ଆଜି ସଂକ୍ଷେପରେ…(୨୮/୭)

୧-ମଧ୍ୟାହ୍ନଭୋଜନ ସାମଗ୍ରୀ ସହ ବିଦ୍ୟାର୍ଥୀଙ୍କୁ ମିଳିବ ଆଇରନ୍‍ ଟାବଲେଟ୍‍,ନ୍ୟାସନାଲ ଆଇରନ୍‍ ପ୍ଲସ୍‍ ଇନିସିଏଟିଭ୍‍ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଆଇରନ୍‍ ଟାବ୍‌ଲେଟ୍‍ ଯୋଗାଇଦେବାକୁ ନିଷ୍ପତ୍ତି ।*

୨-ସମ୍ ରେ ‘କୋଭାକ୍ସିନ୍‌’ ଟିକାର ମାନବ ପରୀକ୍ଷଣ ସ୍ବେଚ୍ଛାସେବୀ ସୁସ୍ଥ, ୨ ଘଣ୍ଟା ପରେ ରୋଗୀ କୁ ଛାଡ଼ି ଦିଆଗଲା ।*

୩-ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନା,ମାଇକ୍ରୋ କ୍ରେଡ଼ଟି୍ ସ୍କିମ୍ ବା କ୍ଷୁଦ୍ର ଋଣ ଯୋଜନା ଜରିଆରେ ଋଣ ଦିଆଯିବ।*

୪-GST କ୍ଷତିପୂରଣ : ଓଡ଼ିଶାକୁ ମିଳିଲା ପାଞ୍ଚହଜାର ​‌କୋଟିରୁ ଅଧିକ ଅର୍ଥ ।*

୫-ଭାରତରେ ୨.୨୮% : ଖସିଛି କରୋନା ମୃତ୍ୟୁ ହାର, ଆରୋଗ୍ୟ ହାର ୬୪%କୁ ବୃଦ୍ଧି,ସୁସ୍ଥ ହେଲେଣି ୯ ଲକ୍ଷରୁ ଅଧିକ ।*

୬-ଖରିଫ ଫସଲ ନିମନ୍ତେ ସମବାୟ କ୍ଷେତ୍ର ମାଧ୍ୟମରେ ଚାଷୀମାନଙ୍କୁ ସମୁଦାୟ ୯ ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ।*

୭-ଛତିଶଗଡରେ ଅଗଷ୍ଟ 6 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନିଷ୍ପତ୍ତି ।*

୮-ଚୀନ ଉପରେ ଭାରତର ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ୍! ଟିକଟକ, ୟୁସି ବ୍ରାଉଜର ପରେ ପୁଣି ୪୭ ଆପ ବ୍ୟାନ କଲେ ମୋଦି ସରକାର । ରାଷ୍ଟ୍ରୀୟ ସୁରକ୍ଷାକୁ ଆଖିରେ ନିଆଗଲା ପଦକ୍ଷେପ, ପବଜି ସମେତ ୨୭୫ ଚୀନ ଆପ ଉପରେ ରଖାଯାଇଛି ନଜର ।*

୯-ରିଜର୍ଭ ବ୍ୟାଙ୍କର ଚେତାବନୀ : ଅନାଦାୟ ଋଣ ୨୦ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁପାରେ ।*

୧୦-ଆମେରିକା ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ ବ୍ରିଏନ୍ Covid+ ଚିହ୍ନଟ ।*

୧୧-କରୋନା ବିପଦ ସମୟରେ ଫ୍ରାନ୍ସ ର ବଡ଼ ସହାୟତା, ପଠେଇଲା ଭେଣ୍ଟିଲେଟର ଏବଂ କିଟ୍ । ଆଜି ସୁଦ୍ଧା ଆସି ପହଞ୍ଚିବ,ଏ ନେଇ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଟ୍ୱିଟ୍ ଯୋଗେ ସୂଚନା ।*

୧୨-ICC ଲଞ୍ଚ୍ କଲା ଦିନିକିଆ ସୁପର ଲିଗ୍, କ୍ଵାଲିଫାଏ କଲେ ୨୦୨୩ ବିଶ୍ଵ କପ୍‌ରେ ମିଳିବ ଏଣ୍ଟ୍ରି ।*

୧୩-ଦେଶ ତୁଳନାରେ ଓଡିଶାରେ ସୁସ୍ଥ ହାର ଅଧିକ ଓ ମୃତ୍ୟୁ ହାର କମ୍ : ସର୍ବଭାରତୀୟ ସ୍ତରରେ ସୁସ୍ଥ ହାର ୬୧.୬୯ ପ୍ରତିଶତ ଥିବାବେଳେ ଓଡିଶାରେ ୬୨ .୪୪; ମୃତ୍ୟୁ ହାର ୨.୧୬ ଥିବାବେଳେ ଓଡିଶାରେ ଶୂନ ଦଶମିକ ୫୪ ପ୍ରତିଶତ।

୧୪-ଉଦଳା:ଅନ୍‌ଲାଇନ୍ ପାଠ ପଡ଼ୁଛି ମହଙ୍ଗା।ପିଲାଙ୍କ ପାଠ ପଢ଼ା ପାଇଁ ମାଆ ବିକ୍ରି କରି ଦେଲେ କାନଫୁଲ, ବାପା ବିକ୍ରି କରି ଦେଲେ ଗାଈ‌।

୧୫-ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ :www. bseodisha.ac.in ଏବଂ www.bseodisha.nic.in ରେ ପରୀକ୍ଷା ଫଳ ମିଳିବ । ଅଗଷ୍ଟ ଦ୍ଵିତୀୟ ସପ୍ତାହରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ।

