ଆଜି ସଂକ୍ଷେପରେ…(୩୦/୯)

୧. ଆଉ ଏକ ନିର୍ଭୟା କାଣ୍ଡ : ଉତ୍ତରପ୍ରଦେଶର ହାଥରସ୍‌ର ଗଣଦୁଷ୍କର୍ମର ଶୀକାର ୧୯ ବର୍ଷର ଦଳିତ ଯୁବତୀ ଦୁଇ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମୃତ୍ୟୁ । ଅଭିଯୁକ୍ତମାନେ ପୀଡ଼ିତାର ଜିଭ କାଟି ଦେଇଥିଲେ ଓ ତାଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇଥିଲେ ।

୨. ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କରୋନାର ପ୍ରଭାବ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ତାଙ୍କର ବିପକ୍ଷ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ପୂର୍ବ ବିତର୍କରେ ଭାଗ ନେବାବେଳେ ହାତ ମିଳାଇବା ଦେଖା ଗଲା ନାହିଁ ।

୩. ଫୁଲବାଣୀର ‘ପ୍ରମେୟ’ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢ଼ୀଙ୍କର କରୋନା ଯୋଗୁଁ କିମ୍‌ସ ହସପିଟାଲରେ ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ।

୪. ନୂଆଦିଲ୍ଲୀ ରେ ଦୈନିକ ସଂକ୍ରମଣ ୭୫ ହଜାରରୁ କମ୍‌, ଆରୋଗ୍ୟ ହାର ୮୩% ଟପିଲା ।

୫. ନୂଆଦିଲ୍ଲୀ ରେ ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୩ କୋଟି ୩୬ ଲକ୍ଷ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ୧୦ ଲକ୍ଷରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି।

୬. ବିଶ୍ୱ ହୃଦୟ ଦିବସ ୨୦୨୦ : ଭାରତରେ ୧୦-୨୦% ହୃଦରୋଗୀ ବୃଦ୍ଧି ପାଇଥିବା ସୂଚନା ମିଳିଲା ।

୭. ଯୁକ୍ତ୩ ନାମଲେଖା: ପ୍ରଥମ ଦିନରେ ୮ ହଜାର ନାମ ଲେଖାଇଲେ

୮. ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ଅବଧିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି ।

୯. ନୂଆଦିଲ୍ଲୀ ରେ ମଙ୍ଗଳବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପିତା ଶ୍ରୀକୃଷ୍ଣ ବିର୍ଲାଙ୍କ ଦେହାନ୍ତ ହୋଇଛି ।

୧୦. ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରିବା ଭିଡିଓ ଭାଇରାଲ୍ କରି ଫୁଲବାଣୀର ଯୁବକ ଗିରଫ୍‌ ।

୧୧. ଜାତିସଂଘର ମହାନିର୍ଦ୍ଦେଶକଙ୍କ ଘୋଷଣା : ଆଗାମୀ ଛ’ ମାସଯାଏଁ ବିଶ୍ୱର ନିମ୍ନ ଓ ମଧ୍ୟବିତ୍ତ ଆୟ କରୁଥିବା ଦେଶର ଲୋକଙ୍କ ନିମନ୍ତେ ୧୨୦ ନିୟୁତ ପରୀକ୍ଷା ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ‘ବିଲ୍ ଏଣ୍ଡ ଗେଟ୍‌ସ ଫାଉଣ୍ଡେସନ୍‌’ ଓ ଅନ୍ୟ କେତେକ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷରୀତ ହୋଇଛି ।

୧୨. ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍‌, ଗୁରୁଦ୍ୱାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଙ୍ଗ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି ।

୧୩. ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି ।

୧୪. ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୧୫. ଚୀନ ଦ୍ୱାରା ୧୯୫୯ରେ ଏକପାଖିଆ ଭାବେ ଧାର୍ଯ୍ୟ କରାଯାଇଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ଭାରତ କେବେ ବି ଗ୍ରହଣ କରିନାହିଁ ।

୧୬. ୨୭ ବର୍ଷ ପରେ ଆଜି ଆସିବ ବିବାଦୀୟ ବାବରୀ ମସଜିଦ ଢାଞ୍ଚା ଧ୍ୱଂସ ମାମଲାର ରାୟ ନୂଆଦିଲ୍ଲୀ । ବାବରୀ ମସଜିଦ ଧ୍ୱଂସ ମାମଲାରେ ଆସନ୍ତାକାଲି ରାୟ ।

୧୭. ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି ।

୧୮. ଗୁଜରାତର କଛରେ ଜଣେ ଦଳିତ ବର୍ଗର ଓକିଲଙ୍କୁ ସୋସିଏଲ୍ ମିଡିଆରେ ‘ବ୍ରାହ୍ମଣ ବିରୋଧି’ ପୋଷ୍ଟ ପାଇଁ ଦିନ ଦ୍ୱିପ୍ରହରେ ବଜାର ଭିତରେ ଛୁରା ଭୁସି ହତ୍ୟା ।

