ଆଜି ସଂକ୍ଷେପରେ…(୨୯/୭)

୧-ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୧୧ଟା ପରେ ବୋର୍ଡର ୨ଟି ୱେବସାଇଟ
http://bseodisha.ac.in , http://bseodisha.nic.in ଏବଂ OR01 (ରୋଲ ନମ୍ବର) ଲେଖି 5676750କୁ SMSକରି ପାଇପାରିବେ ରେଜଲ୍ଟ ।

୨- ଆଜିଠାରୁ ପୁରୀରେ ରଥ ଖୋଲା କାର୍ଯ୍ୟ ଆରମ୍ଭ। ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ କାମ ହେବ ।

୩-ଏଣିକି ଡ୍ୟୁଟି ବେଳେ ଜୀବନ ଗଲେ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା ।

୪-ଏଣିକି ଘରେ ବସି BPUT ପରୀକ୍ଷା ଦେବେ ଛାତ୍ରଛାତ୍ରୀ,ମୋବାଇଲ, ଟ୍ୟାବ୍ ଓ ଲାପଟପ୍‌ରେ ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ।ଏଥିପାଇଁ BPUT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ।

୫-ଆଜିଠାରୁ ଅଗଷ୍ଟ ୭ ଯାଏ କନ୍ଧମାଳ ଜିଲ୍ଲା ଲକ୍‌ଡାଉନ୍, ଜିଲ୍ଲାପାଳଙ୍କ ଘୋଷଣା ।

୬-ବିଶିଷ୍ଟ ନାଟ୍ୟଗୁରୁ ତଥା ବର୍ଷିୟାନ କଳାକାର କାଶୀନାଥ ସାହୁଙ୍କ ପରଲୋକ ।

୭-ଓଡିଶାକୁ ୫୧୨୨ କୋଟି ଟଙ୍କା ଜିଏସଟି ସହାୟତା, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ।

୮-ରେକର୍ଡ ହେଲା ଇପିଏଫ୍ ଉଠାଣ : ଗତ ଚାରି ମାସରେ ୮୦ ଲକ୍ଷ କର୍ମଚାରୀ ଉଠାଇଲେ ୩୦ ହଜାର କୋଟି ଟଙ୍କା ।

୯-ଦୁଇ ଭାରତୀୟ ସ୍କୁଲ ଛାତ୍ରୀ ଆବିଷ୍କାର କଲେ ନୂତନ କ୍ଷୁଦ୍ର ଗ୍ରହ, ମଙ୍ଗଳ ଗ୍ରହ ନିକଟରେ କରୁଛି ପରିକ୍ରମା ।

୧୦-ଶତ୍ରୁ କୁ ମାତ୍ ଦେବା ପାଇଁ ଭାରତର ଅମ୍ବାଲା ବିମାନଘାଟିରେ ଆଜି ପହଞ୍ଚିବ ରାଫେଲ୍‌, ପାଖ ଅଞ୍ଚଳ‌ରେ ୧୪୪ ଧାରା ଜାରି ।

୧୧-COVID-19 ପରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ୱେଷ୍ଟ୍‌ଇଣ୍ଡିଜକୁ୍‌ ୨୬୯ ରନ୍‌ରେ ପରାସ୍ତ କରି ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌ ।

୧୨-୫୦୦ ୱିକେଟ୍ ଖାତାରେ ନାମ ଯୋଡିଲେ ଷ୍ଟୁଆର୍ଟ ବ୍ରଡ୍: ଇଂଲଣ୍ଡର ଦ୍ବିତୀୟ ଏବଂ ବିଶ୍ବର ସପ୍ତମ ବୋଲର ହେବାର ଗୌରବ ଅର୍ଜନ କରିଲେ ।

୧୩-ରାମ ମନ୍ଦିର ଭୂମି ପୂଜନ: ୨୨.୬ କିଲୋର ରୂପା ଇଟାରେ ମନ୍ଦିରର ଶିଳାନ୍ୟାସ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

୧୪-ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା । ଭାରତର ୫ଟି ସ୍ଥାନରେ ହେବ କରୋନା ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ । ପ୍ରସ୍ତୁତି ନେଇ ବାଓ ଟେକନୋଲୋଜି ବିଭାଗର ସଚିବ ଦେଲେ ସୂଚନା
୧୫-ରାଜ୍ୟରେ ପୁଣି ୧୨୧୫ କରୋନା ପଜିଟିବ ଚିହ୍ନଟ, ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୮, ୧୦୭କୁ ବୃଦ୍ଧି। ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୧୮୦୬୦କୁ ବୃଦ୍ଧି ପାଇଛି।

୧୬-କରୋନା କଟକଣା ଭିତରେ ଚାକିରି ପାଇଁ ଲମ୍ବାଲାଇନ । ବଲାଙ୍ଗୀର ଓ କେନ୍ଦୁଝରରୁ ଆସିଲା ପ୍ରବଳ ଗହଳିର ଚିତ୍ର । ମାନିଲେନି ସାମାଜିକ ଦୂରତା, ଏଏନଏମ ପଦବୀ ପାଇଁ ଲମ୍ବା ଲାଇନ ।

୧୭-ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗରେ ନୂଆ ମୋଡ : ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦାୟର କଲେ ସୁଶାନ୍ତଙ୍କ ପିତା ।

୧୮-ଦେଶରେ ବାଘ ବଂଶ ବଢିଛି, ଭାରତରେ ରହିଛନ୍ତି ବିଶ୍ଵର ୭୦% ବାଘ। ଓଡ଼ିଶାରେ ୪ବର୍ଷ ତଳେ ଯେତିକି ଏବେବି ସେତିକି।ଓଡ଼ିଶାରେ ଏବେ ୨୮ଟି ବାଘ ରହିଛନ୍ତି।

୧୯-ଆଇସିସି ମାନ୍ୟତା, ବ୍ୟାଟିଂ ତାଲିକାର ଶୀର୍ଷ ୨ଟି ସ୍ଥାନରେ ଭାରତ।

୨୦-ଓଡିଶାକୁ ୫୧୨୨ କୋଟି ଟଙ୍କା ଜିଏସଟି ସହାୟତା, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।
୨୧-ନବରଙ୍ଗପୁର ଜିଲ୍ଲା ରୁ ବଦଳି ହେଇଥିବା ସମସ୍ତ ଡାକ୍ତର ଙ୍କୁ ଫେରାଇ ଆଣିବାକୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦୁଇ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କୁ ପ୍ରଦାନ।ନହେଲେ ଆନ୍ଦୋଳନ କରିବାକୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଚେତାବନୀ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୯/୭)