ଆଜି ସଂକ୍ଷେପରେ…(୨୯/୯)

୧. ନୂଆ କୃଷି ବିଲ୍‌କୁ ବିରୋଧ କରି ଦିଲ୍ଲୀର ଇଣ୍ଡିିଆ ଗେଟ୍‌ରେ କୃଷକମାନେ ଟ୍ରାକ୍ଟର ଜାଳି ବିରୋଧ ପ୍ରଦର୍ଶନ କଲେ । ପଞ୍ଜାବ, ହରିଆନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀରେ ଜାତୀୟ ରାଜପଥ ଓ ରେଳଧାରଣାକୁ ଅବରୋଧ କଲେ ଚାଷୀ ।

୨. ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଅଭିଯୋଗ : ୟୁରୋପ ଓ ବିଶ୍ୱସାରା ଶିଶୁ ଶ୍ରମିକ ବିରୁଦ୍ଧରେ ଆଇନ ପ୍ରଣୟନ କରାଯାଇଛି । ଯଦି ୟୁରୋପରେ କୌଣସି କମ୍ପାନୀ ଜଣେ ୟୁରୋପୀୟ ଶିଶୁକୁ ଶ୍ରମିକ ଭାବରେ ବ୍ୟବହାର କରେ ତା ପାଇଁ ଦଣ୍ଡ ବିଧାନ ଅଛି, ହେଲେ ଆଫ୍ରିକା ବା ଏସିଆର ଶିଶୁକୁ ଶ୍ରମିକ ଭାବେ ବ୍ୟବହାର କଲେ ସେଥିପାଇଁ କୌଣସି ଦଣ୍ଡ ନାହିଁ ।

୩. ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷକୁ ଟପିଲା । ଏଥିରୁ ପାଖାପାଖି ୫୦% କେବଳ ଆମେରିକା, ବ୍ରାଜିଲ୍ ଓ ଭାରତରେ ।

୪.ଆସନ୍ତା ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ସମ୍ଭାବନା।

୫. +୩ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି ।

୬. କରୋନା ସନ୍ଦିଗ୍ଧ ଛାତ୍ରକୁ ଆଇନ ପ୍ରବେଶ ପରୀକ୍ଷାରେ ସ୍ୱତନ୍ତ୍ର କକ୍ଷରେ ବସିବାକୁ କୋର୍ଟ ଆଦେଶ ଦେଲେ ।

୭. ଲୋକପ୍ରିୟ ପ୍ରାର୍ଥନା ‘ଇତନି ଶକ୍ତି ହମେ ଦେ ନା ଦାତା…’ର ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କର ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା ।

୮. ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସୋମବାର ମଧ୍ୟାହ୍ନରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ।

୯. ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁୁ କୃଷି ବିଲ ବିରୋଧରେ ଏକ ବିରାଟ ଶୋଭାଯାତ୍ରା କରାଯାଇତିଲା। ଏହି ଶୋଭାଯାତ୍ରା ଗୋପବନ୍ଧୁ ଛକଠାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା ।

୧୦. ଚୀନ ସହ ଉତ୍ତେଜନା । ଆମେରିକାଠୁ ଆହୁରି କିଣାଯିବ ୭୨ ହଜାର ଅସାଲ୍ଟ ରାଇଫଲ୍, ୨୨୯୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଚୁକ୍ତିନାମାକୁ ମିଳିଲା ମଞ୍ଜୁରୀ ।

୧୧. ସରକାରୀ ଉପଯୋଗ ପାଇଁ ଘରୋଇ ଗାଡ଼ି ଭଡ଼ାରେ ନେବା ମନା।

୧୨. ମୋଦି ସରକାରଙ୍କ ସଂସଂଦରେ କୃଷକ ମାରଣ ତିନିଗୋଟି ବିଧେୟକ ପାରିତ ପ୍ରତିବାଦରେ ପିସିସି ପକ୍ଷରୁ ପଦଯାତ୍ରା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

୧୩. ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

୧୪.ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି ।

୧୫. ଶ୍ରୀମନ୍ଦିର ୬୦୦ ସେବାୟତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ ହେଉଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

୧୬. ୪୮ ଘଣ୍ଟାରେ ଆସୁଛି ବାବ୍ରି ବିଧ୍ଵଂସର ରାୟ, ଅଭିଯୁକ୍ତ ଉମା ଭାରତୀ କହିଲେ- ଫାଶି ମଞ୍ଜୁର, କିନ୍ତୁ ଜାମିନ ଆବେଦନ କରିବି ନାହିଁ

୧୭. କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3235 କରୋନା ପଜିଟିଭ , ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମି 502, କଟକରେ 318 ।

୧୮. ଆସନ୍ତାକାଲିଠୁ ବିଧାନସଭା । ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌ ।

୧୯. ଚଳିତ ଆଇପିଏଲ୍‌ରେ ପ୍ରଥମ ୧୦ ମ୍ୟାଚ୍‌ ଭିତରେ ୨ ଟାଇ ଦେଖିବାକୁ ମିଳିଛି । ପୁଣି ସୁପର୍‌ ଓଭର୍‌, ରୋହିତଙ୍କୁ ହରାଇଲେ କୋହଲି ।

୨୦. ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ଶହ ଟପିଛି। ଗତ ୨୮ଦିନରେ ୩୧୦ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି । ରାଜ୍ୟରେ ନମୁନା ପରୀକ୍ଷା କମିଲା, ପଜିଟିଭ୍ ବି କମିଲା ।

୨୧. ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଗୁଲ୍‌ ଫୁଙ୍କିବାକୁ ଯାଇ ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି।

୨୨. ଭୁବନେଶ୍ୱର ରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ ।

୨୩. ସନ୍ଦସେରାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା ।

୨୪. ଆଜି ଆଇପିଏଲରେ ୧୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ ।

୨୫. ଅନଲକ୍‌ରେ ୫ ରେ ପର୍ଯ୍ୟଟନ କ୍ଷେତ୍ର ଓ ସିନେମାହଲ୍ ହଲ ଖୋଲିବା ସମ୍ଭାବନା ।
୨୬. କୋରମ ଅଭାବ , ମୁଦ୍ରାନୀତି କମିଟି ବୈଠକ ସ୍ଥଗିତ ।
୨୭. କୃଷି ବିଲ୍‌କୁ ବିରୋଧ କରି କର୍ଣ୍ଣାଟକରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଲେ ଚାଷୀ ।
୨୮. ଏଇ ମାସରେ ଅବସର ନେବାକୁ ଥିବା ଗୁଜରାଟ କ୍ୟାଡର ଆଇଏଏସ୍ ଡକ୍ଟର ପି ଡି ବାଘେଲାଙ୍କୁ ସରକାର ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ।
୨୯. ଇ-ଚାଲାନକୁ ନେଇ କେନ୍ଦ୍ର ବଦଳାଇଲା ନିୟମ ! ରାସ୍ତାରେ ଗାଡି ଅଟକାଇ ଯାଞ୍ଚ ହେବ ନାହିଁ କାଗଜପତ୍ର ।
୩୦. ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ ।
୩୧. ରେଭେନ୍ସା ବିଶ୍ବବିଦ୍ୟାଳୟ ଆଇନ-୨୦୦୫ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୯/୯)