୧୬-ବରିଷ୍ଠ IAS ଅଦଳବଦଳ: ଆର୍ କେ ଶର୍ମା କୃଷି ଉତ୍ପାଦନ କମିଶନର ଓ ସୁରେନ୍ଦ୍ରଙ୍କୁ ଇସ୍ପାତ ଓ ଖଣି ଏବଂ ଅନୁ ଗର୍ଗଙ୍କୁ ଜଳସମ୍ପଦ ଦାୟିତ୍ଵ।

୧୭-କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍ ଉଷା ପାଢ଼ୀ ସେଆର୍ କଲେ ପୂର୍ବତନ ରାଷ୍ଟ୍ର୍ରପତି ଡକ୍ଟର ଅବଦୁଲ କଲାମଙ୍କ ସହ ସମ୍ବଲପୁର ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ୧୫୦ଶ ତମ ପ୍ରତିଷ୍ଠା ଉତ୍ସବର ପୁରୁଣା ସ୍ମୃତିକୁ ।

୧୮-ଭୁବନେଶ୍ଵର:କୋଭିଡ-୧୯ ଭ୍ୟାକ୍‌ସିନର ମାନବ ପରୀକ୍ଷଣ ସମ୍‌ ହସ୍ପିଟାଲରେ ‌ଆରମ୍ଭ।‌
‌‌
୧୯-ଓଡିଶା ମାଟିର ଯଶ ରଖିଲେ ସମ୍ବଲପୁର ଝିଅ ମିନାକ୍ଷୀ, ୧୦ ହଜାର ପ୍ରତିଯୋଗୀଙ୍କୁ ହରାଇ ହାସଲ କଲେ ମିସେସ କୁଇନ ୟୁନିଭର୍ସ ଟ୍ୱେଣ୍ଟି ଟ୍ୱେଣ୍ଟି ମୁକୁଟ।

୨୦-ନୂଆ ଦିଲ୍ଲୀ:ଆଉ ୪୭ ଚାଇନା ଆପ୍ ନିଷିଦ୍ଧ।

୨୧-ଭୁବନେଶ୍ୱର: ଓଡ଼ିଶାକୁ ମିଳିଲା ୫୦୦୦କୋଟିର GST କ୍ଷତି ପୂରଣ।

୨୨-ମିଳୁନାହିଁ ସିଗନାଲ: ଅନଲାଇନ ପାଠ ପଢ଼ିବାକୁ ପାଣିଟାଙ୍କି ଉପରେ ଚଢ଼ୁଛନ୍ତି ଛାତ୍ରଛାତ୍ରୀ।।‌

୨୩-ନୁଆ ଦିଲ୍ଲୀ:୭୩.୫୮ ଲକ୍ଷ ଇପିଏଫଓ ସଦସ୍ୟଙ୍କ KYC ଅପ୍‌ଡେଟ।‌

୨୪-ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ,ଓଲିଉଡ଼ ଜଗତରେ ଶୋକ ର ଛାୟା:ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ।

୨୫-କରୋନା ନେଗେଟିଭ ହେବା ପରେ ହସପିଟାଲରୁ ଛାଡ଼ ପାଇଲେ ଐଶ୍ୱର୍ଯ୍ୟା, ଆରାଧ୍ୟା, ଆଉ କିଛିଦିନ ହସପିଟାଲରେ ରହିବେ ଅମିତାଭ, ଅଭିଷେକ ।

୨୬-ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା :  ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ । ତାପରେ ଦିଲ୍ଲୀ, ମୁମ୍ବାଇ ଭଳି କମିବ । ମୃତ୍ୟୁ ସଂଖ୍ୟା ବଢ଼ୁଛି, ହେଲେ କମ୍ ରହିଛି ହାର।

୨୭-କରୋନା ଟେଷ୍ଟିଂ ପାଇଁ ବୁଲିବ ମୋବାଇଲ୍ ଭ୍ୟାନ୍ : ରାଜ୍ୟର ବିଭିନ୍ନ ସ୍ଥାନରେ କରାଯିବ ନମୁନା ପରୀକ୍ଷା।

୨୮-ସୋମବାର ପୁଣି ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨କୁ ବୃଦ୍ଧି।ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ : ମୋଟ ସୁସ୍ଥ ହେଲେଣି ୧୭,୩୭୪

୨୯-ୟୁନିସେଫ୍ INDIA ପାଇଁ ସବ୍ୟସାଚୀ କରୋନା ଲଢ଼େଇର ଆଇଡଲ ପାଲଟିଛନ୍ତି।

୩୦-ଚୀନ ଓ ଭାରତ ଉତ୍ତେଜନା ଭିତରେ ଫ୍ରାନ୍ସରୁ ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ରାଫେଲ, ସାଉଦିରେ ଅବତରଣ ପରେ ୨୯ରେ ପହଞ୍ଚିବ ଭାରତ ।

୩୧-ଭାରତୀୟ ରେଳର ଚାହିଦା : ବଙ୍ଗଳା ଦେଶକୁ ଦିଆଗଲା ୧୦ ଟି ବ୍ରାଡ଼-ଗେଜ ଡିଜେଲ ଇଂଜିନ ।

୩୨-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟାହ୍ନ ଭୋଜନ ପାଇଥିବା ବିଦ୍ୟାର୍ଥୀଙ୍କୁ ରାସନ୍‍ ସହ ଏଣିକି ଆଇରନ୍‍ ଟାବଲେଟ୍‍ ପ୍ରଦାନ କରାଯିବ। 

୩୩-ବିଧାୟକ ପଢ଼ିବେ କୋଭିଡ୍ ପାଠ : ବୁଧବାର ଭିଡ଼ିଓ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଦେବେ ଉଦ୍‌ବୋଧନ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୮/୭)