୧୯. ଅକେଫାବର ୩୧ରେ ଲୋକଙ୍କୁ ନୀଳ ଜହ୍ନ ଦେଖିବାକୁ ମିଳିବ । ୩୦ ବର୍ଷରେ ଏପରି ପ୍ରଥମ ଥର ହେବ ଦୁନିଆସାରା ଲୋକ ଏକସଙ୍ଗେ ନୀଳ ଜହ୍ନ ଦେଖିବେ ।

୨୦. ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇଲେ ତାମିଲନାଡୁ ସରକାର ।

୨୧. ନଭେମ୍ବର ୩ ରେ ହେବ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାନ ।

୨୨. ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ ।

୨୩. ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ ।

୨୪. ‘ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ’ । ଏହା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୨୫. କମିପାରେ ସ୍କୁଲ୍ ଫି’- ହାଇକୋର୍ଟଙ୍କୁ ରିପୋର୍ଟ ଦେଲେ ରାଜ୍ୟ ସରକାର ।

୨୬. ବିଧାନସଭାରେ ବିଶ୍ବବିଦ୍ୟାଳୟ ବିଲ୍‌ : ବିଲ୍‌ ଚିରିଲେ ତାରା, ବିଲ୍‌ ସପକ୍ଷରେ ମତ ଦେଲେ ଅରୁଣ ସାହୁ।

୨୭. ବ୍ରହ୍ମପୁର ରେ ଏମ୍‌କେସିଜିରେ ୯ ନୂତନ ପଦ ସୃଷ୍ଟି; ଡିଏମ ଶତପଥି ଓ ନରେନ୍ଦ୍ର ବେହେରା ଉପାଧ୍ୟକ୍ଷ ନିଯୁକ୍ତ।

୨୮. ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।

୨୯. ସେନାର ଚିନ୍ତାଜନକ ରିପୋର୍ଟ । ୯୬୦ କୋଟି ଟଙ୍କାର ନିମ୍ନମାନର ଗୋଳାବାରୁଦ କିଣିଛନ୍ତି ସରକାର । ଯାହାକୁ ବ୍ୟବହାର କରି ଯାଇଛି ୧୫୯ ଜଣ ଯବାନଙ୍କ ଜୀବନ ।

୩୦.୨୭ ବର୍ଷ ପରେ ଆଜି ଆସିବ ବିବାଦୀୟ ବାବରୀ ମସଜିଦ ଢାଞ୍ଚା ଧ୍ୱଂସ ମାମଲାର ରାୟ ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସ ମାମଲାରେ ଆସନ୍ତାକାଲି ରାୟ ।

୩୧-ଭୁବନେଶ୍ବର ରେ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି ଯାହା ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ଚାଲିବ ।

୩୨-ମାସେ ଧରି ରାଜ୍ୟରେ କୋଭିଡ୍ ଅଭିଯାନ ଚଳାଇବ ବିଜେଡି: ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ନବୀନଙ୍କ ଚିଠି।

୩୩-ପିଜି ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ – ଅକ୍ଟୋବର ୧୨ରୁ ଆରମ୍ଭ, ୨୨ ତାରିଖରେ ଶେଷ।

୩୪-ନଭେମ୍ବର ୩ ଓ ୭ରେ ୫୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା । କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟରାଜ୍ୟ ମାନଙ୍କରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଉତ୍ତରପ୍ରଦେଶ ୮ ଓ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଟି ଆସନ ଖାଲି ।

୩୫-ଢେଙ୍କାନାଳ–ବଜ୍ରାଘାତ ବେଳେ ମୋବାଇଲରେ କଥା ହେବା ପଡିଲା ମହଙ୍ଗା: ମଝି ରାସ୍ତାରେ ଚାଲିଗଲା ଯୁବକଙ୍କ ଜୀବନ

୩୬-ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ।

୩୭-କରୋନା କଟକଣା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ୭ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ କଂଗ୍ରେସର ବିରୋଧ, ବିଲ୍ ଚିରି ଦେଲେ ବିଧାୟକ ।

୩୮-ସ୍କୁଲ ଫି ଛାଡ଼ ମାମଲା ଶୁଣାଣି ଶେଷ: ଗଣଶିକ୍ଷା ସଚିବଙ୍କ ରିପୋର୍ଟ ଦାଖଲ, ୭ଟି ପର୍ଯ୍ୟାୟରେ ସ୍କୁଲ ଫି ଛାଡ଼ ପାଇଁ ରହିଛି ପ୍ରସ୍ତାବ।

୩୯-ପଜିଟିଭ୍ ସେବାୟତଙ୍କୁ ଶ୍ରୀମନ୍ଦିର ମନା । ୧୭ ଦିନ ପୂର୍ବରୁ ଯାଇପାରିବେନି ଶ୍ରୀମନ୍ଦିର । ପଜିଟିଭ ଥାଇ ଶ୍ରୀମନ୍ଦିର ଗଲେ ରୁଜୁ ହେବ ମାମଲା ।

