ଆଜି ସଂକ୍ଷେପରେ…


(୦୩/୬) ୧. କରୋନା ପରିଚାଳନାରେ ଓାଡ଼ିଶା ୧ ନମ୍ବର । ମୃତ୍ୟୁ ହାରରେ ସବୁଠୁ ଆଗେ, ସୁସ୍ଥ ହେବାରେ ସବୁଠୁ ଆଗରେ । ୨.ରାଜ୍ୟରେ ଏଲ୍‌ପିଜି ଗ୍ୟାସ୍ ୨୬ ଟଙ୍କା ୫୦ ପଇସା ମହଙ୍ଗା । ୩. ସି ଭୋଟର ସର୍ଭେ: ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଏକ ନମ୍ବର । ୪. ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ୩ ଦିନ ପୁରୀରେ ଲାଗୁ ହେବ ୧୪୪ ଧାରା, ଟିଭିରେ ସ୍ନାନଯାତ୍ରାରେ ଦେଖିବେ ଭକ୍ତ । ୫. ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ । ୨ ଜଣ ଗିରଫ, ଜଣେ, ଫେରାର୍ । ୬. କଣ୍ଟେନମେଣ୍ଟ ଜୋନରେ ପୋଲିସକୁ ଆକ୍ରମଣ: ୩୧ ଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍ । ୭. ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ପରୀକ୍ଷା ହେବ । ୮. ବଙ୍ଗୋପସାଗରରେ ଆସନ୍ତ୍‌ା ୮ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ୯. ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟ ଭିତରେ ଗଡ଼ିବ ୫ ସ୍ପେଶାଲ ଟ୍ରେନ୍ । ୧୦. ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଫଳତା, ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୧୭ ପ୍ରତିଶତ ଅଧିକ ଋଣ ପ୍ରଦାନ କରିଛି ବ୍ୟାଙ୍କ-ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ୧୧. ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ବିଷୟର ପରୀକ୍ଷା ଜୁଲାଇ ପହିଲାରୁ ।୧୨. ନୀଳଗିରିରେ ମାତିଲେ ଜଙ୍ଗଲୀ ଝିଣ୍ଟିକା, ଗଛପତ୍ର ଖାଇ ସଫା କରି ଦେଉଛନ୍ତ; ଚିନ୍ତାରେ ଚାଷୀ । ୧୨. ଭୁବନେଶ୍ୱର: ରକ୍ଷକ ସାଜିଲା ଭକ୍ଷକ । ପୋଲିସ କନଷ୍ଟେବଳଙ୍କ ବିରୋଧରେ ଆସିଲା ଅପହରଣ ଅଭିଯୋଗ । ୧୩.ଦିଲ୍ଲୀ ସରକାର ଜାରି କଲେ ‘କରୋନା’ ମୋବାଇଲ ଆପ୍ । ୧୪. ଜି-୭ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ । ୧୫. ମେଡ୍ ଇନ୍ ଇଣ୍ଟିଆ, ମେଡ୍ ଫର୍ ‌ଓାର୍ଲ୍ଡ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…