ଆଜି ସଂକ୍ଷେପରେ…(୩୧/୭)

୧-କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ।

୨-ଆଇପିଏଲ୍: ୨ ସପ୍ତାହରେ ଖେଳାଳିଙ୍କ ୪ଟି କୋଭିଡ୍ ଟେଷ୍ଟ ।

୩-ଭୋଟ୍‌ ଜାଲିଆତି’ ଆଶଙ୍କା ଯୋଗୁଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ପ୍ରସ୍ତାବ ଦେଲେ ଟ୍ରମ୍ପ୍‌ ।

୪-ପ୍ରବାସୀଙ୍କ ମୁହଁରେ ପୁଣି ହସ ଫୁଟାଇଲେ ‘ସୁପରମ୍ୟାନ୍ ସୋନୁ’ । ବାର୍ଥଡେ’ରେ କଲେ ବଡ଼ ଘୋଷଣା, ମନମୁତାବକ ଦେବେ ୩ ଲକ୍ଷ ଚାକିରି ।
୫-ସୁଶାନ୍ତ ସିଂଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ, କହିଲେ- ‘ପୋଲିସକୁ ତା କାମ କରିବାକୁ ଦିଆଯାଉ’, ସେପଟେ ଏବେ ମିଳୁନି ରିୟାଙ୍କ ଖୋଜ୍ ଖବର

୬- ଗୁରୁବାର ରାଜ୍ୟରେ ୧୨୦୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ୮୦୭ ଜଣଙ୍କୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧୯୭୪୫କୁ ବୃଦ୍ଧି ଘଟିଛି।  

୭-ବାହାରିଲା ରିଲାଏନ୍ସ ତିନି ମାସିଆ ଫଳ, ‘ଆରଆଇଏଲ’ ୧୩, ୨୪୮ କୋଟି ଏବଂ ‘ଜିଓ’ର ୨୫୨୦ କୋଟି ଟଙ୍କା ଲାଭ ।

୮-ଭୂମି ପୂଜନ ବେଳେ ଆମେରିକାର ଟାଇମ୍ସ ସ୍କୋୟାରରେ ଲାଗିବ ଭଗବାନ ରାମଙ୍କ ଛବି, ଅଗଷ୍ଟ ୫ ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ଐତିହାସିକ ମୁକଶାଖୀ ବନିବା ପାଇଁ ଆମେରିକାରେ ଏଭଳି ଆୟୋଜନ ହେଉଛି।

୯-ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାର ପୁରୋହିତ ଓ ୧୬ ପୁଲିସ୍‌ଙ୍କୁ କରୋନା ।

୧୦-ଦିଲ୍ଲୀରେ କମିଲା ଡିଜେଲ ଦର, ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି ଦିଲ୍ଲୀ ସରକାର, ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା ଲିଟର ପିଛା ୮ଟଙ୍କା ୩୬ପଇସା ହ୍ରାସ ହୋଇଛି ।
୧୧-ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଟପିଲା ୫ ଲକ୍ଷ ,ମାର୍ଚ ମାସରେ ରାଜ୍ୟରେ ପ୍ରଥମେ କୋଭିଡ୍‌ ନମୁନା ପରୀକ୍ଷା ଆରଏମ୍‌ଆରସିରେ ଆରମ୍ଭ ହୋଇଥିଲା।

୧୨-ଆରମ୍ଭ ହେଲା ପ୍ରସିଦ୍ଧ ଝୁଲଣ ଯାତ୍ରା,ଝୁଲଣ କୁଞ୍ଜରେ ବିଜେ ହେବେ ମହାପ୍ରଭୁ, କୁଞ୍ଜରେ ଝୁଲିବେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ।

୧୩-ମୋବାଇଲ୍‌ ସେବାକୁ ୨୫ ବର୍ଷ, ଜୁଲାଇ ୩୧ ୧୯୯୫ରେ କଲିକତାରୁ ଦେଶର ପ୍ରଥମ ମୋବାଇଲ୍‌ କଲ୍‌ ଦିଲ୍ଲୀକୁ କରାଯାଇଥିଲା। ସେତେବେଳେ ମିନିଟ୍‌ ପିଛା ୧୬ ଟଙ୍କା ୮୦ ପଇସା ଖର୍ଚ୍ଚ ପଡ଼ୁଥିଲା।

୧୪-ଆଜିଠାରୁ ଖୋଲିବ ଭୁବନେଶ୍ୱର ର ୟୁନିଟ୍‌ ୪ ମାର୍କେଟ ।

୧୫-ଓଲିଉଡ୍‌କୁ ଫେରିଲା ପୁରୁଣା ରୋଗ,ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ କାଷ୍ଟିଂକାଉଚ ଅଭିଯୋଗ ।

