କୃଷି ତଥା ଉଦ୍ୟାନ କୃଷି ସମେତ ଫସଲ ସମ୍ପର୍କୀତ କୌଣସି ବିଷୟ ବୁଝିବାର ଥିଲେ ଚାଷୀ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୯ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଫୋନ୍ କରିପାରିବେ । ସେମାନଙ୍କ କଲକୁ ରେକର୍ଡ଼ କରାଯିବ ଓ ୨୪ ଘଣ୍ଟା ଭିତରେ ତାର ସମାଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଏହି ଫୋନ୍ ନମ୍ବରଟି କେବଳ ୮ ଘଣ୍ଟା ପାଇଁ କାର୍ଯ୍ୟ କରୁଥିଲା, ଏବେ ତାହା ଆହୁରି ୩ ଘଣ୍ଟା ବଢ଼ାଇ ଦିଆଗଲା ବୋଲି ସୂଚନା ଦିଆ ଯାଇଛି ।
କୃଷି ବିଭାଗର ଟୋଲ୍ ଫ୍ରୀ ନମ୍ବର ୧୮୦୦୧୦୨୫୧୬୬
