ପ୍ରଶାନ୍ତ ଭୂଷଣଙ୍କ ଟ୍ୱିଟ୍ ପୁଣି ଚର୍ଚ୍ଚାରେ : ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଆତିଥ୍ୟ କରିବା ନେଇ ପ୍ରଶ୍ନ !


(୨୫/୧୦) କିଛି ଦିନ ପୂର୍ବେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଥିବା ଯୋଗୁଁ ଏକ ଟଙ୍କାର ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା । ତେବେ ସେ ପୁଣି ଆଉ ଏକ ଟ୍ୱିଟ କରି ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବେ ମୁଖ୍ୟ ବିଚାରପତି ବୋବଡ଼େଙ୍କୁ ମଧ୍ୟ ପ୍ରଦେଶ ସରକାର ଏକ ହେଲିକପ୍ଟରର ସୁବିଧା ଯୋଗାଇ ଦେଇଥିଲେ । ଏହାକୁ ନେଇ ଓକିଲ ପ୍ରଶାନ୍ତ ଭୂଷଣ ୨୧ ତାରିଖ ଦିନ ମଧ୍ୟପ୍ରଦେଶ ସରକାରଙ୍କ ଏହି ଆତିଥ୍ୟକୁ ନେଇ ପ୍ରଶ୍ନବାଚୀ କରିଛନ୍ତି । ମୁଖ୍ୟ ବିଚାରପତି କାହ୍ନା ରାଷ୍ଟ୍ରୀୟ ଉଦ୍ୟାନ ଓ ତାଙ୍କ ପୈତୃକ ନଗର ନାଗପୁରକୁ ଯିବାକୁ ମଧ୍ୟପ୍ରଦେଶ ସରକାର ଏକ ହେଲିକପ୍ଟର ଯୋଗାଇ ଦେଇଥିଲେ । ଯାହାକି ଏପରି ସମୟରେ ହୋଇଛି, ଯେତେବେଳେ କି ମଧ୍ୟପ୍ରଦେଶର କେତେକ ବିଦ୍ରୋହୀ ବିଧାୟକଙ୍କ ମକଦ୍ଦମା ତାଙ୍କ କୋର୍ଟରେ ବିଚାରଧିନ ରହିଛି । ଏହି ଟ୍ୱିଟରେ ସେ ବିନୟ ସକ୍ସେନା ବନାମ୍ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଓ ଅନ୍ୟମାନେ ଥିବା ବିରୋଧୀ ପକ୍ଷଙ୍କ ଥିବା ମାମଲାର ଏକକିତା ନକଲ ମଧ୍ୟ ସେଥିରେ ଲଗାଇଛନ୍ତି । ଏହି ମାମଲାର ଶୁଣାଣି ଗତ ଅକ୍ଟୋବର ୬ ତାରିଖ ଦିନ ହୋଇଥିବାବେଳେ ନଭେମ୍ବର ୪ ତାରିଖ ଦିନ ଚୂଡ଼ାନ୍ତ ଫଇସଲା ଆସିବ ବୋଲି ଆଶା କରାଯାଉଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପ୍ରଶାନ୍ତ ଭୂଷଣଙ୍କ ଟ୍ୱିଟ୍ ପୁଣି ଚର୍ଚ୍ଚାରେ : ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଆତିଥ୍ୟ କରିବା ନେଇ ପ୍ରଶ୍ନ !