ଆଜି ସଂକ୍ଷେପରେ…(୨୭/୯)

୧-ପୃଥିବୀର ପ୍ରଭାବଶାଳୀ ନେତ୍ରୀଙ୍କ ମଧ୍ୟରେ ସାମିଲ୍ ହୋଇଥିବା ‘ସାହିନବାଗ୍‌ର ଦିଦି’ ବିଲକିସ୍ ବାନୋ କହିଲେ, ସିଏଏ ଓ ଏନ୍‌ଆରସି ବିରୁଦ୍ଧରେ ଲଢ଼େଇ ଶେଷ ହୋଇ ନାହିଁ । କରୋନା ସହ ଲଢ଼େଇ ସରିଲେ, ପୁଣି ଏହା ଆରମ୍ଭ ହେବ ।

୨-ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମନୋନୀତ ।

୩-ଜମ୍ମୁ-କାଶ୍ମୀରରେ ଶାସନ କ୍ଷମତାରେ ପିଡିପି ଓ ବିଜେପି ଥିବା ସମୟରେ ୧୦,୦୦୦ କୋଟି ଟଙ୍କାର ହେରେଫେର ହୋଇଥିବା ନେଇ ଅଭିଯୋଗ ଆସିଲା ।

୪-ଆଜି ଜେଇଇ ଆଡଭାନ୍ସଡ୍‌, ୧.୬୦ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।

୫-ଏବେ ଭାରତରେ ଆହୁରି ଶସ୍ତା ହେବ Covid ପରୀକ୍ଷଣ, ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଉଛି RT-PCRକିଟ୍।

୬-ବିଜେପିକୁ ଶକ୍ତ ଧକ୍କା: ‘କୃଷି ବିଲ’କୁ ବିରୋଧ କରି ବିଜେପି ସହ ଦୀର୍ଘ ୨୨ ବର୍ଷର ସମ୍ପର୍କ ରଖିଥିବା ପଞ୍ଜାବର ଅକାଳୀ ଦଳ ସମ୍ପର୍କ ଛିନ୍ନ କଲା ।

୭-ବଲିଉଡ ର ଡ୍ରଗ୍ସ ମାମଲା:-ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି । ସାରାଙ୍କୁ ୫, ଶ୍ରଦ୍ଧାଙ୍କୁ ୬ ଘଣ୍ଟା କଲା ଜେରା । ପ୍ରଥମେ ଦୀପିକାଙ୍କୁ ସାଢେ ୫ ଘଣ୍ଟା ହୋଇଥିଲା ଜେରା।କରନ ଜୋହର ପାଇଁ ବଢ଼ୁଛି ଅଡ଼ୁଆ, ଗିରଫ ହେଲେ ଧର୍ମା ପ୍ରଡକ୍ସନ ର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦ।ଦୀପିକା, ରକୁକପ୍ରୀତ ଓ ସାରା ଙ୍କ ମୋବାଇଲ ଫୋନ ଜବତ।

୮-ଭାରତ – ଶ୍ରୀଲଙ୍କା ଶିଖର ବୈଠକ, ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ୧୫ ନିୟୁତ ଡଲାର ସହାୟତା.।

୯-ଉତ୍ତରପ୍ରଦେଶରେ ଏକ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କ ଜିଭକୁ କାଟି ଦିଆଯାଇଥିବା ଖବର ।

୧୦-ବିଶ୍ୱ ଆମ ପାଇଁ ଏକ ପରିବାର, ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ।ପଚାରିଲେ- ସ୍ଥାୟୀ ସଦସ୍ୟ ହେବାକୁ ଭାରତକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ ?ପୁଣି ଲଜ୍ଜିତ ହେଲା ପାକିସ୍ତାନ । ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବର୍ଜନ କଲା ଭାରତ, ଇମ୍ରାନଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କକ୍ଷତ୍ୟାଗ କଲେ ଭାରତୀୟ ପ୍ରତିନିଧୀ।

୧୧-ଭୁବନେଶ୍ୱର: ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ:୨୮ରୁ ରେଡିଓରେ ପାଠପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ*

୧୨-‌ବି-ଟୁ-ବି କାରବାର ପାଇଁ ଅକ୍ଟୋବରରୁ ଜିଏସ୍‌ଟି ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ।

୧୩-ମଧ୍ୟପ୍ରଦେଶ: ଏକ ୨୪ ବର୍ଷର ଝିଅ ଲୁଡୋ ଖେଳିବା ସମୟରେ ତାଙ୍କ ବାପା ତାଙ୍କୁ ପ୍ରତାରଣ କରିଛନ୍ତି ବୋଲି ସେ ଫେମିଲି କୋର୍ଟର ଦ୍ୱାରସ୍ଥ ।

୧୪- ନବଗଠିତ ବିଜେପି ରାଷ୍ଟ୍ରୀୟ ଟିମ୍ ରେ ଚାରି ଓଡ଼ିଆ। ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ଓ ଅପରାଜିତା, ରାଷ୍ଟ୍ରୀୟ ସଂପାଦକ ହେଲେ ବିଶେଶ୍ୱର ଟୁଡୁ।

୧୫-ଭୁବନେଶ୍ୱର: ୨୯ ଓ ୩୦ରେ ବର୍ଷା ବଢିବ,ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ, ଅକ୍ଟୋବର ୧୫ରୁ ଆରମ୍ଭ ହୋଇପାରେ ଏହି ପ୍ରକ୍ରିୟା।