୧୬-ବରିଷ୍ଠ କଂଗ୍ରେସ ଦଳିତ ନେତା ଦାମୋଦର ମଳିକଙ୍କ ପରଲୋକ ।

୧୭-ଅଗଷ୍ଟ ୧ରୁ ୩ତାରିଖ ଯାଏ ବରଗଡ଼ ଜିଲ୍ଲା ସଟ୍‌ଡାଉନ ।

୧୮-ଏବର୍ଷ ଏଲ୍‌ଆଇସି ପ୍ରିମିୟମ୍‌ ଆୟରେ ୧୨% ବୃଦ୍ଧି ।

୧୯-ରାମ ମନ୍ଦିର ନିର୍ମାଣ କାର୍ଯ୍ୟପାଇଁ ପଠାଗଲା ଶ୍ରୀକ୍ଷେତ୍ର ରୁ ପଚଂତୀର୍ଥ ଜଳ ଓ ମହାପ୍ରସାଦ ।

୨୦-ତାମିଲନାଡୁ ରେ ଅଗଷ୍ଟ 31 ଯାଏଁ ବଢିଲା ଲକ୍‌ଡାଉନ୍‌ ।

୨୧-କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ଦିଲ୍ଲୀ ହସ୍ପିଟାଲରେ ହେଲେ ଭର୍ତ୍ତି ।

୨୨-ଆମେରିକାରେ ପ୍ରଦର୍ଶନ ହେବ ଶ୍ରୀରାମଙ୍କ ଫଟୋ ଓ ଭବ୍ୟ ମନ୍ଦିରର ଥ୍ରୀ-ଡି ଚିତ୍ର ।

୨୩-ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲା ଭାରତ, କଲର ଟିଭିର ଆମଦାନୀ ଉପରେ ଲାଗିଲା କଟକଣା ।

୨୪-ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ।‌

୨୫-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି ଜଳ ଜଳ।

୨୬-ଟ୍ରାଇ ରିପୋର୍ଟ, ରାଜ୍ୟରେ କମିଲେ ୨ ଲକ୍ଷ ମୋବାଇଲ ଉପଭୋକ୍ତା।

୨୭-ବିଜୁଳି ଭିତ୍ତିଭୂମିର ଉନ୍ନତୀ କରଣ ,ଟାଟା ପାୱାର ରାଜ୍ୟରେ ନିବେଶ କରିବ ୩୪୪କୋଟି।

୨୮-କୋବିଦ ନମୁନା ପରୀକ୍ଷା ନିର୍ଭୁଲ; ସଂକ୍ରମଣ ପ୍ରଭାବ ଆଧାରରେ ରିପୋର୍ଟ: ଶାଳିନୀ ପଣ୍ଡିତ।

୨୯-ପାସେଞ୍ଜର ଟ୍ରେନ୍ ଦାବିରେ ଇଷ୍ଟ କୋଷ୍ଟ GMଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ।

୩୦-ସଚିବାଳୟ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ। କ୍ୟାପିଟାଲ ହସପିଟାଲ ଯାଇଁ ବିନା ଦେୟରେ ସ୍ବାବ ପରୀକ୍ଷା କରି ପାରିବେ।

୩୧-ଆଶ୍ଵସ୍ତିକର ଖବର: ଗୁରୁବାର ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ୮୦୭, ସୁସ୍ଥ ସଂଖ୍ୟା ୨୦ ହଜାର ନିକଟତର।

୩୨-ପ୍ରତିଶ୍ରୁତି ରକ୍ଷା କଲେ ନବୀନ,କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ୨ ସାମ୍ବାଦିକ ପରିବାରକୁ ଦେଲେ ୩୦ଲକ୍ଷ।

୩୩-ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ଆୟକର ଦାଖଲ ସମୟସୀମା।‌

୩୪-ରାଜ୍ୟରେ ୫ ଲକ୍ଷ ପାର କଲା ଟେଷ୍ଟିଂ ସଂଖ୍ୟା, ୩୫ଟି ସରକାରୀ ଓ ୯ଟି ଘରୋଇ ଅନୁଷ୍ଠାନରେ କରାଯାଉଛି ଟେଷ୍ଟିଂ।

୩୫-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ଆଉ ୧୫ ଦିନକୁ ବଢିଲା।‌

୩୬-ସାବାଡ଼ ହେବେ ହାଇଟେକ ଅପରାଧୀ, ପୂର୍ବତଟ ରେଳପଥରେ ଖୋଲିଲା ସାଇବର ସେଲ।

୩୭-କରୋନା କାଳରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଡିଜେଲ ମୂଲ୍ୟରେ 8.36 ଟଙ୍କା ହ୍ରାସ।

୩୮-ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ପାର, ୩୫ ହଜାର ମୃତ।

୩୯-ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲା ଭାରତ, କଲର ଟିଭିର ଆମଦାନୀ ଉପରେ ଲାଗିଲା କଟକଣା।

୪୦-ଖୋଲିବ ଲୋହିତ ଗ୍ରହର ରହସ୍ୟ, ମଙ୍ଗଳ ଗ୍ରହକୁ ନାସା ପଠାଇଲା ପର୍ସିଭେରାନ୍ସ ରୋଭର୍‌।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୩୧/୭)