୪୦-କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା UNDP

୪୧-ଆଇସିଏମଆର ସେରୋ ସର୍ଭେରୁ ଚିନ୍ତାଜନକ ତଥ୍ୟ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣରେ ଜଣେ ଆକ୍ରାନ୍ତ।

୪୨-ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଲାଗିଲା କଟକଣା । ଏଣିକି ପଜିଟିଭ ଥିବା ସେବାୟତ ୧୭ଦିନ ପୂର୍ବରୁ ଶ୍ରୀମନ୍ଦିର ଯାଇପାରିବେ ନାହିଁ, ସେପଟେ ଶ୍ରୀମନ୍ଦିର ପରିସରରେ ଗୁଟଖା, ପାନଛେପ ପକାଇଲେ ଲାଗିବ ଜରିମାନା ।

୪୩-ବଜାରରୁ ଋଣ ଉଠାଇବା, ଓଡ଼ି କରିବାକୁ ରାଜ୍ୟଗୁଡିକୁ ମିଳିଲା ଅଧିକ ମହଲତ ।

୪୪-ସଉରା ଲିପିକୁ ଡିଜିଟାଇଜେସନ କଲେ ଆଇଆଇଟି ଇଂଜିନିୟରିଂ ଛାତ୍ରୀ : ଏଣିକି ସୁଗମ୍ୟ ହେବ ଅନ ଲାଇନ ଓ ଡିଜିଟାଲ ଶିକ୍ଷା।

୪୫-ଆଇପିଏଲ-୨୦୨୦ : ଦିଲ୍ଲୀର ବିଜୟରେ ଲାଗିଲା ବ୍ରେକ୍, ୧୫ ରନରେ ଜିତିଲା ହାଇଦ୍ରାବାଦ।


୪୬-ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ଫର୍ମପୂରଣ ଅବଧି ବୃଦ୍ଧି,ବହୁ ବିଦ୍ୟାର୍ଥୀ ଆବେଦନ କରି ନଥିବାରୁ ଏଭଳି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ।

୪୭-ରଙ୍ଗବେରଙ୍ଗର ଆଲୁଅରେ ଝଲସିଲା ଓଡ଼ିଶା ବିଧାନସଭା । ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ।

୪୮-ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାନ ପାଇଁ ତାରିଖ ଘୋଷଣା, ନଭେମ୍ବର ୩ ତାରିଖରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଭାରତୀୟ ନିର୍ବାଚନୀ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

୪୯- ଏଣିକି ମାସେ ଧରି ରାଜ୍ୟରେ କୋଭିଡ୍ ଅଭିଯାନ ଚଳାଇବ ବିଜେଡି: ଏ ନେଇ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ନବୀନଙ୍କ ଚିଠି ।

୫୦.-ସ୍କୁଲ ଫି’ ଛାଡ଼ ସଂପର୍କିତ ମାମଲାର ଶୁଣାଣି ଶେଷ: ଗଣଶିକ୍ଷା ସଚିବଙ୍କ ରିପୋର୍ଟ ଦାଖଲ ହୋଇଛି ।

୫୧.-ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମହାମାରୀ କରୋନାରେ ଆକ୍ରାନ୍ତ, ତେବେ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନାହିଁ ଓ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।

୫୨.-ଏନିକି ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’ ସୂଚନା ଦେଲେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ।

୫୩.-ଶ୍ରୀଲଙ୍କା ସରକାର ର ବଡ଼ ପଦକ୍ଷେପ, ଦେଶରେ ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ତେବେ କେବଳ ସେହି ଲୋକମାନେ ବିଫ୍ କିଣିପାରିବେ ଯେଉଁମାନେ ଏହାକୁ ଖାଇଥାନ୍ତି ।

୫୪.-ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲକଡାଉନ୍ ପରଠୁ ଏବେସୁଦ୍ଧା ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ନେଟ୍ ଓ୍ୱର୍ଥ ବା ମୋଟ୍ ସମ୍ପତ୍ତି ବୃଦ୍ଧି ପାଇ ୬,୫୮,୪୦୦ କୋଟିରେ ପହଁଚିଛି ।

୫୫.-ଆଇପିଏଲ-୨୦୨୦ : ହାଇଦ୍ରାବାଦର ପ୍ରଥମ ବିଜୟ, ଦିଲ୍ଲୀ କୁ ହରାଇ ୧୫ ରନରେ ଜିତିଲା ହାଇଦ୍ରାବାଦ ।

୫୬. ଆଜି ଖୋଲିବ ଓଡ଼ିଶାର ୯ଟି କୋଇଲା ଖଣି ‌ବିଡ୍ ।







Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୩୦/୯)