ଆଜି ସଂକ୍ଷେପରେ…(୨୮/୮)

୧-ମହାନଦୀ ବଢ଼ୁଛି, ମଧ୍ୟମ ଧରଣର ବନ୍ୟା ହୋଇପାରେ: ଏସ୍‌ଆର୍‌ସି

୨-ବର୍ଷା: ମାଡି ଆସୁଛି, ବେଘର କରୁଛି… ଲଗାଣ ବର୍ଷାରେ ଓଡ଼ିଶାରେ ଉପୁଜିଲା ବନ୍ୟା ସ୍ଥିତି । ବଡ ବଡ ନଦୀରେ ଜଳସ୍ତର ବୃଦ୍ଧି, ପାଣି ପଶି ତଳିଆ ଅଞ୍ଚଳ ତଳିତଳାନ୍ତ । ବର୍ଷା ନେଲାଣି ୭ ଜୀବନ । ସାରା ରାଜ୍ୟରୁ ଆସିଲା ବର୍ଷାର ଭୟଙ୍କର ଚିତ୍ର।

୩-ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି।

୪-ଆଉ ଏକ ବ୍ୟାଙ୍କ୍ ଠକେଇ : ପିଏନବି ସହ ୫ ବ୍ୟାଙ୍କରୁ ୨୨୧ କୋଟି ଟଙ୍କା ହଡପ କରିଛି ହିନ୍ଦ୍ ଆଗ୍ରୋ, ସିରିଜ ଚଢାଉ ପରେ ମାମଲା ଦାୟର କଲା ସିବିଆଇ।

୫-ଜିଏସଟି ଉପରେ କରୋନା ମାଡ : ଦ୍ରବ୍ୟ ଓ ସେବା କର ସଂଗ୍ରହ ୨.୩୫ ଲକ୍ଷ କୋଟି ଚଙ୍କା କମିଛି, ରାଜ୍ୟଙ୍କ ପାଇଁ ଦୁଇଟି ବିକଳ୍ପ, ବାଛିବାକୁ ୭ ଦିନ ସମୟ।

୬-ଅନୁଷ୍କା ଶର୍ମା ଗର୍ଭବତୀ ହୋଇଥିବା ନେଇ ଟୁଇଟ କରି ଖୁସି ଖବର ଦେଲେ ବିରାଟ । ଆସନ୍ତା ଜାନୁୟାରୀରେ ନୂଆ ଅତିଥୀଙ୍କୁ ସ୍ୱାଗତ କରିବେ ପରିବାର ।

୭-ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ୍‌: ଡିଜିପି କହିଲେ, ‘ଦତନ୍ତକାରୀ ଟିମ୍‌ ଏପର୍ଯ୍ୟନ୍ତ ଆମ ସହ ଯୋଗାଯୋଗ କରି ନାହାଁନ୍ତି’।

୮-ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ପ୍ରଚରାଗଲା ୪୦ରୁ ଅଧିକ ପ୍ରଶ୍ନ । ମାନବ ପ୍ରେମୀ ଆଦିତ୍ୟଙ୍କ ପତ୍ନୀଙ୍କୁ ୫ ଘଂଟାରୁ ଅଧିକ ସମୟ ଜେରା କଲା କ୍ରାଇମବ୍ରାଞ୍ଚ ।

୯-ଭଡାଟିଆଙ୍କ ପାଇଁ ଖୁସି ଖବର, ଭଡାଘରେ ରହୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। 

୧୦-ବିରୋଧ ସତ୍ତ୍ୱେ ନିଟ୍‌ ଓ ଜେଇଇ ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ କଲେ ୧୭ ଲକ୍ଷ ପରୀକ୍ଷାର୍ଥୀ।

୧୧-ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, କରୋନିଲ୍ ଟ୍ରେଡମାର୍କ ବ୍ୟବହାର ବିରୋଧରେ ଆବେଦନ ଖାରଜ।

୧୨-ଉଡାନ୍’ ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଳିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ।

୧୩-ଇସ୍ତଫା ଦେଲେ ଚାରି ମାସ ପୂର୍ବରୁ ଦାୟିତ୍ବ ନେଇଥିବା ଟିକ୍-ଟକ୍ ର ସିଇଓ କେଭିନ ମେୟର।

୧୪-ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ, ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି | ଯାହା ଆପଣଙ୍କର ପକେଟ ଉପରେ ସିଧାସଳଖ ପ୍ରଭାବ ମଧ୍ୟ ପକାଇଛି | ଏଭଳି ସମୟରେ ଆମାଜନ ପେ ଏକ ନୂଆ ପ୍ଲାନ ବାବଦରେ ଘୋଷଣା କରିଛି | ପ୍ଲାନ ମୁତାବକ ଯଦି ଆପଣ ଆମାଜନ ପେ ମାଧ୍ୟମରେ ଏକ ଗ୍ୟାସ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା କ୍ୟାସବ୍ୟାକ ମିଳିବ |

୧୫-ନୂଆଦିଲ୍ଲୀ : ଶୁକ୍ରବାର ଠୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟି-୨୦ ଶୃଙ୍ଖଳା। ଶୃଙ୍ଖଳା ଆରମ୍ଭରୁ ଇଂଲଣ୍ଡର ତାରକା ଓପନର ଜାସନ ରଏ ଖେଳିବେନାହିଁ ବୋଲି ସୂଚନା ମିଳିଛି ।