୧୬-ସାଇବର ଠକଙ୍କ ନୁଆ ତରିକା: ହ୍ବାଟସଆପ ମେସେଜ ପଠାଇ ଲୁଟୁଛନ୍ତି ଜମାଖାତାରୁ ଟଙ୍କା।

୧୭-ପୁରୀକୁ ଗଡ଼ିବ ଟ୍ରେନ୍‌, ୧୦ ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ କଟକଣା ହଟିଲା । ଅକ୍ଟୋବର ପହିଲାରୁ ୧୦ଟି ସ୍ବତନ୍ତ୍ର ଟ୍ରେନ୍‌ର ରହଣୀ ଷ୍ଟେସନ ସଂଖ୍ୟା ବଢ଼ିବା ସହ ପୁରୀକୁ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି ।

୧୮-ଅକ୍ଟୋବର ୪ରେ ସିଭିଲ୍‌ ସର୍ଭିସ ପରୀକ୍ଷା(ପ୍ରିଲିମ) ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର ।

୧୯-ଆଜି ରାଜ୍ୟ ପର୍ଯ୍ୟଟନ ଦିବସ । ନୂଆ ରୂପରେ ଫେରୁଛି ପର୍ଯ୍ୟଟନ, ଅକ୍ଟୋବର ୧ରୁ ୧୦ ପ୍ରକୃତି ଶିବିର ।

୨୦-ରେକର୍ଡ ଭାଙ୍ଗିଲା ଖୋର୍ଧା : ଦିନକରେ ୯୦୨ ଆକ୍ରାନ୍ତ, ରାଜ୍ୟରେ ୪୩୫୬ ପଜିଟିଭ୍ ।

୨୧-ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ।

୨୨-ବିଧାନସଭା ଗୃହରେ ସରକାରଙ୍କୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ କଲା ଆଠଟି ପ୍ରସଂଗ, ବିଧାୟକ ଦଳ ବୈଠକରେ ନିଷ୍ପତି ।

୨୩. ଆଇପିଏଲ ଟକ୍କର: ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା । ଶୁଭମାନଙ୍କ ଶାନଦାର୍ ବ୍ୟାଟିଂ ଯୋଗୁ ସହଜରେ ୧୪୩ ରନର ବିଜୟ ଲକ୍ଷ୍ୟ ହାସଲ କଲା କୋଲକାତା
୨୪. ବରଗଡ଼ରେ ଜଣେ ୩୨ ବର୍ଷ ବୟସ୍କ ଲୋକ ନକଲି କରୋନା ଟୀକା ପ୍ରସ୍ତୁତ କରୁଥିବାରୁ ପୋଲିସ୍ ଗିରଫ କରିଥିବା ପିଟିଆଇ ସୂଚନା ଦେଲା ।
୨୫. ଭାରତର ପ୍ରଥମ ଇନ୍‌-ଫ୍ଲାଇଟ ମୋବାଇଲ ସେବା ପାଇଁ ଏରୋମୋବାଇଲ ସହିତ ସହଭାଗିତା କଲା ଜିଓ।
୨୬. ଉତ୍ତରପ୍ରଦେଶର ଜଣେ ମହିଳାଙ୍କୁ କାମ ଦେବାକୁ ଅଫିସକୁ ଡାକି ଭୋପାଳ ରେଳ ଷ୍ଟେସନ୍‌ରେ ଜଣେ ମହିଳାଙ୍କୁ ଦୁଇ ଜଣ ରେଲବାଇ ଅଧିକାରୀଙ୍କ ଗଣଦୁଷ୍କର୍ମ । ଅଭିଯୁକ୍ତଙ୍କୁ ରେଳବାଇ ପୋଲିସ୍ ଗିରଫ କଲା ।
୨୭. ଯାଜପୁର ଜିଲ୍ଲାର ବର୍ତ୍ତଣ୍ଡା ପଂଚାୟତରେ ଜଣେ ବୃଦ୍ଧ ବିନା କୌଣସି ସରକାରୀ ସହାୟତାରେରେ ଦୀର୍ଘ ୭୫ ବର୍ଷ ହେଲା ପିଲାଙ୍କୁ ଗଛମୂଳେ ପାଠ ପଢ଼ଉ ଥିବାର ଖବର ମିଳିଲା ।
୨୮. ଏବେ ଆଉ ଭୁବନେଶ୍ୱରରେ ଜଳବନ୍ଦୀ ହେବା ଆଶଙ୍କା କମ୍ । ଭୁବନେଶ୍ୱରର ୫୬ ଟି ସ୍ଥାନରେ ୨୬୪ ଟି ଡ୍ରେନ ପ୍ରକଳ୍ପ କାମ ଆରମ୍ଭ ।
୨୯. ଭୁବନେଶ୍ବର: କରୋନା ଅମାନିଆଙ୍କୁ ସାବାଡ କରୁଛି ଏନଫୋର୍ସମେଣ୍ଟ ‌ସ୍କାଡ, ତଣ୍ଡ ଗଣିଲେଣି ୬୦୯୨୯ ଜଣ।
୩୦.ବିଧାନସଭାରେ କରୋନା ପରୀକ୍ଷା: ୭ଟିମ୍ ସଂଗ୍ରହ କଲେ ‌୭୫୭ ନମୁନା।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୭/୯)