ଆଜି ସଂକ୍ଷେପରେ…(୧୦/୭)

୧-ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ସୌର ପ୍ରକଳ୍ପ ମଧ୍ୟପ୍ରଦେଶର ରେୱାଠାରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।*

୨-ଆଜି ସନ୍ଧ୍ୟା ୫ଟାରୁ ପଶ୍ଚିମ ବଙ୍ଗର ସମସ୍ତ ନିଷିଦ୍ଧ ଅଞ୍ଚଳରେ ସାତ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

୩-ଆଜିଠୁ ଭୁବନେଶ୍ବର ଏମ୍ସ ଓପିଡ଼ି ବନ୍ଦ, ମିଳିବ ଖାଲି ଟେଲି ମେଡ଼ିସିନ ସୁବିଧା, ନିର୍ଦ୍ଧେଶିକା ବି. ଗୀତାଞ୍ଜଳୀ ଙ୍କ ସୂଚନା।

୪-ରାଜ୍ୟରେ ଆଜିଠାରୁ ମଦ ଦର ୩୫% କମ ହେବ, ସ୍ବତନ୍ତ୍ର କୋଭିଡ୍‌ ଫିକୁ ୫୦-୧୫%କୁ କମାଇଲା ଅବକାରୀ ବିଭାଗ ।*

୫-ବିନା ଡିଜେଲ ଆଉ ପେଟ୍ରୋଲ ରେ ଚାଲିଲା ଟ୍ରେନ, ଭାରତୀୟ ରେଲୱେ ର ବଡ ସଫଳତା । ବ୍ୟାଟେରୀ ଚାଳିତ ଡୁଆଲ୍-ମୋଡ୍ ଶଣ୍ଟିଂ ଲୋକୋ ‘ନବଦୂତ’ ଇଞ୍ଜିନ୍ ର ସଫଳ ପରୀକ୍ଷଣ ପଶ୍ଚିମ-କେନ୍ଦ୍ର ରେଲୱେରେ ହୋଇଛି ।*

୬-ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡା, ୬୫ବର୍ଷ ବୟସରେ ହୃଦଘାତ ଜନିତ ବିୟୋଗ । ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।*

୭-ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ରିହାତି,ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।*

୮-୨୦୪ ରନରେ ଆଣ୍ଠେଇଲା ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସ, ଜବାବରେ ଇଣ୍ଡିଜ୍ ଟିମ ୨ୟ ଦିବସ ସୁଦ୍ଧା ନିଜର ୧ ୱିକେଟ୍ ହରାଇ ୫୭ ରନ୍ ସଂଗ୍ରହ କରିଛି।*

୯-ଭାରତ ରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଆମନ୍ତ୍ରଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ।

୧୦-ଆଜି ଅପରାହ୍ଣ ୩ଟାରେ ପ୍ରକାଶ ପାଇବ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ। 

୧୧- YES BANK ର ପ୍ରତିଷ୍ଠାତା ଓ ସହଯୋଗୀ ଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ ।

୧୨-ଚୀନ୍‌ରୁ ଗାଡ଼ି ଯନ୍ତ୍ରାଂଶ ଆମଦାନି ବନ୍ଦ ନେଇ ଗାଡ଼ି କମ୍ପାନି, ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ।

୧୩-ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କଲା ମହିଳା ଥାନା ପୁଲିସ ।

୧୪-ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ ।

୧୫-ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

୧୬–ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧।ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୦/୭)