୧୬-ହୀରାକୁଦରେ ଖୋଲିଲା ୨୦ ଫାଟକ : ଜଳସ୍ତର ୬୨୨ ଫୁଟ ଡେଇଁଲା ।

୧୭-ନୂଆଦିଲ୍ଲୀ : ଦେଶରେ ଛଅ ମାସ ଭିତରେ ୧୭୫ଟି ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ (ଏୟାର କ୍ବାଲିଟି ମନିଟରିଂ ଷ୍ଟେସନ) ପ୍ରତିଷ୍ଠା କରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ଗୋଟିଏ ମାସ ଭିତରେ ଆରମ୍ଭ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ ।

୧୮-ସଂରକ୍ଷଣ ଭିତରେ ସଂରକ୍ଷଣ କଥା ଉଠାଇଲେ ସୁପ୍ରିମ୍‌ କୋର୍ଟ, ଅନୁସୂଚିତଙ୍କ ମଧ୍ୟରେ ସ୍ବଚ୍ଛଳବର୍ଗ ହାତେଇଥିବା ସୁବିଧାର ପୁନର୍ବିଚାର।

୧୯-କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍କୁଲ ଦରମା ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦାବି।

୨୦-ଭୁବନେଶ୍ୱର: ଆଧାର ନ ଥିଲେ ବି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ଭର୍ତ୍ତା ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି।

୨୧-ଭୁବନେଶ୍ୱର ନାଲକୋ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୪ ମୃତ

୨୨-PCC ପରିବର୍ତ୍ତନ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ: ବଦଳିବେ ନାହିଁ ରାଜ୍ୟ କଂଗ୍ରେସ ମୁଖିଆ, ସ୍ପଷ୍ଟ କଲେ AICC ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ।

୨୩- ଭୁବନେଶ୍ୱର: ସଂକ୍ଷିପ୍ତ ସିଲାବସ୍ କୁ ନେଇ ଅସନ୍ତୋଷ, AHSC ପରୀକ୍ଷା ଏପ୍ରିଲ୍ ଶେଷ ସପ୍ତାହରେ କରିବାକୁ ଦାବି।

୨୪-ଟେକ୍ନୋଲୋଜି ପ୍ରୟୋଗ ପାଇଁ ଓଡିଶାକୁ ଦୁଇଟି ଟେକ୍ ସଭା ପୁରସ୍କାର, ILMS ଏବଂ ରାଜ୍ୟ କୋଭିଡ ଡ୍ୟାସବୋର୍ଡ ପାଇଁ ରାଜ୍ୟକୁ ଏହି ପୁରସ୍କାର।

୨୫- ବିବାଦରେ ନିଟ ଓ ଜେଇଇ, ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ

୨୬- ସୌରଶକ୍ତି​‌ରୁ ଶକ୍ତି ଆବଶ୍ୟକତା ପୂରଣ କରିବ ରେଳବାଇ; ୨୦୩୦ ସୁଦ୍ଧା ୩୩ ବିଲିୟନ ୟୁନିଟ ଉର୍ଜ୍ଜା ଆବଶ୍ୟକ ପୂରଣ ଲକ୍ଷ୍ୟ

୨୭- ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଆମାଜନ୍ ମାଲିକ ଜେଫ୍ ବୋଜେସ୍‌, ଯିଏ ୧୫ ଲକ୍ଷ କୋଟି ଟଙ୍କାର ମାଲିକ ।

୨୮-ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର,ଗୁଜରାଟୀ ଭକ୍ତ ଦେବେ ୧୯୨୦ କେଜି ରୁପା । ପ୍ରତି ଦ୍ବାରରେ ଲାଗିବ ୬୪୦ କେଜି, ପରିଚାଳନା କମିଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ।

୨୯-ସୁପ୍ରିମକୋର୍ଟ ରାୟ ଆଜି, ପିଜି ଓ ୟୁଜି ପରୀକ୍ଷା ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ଶୁଣାଇବେ।

୩୦-ଆଜିଠୁ ପାଗ ଶୁଖିଲା,ଗତ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷିବା ପରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ।

୩୧-କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ , ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ , ଅଧିକ ରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି : ମୁଖ୍ୟମନ୍ତ୍ରୀ ।
୩୨-କରୋନା ପ୍ରଭାବ ଆଇଟି ଶିଳ୍ପରେ ଚାକିରି ହରାଇବେ ୨ ଲକ୍ଷ, ଏକ ରିପୋର୍ଟ ସାମ୍ନାକୁ ଆସିଛି।

୩୩-ଖଣି ନିଲାମ ଅକ୍ଟୋବରକୁ ଘୁଞ୍ଚିଲା, ୮ ନୂଆଖଣିକୁ ନେଇ ଆଶା ଓ ଆଶଙ୍କାରେ ଅଂଚଳବାସୀ ।

୩୪-ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, କରୋନିଲ୍ ଟ୍ରେଡମାର୍କ ବ୍ୟବହାର ବିରୋଧରେ ଆବେଦନ ଖାରଜ ।

୩୫-ଆମେରିକାକୁ କ୍ଷେପଣାସ୍ତ୍ର ଭୟ ଦେଖାଇଲା ଚୀନ,ଦକ୍ଷିଣ ଚୀନ ସାଗରରେ ଚୀନ ଏହାର ଡିଏଫ-୨୧ଡି ଏବଂ ଡିଏଫ-୨୬ବି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରିଛି। ଏହି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରି ଆମେରିକାକୁ ପରୋକ୍ଷ ଚେତାବନୀ ଦେଇଛି ଚୀନ।

୩୬-ଆଜି ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ ଅନୁଷ୍ଠିତ ହେବ ।

୩୭-ରାଙ୍କିରେଡ୍ଡୀଙ୍କ ସହ ୩ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କୁ କରୋନା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୮/୮)