ଆଜି ସଂକ୍ଷେପରେ…(୨୮/୧୦)

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲଂଚ ହେଲା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସ୍କଲାରସିପ ପୋର୍ଟାଲ୍ । ଏହାଦ୍ୱାରା ୧୧ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ସୂଚନା ।

୨-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଆବେଦନକୁ ଦିଲ୍ଲା ହାଇକୋର୍ଟ ଗ୍ର୍‌ହଣ କରି ତାଙ୍କ ବିରୁଦ୍ଧରେ ହୋଇଥିବା ନିମ୍ନ ଅଦାଲତଙ୍କ ଦ୍ୱାରା ତାଙ୍କୁ ୩ ବର୍ଷ ହୋଇଥିବା କାରାବାସ ଉପରେ ରୋକ୍ ଲଗାଇଲେ । କୋଇଲା ଆବଣ୍ଟନ ମାମଲାରେ ନିକଟରେ ସିବିଆଇର ଏକ କୋର୍ଟଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଜେଲଦଣ୍ଡ ଶୁଣାଇଥିଲେ ।

୩-ବିହାର ବିଧାନସଭା ନିର୍ବାଚନ : ମୁଙ୍ଗେରର ୫୬ ଓ ୫୭ ନଂ. ବୁଥରେ ସାନିଟାଇଜେସନ କାର୍ଯ୍ୟ ଚାଲି ଥିବାରୁ ଭୋଟରମାନେ ଧାଡ଼ି ବାନ୍ଧି ଛିଡ଼ା ହେଲେ ।

୪-ଭାରତର ବିକାଶ ଦର ଏ ବର୍ଷ ବିଯୁକ୍ତ କିମ୍ବା ଶୂନ ହୋଇପାରେ ବୋଲି ୪ର୍ଥ ବାର୍ଷିକ ଭାରତୀୟ ଶକ୍ତି ଫୋରମ୍‌ରେ କହିଲେ ଅର୍ଥମନ୍ତ୍ରୀ ସୀତାରମଣ ।

୫-ଫେଲ୍ ମାରିଲେ ଦିଲ୍ଲୀ ବ୍ୟାଟସମ୍ୟାନ୍, ୮୮ ରନରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ ।

୬-ଡୋନାଲ୍ଡ ଟ୍ରମ୍ପ ଭାରତର କଲେ ଆଲୋଚନା : ଟ୍ୱିଟରରେ ଟ୍ରେଣ୍ଡ ହେବାକୁ ଲାଗିଲା ହାଓଡି ମୋଦି ।

୭-ଖରିଫ୍‌ ଚାଷୀ ପଞ୍ଜୀକରଣରେ ୨୧% ବୃଦ୍ଧି, ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ।

୮-ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ – ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

୯-ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ।

୧୦-ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ । ପଥରଗଡରେ ବିଷାକ୍ତ ମଦ ପିଅ ଚାରି ଜଣଙ୍କ ମୃତ୍ୟୁ ସନ୍ଦେହ । ଘର ଛାତ ପକାଇବା ପରେ ଶ୍ରମିକମାନେ ମହୁଲି ପିଇ ହୋଇପଡିଥିଲେ ଅସୁସ୍ଥ ।

୧୧-ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ ।

୧୨-ପୁଞ୍ଜିଲାଲଙ୍କୁ ବଲାଙ୍ଗିର ଜେଲରେ ମାଡ ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ପ୍ରସଙ୍ଗ; ପୁଞ୍ଜିଲାଲଙ୍କ ଓକିଲଙ୍କ ଆବେଦନ ଖାରଜ ।

୧୩-ତିର୍ତ୍ତୋଲ ଓ ବାଲେଶ୍ବରରେ ଭର୍ଚୁଆଲ ରାଲି କରିବେ ନବୀନ ।

୧୪-୧୮ ନୂଆ ଆତଙ୍କବାଦୀଙ୍କ ନାଁ ଘୋଷଣା କଲେ କେନ୍ଦ୍ର ସରକାର – ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ବି ଲିଷ୍ଟରେ ସାମିଲ ।

୧୫-ଫେସବୁକ୍ ଇଣ୍ଡିଆର ପବ୍ଲିକ ପଲିସି ହେଡ୍ ର ମୁଖ୍ୟ ଅଙ୍କୀ ଦାସ କମ୍ପାନୀରୁ ଦେଲେ ଇସ୍ତଫା ।

୧୬-ମାଲ୍ୟାଙ୍କ ଋଣ ସୁଝିବାକୁ ବିକ୍ରି ହେବ ୟୁବିଏଚଏଲର ୧୧ ହଜାର କୋଟିର ସମ୍ପତ୍ତି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

୧୭-ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ ।
୧୮-ଭ୍ରଷ୍ଟାଚାରର ବଂଶବାଦ’ ଏବେ ସାଜିଛି ଦେଶ ପାଇଁ ନୂଆ ସମସ୍ୟା; ପ୍ରଧାନମନ୍ତ୍ରୀ ମୋଦୀ ।
୧୯-ବିଗ୍ ବି ଅମିତାଭ ବଚ୍ଚନ ଦେଶର ସବୁଠୁ ବିଶ୍ଵସନୀୟ ସେଲିବ୍ରିଟି-TIARA
୨୦-କିନ୍ନରଙ୍କୁ ସମ୍ମାନ ଦେବାକୁ ଭାରତର ଗୋଟିଏ ଷ୍ଟେସନର ନାଁ ଦିଆଗଲା ‘ପ୍ରାଇଡ୍‌ ଷ୍ଟେସନ’ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୮/୧୦)