ଆଜି ସଂକ୍ଷେପରେ…(୨୯/୮)

୧-ଆଜି ଜାତୀୟ କ୍ରୀଡ଼ା ଦିବସ : ପ୍ରଥମ ଥର ପାଇଁ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର ।

୨-ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ : ୧୦ ୱାର୍ଡରୁ ୬୩୫ ନମୁନା ସଂଗ୍ରହ : ଭୁବନେଶ୍ୱର ।

୩-୭ଟି ସହରରେ ଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ନିଟ ପରୀକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ସୂଚନା ।

୪-ପହିଲାରୁ ପୁଣି ବର୍ଷା ! ୩୧ ଯାଏଁ ରାଜ୍ୟରେ ଶୁଖିଲା ପାଗ: କାଁ ଭାଁ କିଛି କିଛି ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା; ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ଆଂଶିକ ମେଘୁଆ ରହିବ ଟ୍ୱିନ୍ ସିଟିର ପାଣିପାଗ ।

୫-ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା ।

୬-ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ ।

୭-ଏଥର କଟକରେ ଗୋଟିଏ ଦିନ ପରିବର୍ତ୍ତେ ୪ଦିନ ହେବ ଦଶହରା ଭସାଣ ।

୮-ଖାଇବା ତେଲର ଅପ ମିଶ୍ରଣ ବିରୋଧରେ FSSAIର ଧରପଗଡ, ସମଗ୍ର ଦେଶରୁ ସଂଗ୍ରହ ହେଲା ୪୫୦୦ରୁ ଅଧିକ ନମୂନା ।

୯-ବନ୍ୟା ପରିସ୍ଥିତି: ୧୦ଟି ଏନଡିଆରଏଫ୍ ଓ ୧୪ଟି ଓଡ୍ରାଫ ଟିମ୍ ମୁତୟନ ।

୧୦-ନରୱେ ଗସ୍ତରେ ‘ନୋବେଲ’କୁ ସତର୍କ କଲେ ଚୀନ୍ ବିଦେଶ ମନ୍ତ୍ରୀ, ହଙ୍ଗକଙ୍ଗ ଗଣତନ୍ତ୍ର ସମର୍ଥକଙ୍କୁ ଯେପରି ଦିଆନଯାଏ ପୁରସ୍କାର ।

୧୧-ଆମେରିକୀୟ ଗବେଷକଙ୍କ ଦାବି ପୁରୁଷଙ୍କଠାରେ କୋଭିଡ୍‌ ଆଶଙ୍କା ଅଧିକ ।

୧୨-ଏସିଆର ସବୁଠୁ ଧନୀ ମହିଳା ଛାଡିଲେ ଚୀନର ନାଗରିକତା, ‘ଗୋଲ୍ଡେନ ପାସପୋର୍ଟ’ ହାସଲ କରି ପହଞ୍ଚିଲେ ୟୁରୋପ ।

୧୩- ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀରେ ବଡ ବନ୍ୟା ଆଶଙ୍କା। ସମ୍ଭାବ୍ୟ ବନ୍ୟା ନେଇ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମୀକ୍ଷା; ହୀରାକୁଦର ୪୦ଟି ଗେଟ୍‌ ଖୋଲା ରହିଛି

୧୪- କଟକ: ପୁଲିସ ଡାକିଲା ଦଶହରା ବୈଠକ,ଏଥର ୪ ଫୁଟର ମୂର୍ତ୍ତି, ପରଦା ଢାଙ୍କି କରାଯିବ ପୂଜା

୧୫- ଦେଶର ପ୍ରଥମ ମହିଳା ଭାବେ “ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ସିକ୍ୟୁରିଟି” ମହାନିର୍ଦ୍ଦେଶିକା ଦାୟିତ୍ୱ ନେବେ ଉଷା ପାଢ଼ୀ

୧୬- ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୫୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୬୭ ହଜାର ୮୨୬

୧୭- ଚଳିତ ବର୍ଷ ରାଜ୍ୟ ସରକାର ବହନ କରିବେ JEE ପରୀକ୍ଷାର୍ଥୀଙ୍କ ଯିବା, ଆସିବା, ରହିବା ଓ ଖାଇବା ଖର୍ଚ୍ଚ

୧୮- ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ କହିଲେ କନ୍ଧମାଳ ଜିଲ୍ଲାପାଳ

୧୯- ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ: CBI ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀ

୨୦- ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ନଭେମ୍ବର ଯାଏଁ ଘୁଞ୍ଚିଲା

୨୧- ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଶେଷ ତାରିଖ ସେପ୍ଟେମ୍ବର 10 ତାରିଖକୁ ଘୁଞ୍ଚିଲା

୨୨- ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଛଅବର୍ଷ ପୂର୍ତ୍ତି, 2020 ସୁଦ୍ଧା ଖୋଲିଲା 40.35 କୋଟି ବ୍ୟାଙ୍କ ଆକାଉଣ୍ଟ

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୯/୮)