱାଗତ କରିଛନ୍ତି । ସରକାରଙ୍କ ଆଦେଶରେ କୁହାଯାଇଛି ଯେ, ଅଫିସମାନଙ୍କରେ କେବଳ ୩୦ ପ୍ରତିଶତ କର୍ମଚାରୀ କାମ କରିପାରିବେ, ବାକି ୭୦ ପ୍ରତିଶତ କର୍ମଚାରୀ ଘରେ ରହି ଅଫିସ୍ କାର୍ଯ୍ୟ ତୁଲାଇବେ । କୌଣସି ବୈଠକ ଯଦି କରିବା ନିହାତି ଜରୁରୀ ଥାଏ, ତେବେ କେବଳ ପାଞ୍ଚଜଣ ସେଥିରେ ଯୋଗ ଦେଇପାରିବେ ଓ ସେମାନେ ନିରାପଦ ଦୂରତାରେ ରହିବାକୁ ପଡ଼ିବ । ବିନା ମାସ୍କରେ କାହାକୁ କୌଣସି ଅଫିସ୍ କି ବ୍ୟବସାର ପ୍ରତିଷ୍ଠାନରେ ପୁରାଇ ଦିଆଯିବ ନାହିଁ ଓ ଦୁଇ ମିଟର ଦୂରତାରେ ସମସ୍ତେ ରହିବା ବାଧ୍ୟତାମୂଳକ । ଏପରିକି ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକ ଓ ୬ ବର୍ଷରୁ ୧୨ ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କୁ ମଲ୍କୁ ପ୍ରବେଶ ଲାଗି ଅନୁମତି ନାହିଁ । ରାତି ୧୦ ଟାରୁ ସକାଳ ୬ ଟା ଯାଏଁ ଦେଶବ୍ୟାପୀ ଔଷଧ ସିଞ୍ଚନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେଠିକାର ସମ୍ବାଦ’ଖଲିଜ୍ଟାଇମସ୍’ରେ ପ୍ରକାଶ ପାଇଛି ।
ସଂଯୁକ୍ତ ଆରବରେ ସରକାର କମ୍ପାନୀଗୁଡ଼ିକ ପୁଣି ଖୋଲିବା ପାଇଁ ଅନୁମତି ଦେଲେ
