ଆଜି ସଂକ୍ଷେପରେ…(୨୭/୮)

୧-ଆହୁରି ୨୪ଘଣ୍ଟା ବର୍ଷା,୧୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣଂ, ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

୨-ରପ୍ତାନି ତପ୍ତରତା ସୂଚକାଙ୍କ-୨୦୨୦,ପଞ୍ଚମ ସ୍ଥାନରେ ଓଡ଼ିଶା। ଶୀର୍ଷରେ ଗୁଜରାଟ।

୩-ଭୁବନେଶ୍ୱର:ଜୟଦେବ ବିହାର-କିଟ୍ ଛକ ରାସ୍ତା ହେବ ୮ଲେନ, କଳିଙ୍ଗ ହସପିଟାଲ ଛକ ଏବଂ ଡମଣା ଛକରେ ହେବ ଫ୍ଲାଏଓଭର।

୪-କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୩୦% କମିଲା ସିଲାବସ୍।SCERT, BSE, CHSE ୱେବସାଇଟରେ ସିଲାବସ୍‌ ଉପଲବ୍ଧ ହେବ ।

୫-ଖରିଫ ଧାନ ସଂଗ୍ରହ: ଚାଷୀଙ୍କ ନାମ ପଞ୍ଜିକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ।

୬-ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା ମହାମାରୀ କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ।

୭-24 ଘଣ୍ଟା ମଧ୍ୟରେ ବଦଳିଲା ଜିଲ୍ଲାପାଳଙ୍କ ନିଷ୍ପତି, କୋଭିଡ କଟକଣା ମଧ୍ୟରେ କଟକରେ ଆୟୋଜିତ ହେବ ଦୁର୍ଗାପୂଜା।

୮-ନୁଆ ଦିଲ୍ଲୀ:ଗଭୀର କୋମାରେ ପ୍ରଣବ ମୁଖାର୍ଜୀ, ଭେଣ୍ଟିଲେଟର ସହୟତାରେ ଚାଲିଛି ଚିତ୍କିସା।‌

୯-ପ୍ରଥମ ବୋଲର ଭାବେ ଟି-ଟ୍ୱେଣ୍ଟିରେ ୫୦୦ ୱିକେଟ ହାସଲ କଲେ ବ୍ରାଭୋ।

୧୦-IPL ପାଇଁ କିଙ୍ଗ୍‌ସ ଓ ରୟାଲ୍‌ସ ଦଳର ଅଭ୍ୟାସ ଆରମ୍ଭ: ୨୦,୦୦୦ରୁ ଅଧିକ କୋଭିଡ ଟେଷ୍ଟ୍‌ ପରିଚାଳନା କରିବ ବିସିସିଆଇ ।

୧୧-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ତାଳଚେର ସାରକାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ ଏବଂ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ସମୀକ୍ଷା କରିଛନ୍ତି ।

୧୨-ୟୁନାଇଟେଡ୍ ଆରବ ଏମିରେଟସ୍‌(ୟୁଏଇ)ରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରୟୋଦଶତମ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ କୋଭିଡ ଯାଞ୍ଚ କରିବେ ଭିପିଏସ୍‌ ହେଲଥ୍ କେୟାର। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏଥିଲାଗି ଭିପିଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି।

୧୩- ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’, ଲାଗିଛି ପାଲମିରା ପାମ, ବାଥିଂ ଜୋନ ସହିତ ଖଞ୍ଜାହୋଇଛି ସବୁ ସୁବିଧା ।ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ନେଇଛି। ପୁରୀ ବେଳାଭୂମିକୁ ବିଶ୍ବ ସ୍ତରୀୟ କରାଯାଇଛି। ସୁବିଧା ସୁଯୋଗ, ସା‌ଜ ସଜ୍ଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖଞ୍ଜି ଦିଆଯାଇଛି।

୧୪-ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ । କୋଭିଡ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚାଷୀଙ୍କୁ ସୁବିଧାରେ ଓ ଶୀଘ୍ର କୃଷି ଋଣ ଯୋଗାଇଦେବାକୁ ନିର୍ଦ୍ଦେଶ । 

୧୫-ରାଜ୍ୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ : ଜଳ ସମ୍ପଦ ବିଭାଗ।ସମ୍ଭାବ୍ୟ ବନ୍ୟା ମୁକାବିଲା : ୫ ଜିଲ୍ଲାରେ ଓଡ୍ରାଫ୍‍ ଟିମ୍‍ ମୁତୟନ।

୧୬-ଅଯୋଧ୍ୟା ହେବ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ, ମୋଦି ସରକାର ଖର୍ଚ୍ଚ କରିବେ ୧ ଲକ୍ଷ କୋଟି ଟଙ୍କା।

୧୭-ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପାଇଁ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ଜିଲ୍ଲାପାଳଙ୍କ ସତର୍କ ସୂଚନା

୧୮-ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ ଅଧିକ ଋଣ ସହାୟତା ଦିଆଯିବା, ସ୍ବୟଂ ସହାୟକ ଗୋଷ୍ଠୀ, ଏମଏସଏମଇଗୁଡ଼ିକର ବିକାଶ କରିବା ଏବଂ ଏଥିପାଇଁ ଅଧିକ ଋଣ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

୧୯-ମହାନଦୀ ଜଳବିବାଦ ମାମଲା : ୩୬ ପ୍ରସଙ୍ଗ ନିର୍ଦ୍ଧାରଣ କରିବା ପରେ ପୁଣି ୭ ପ୍ରସଙ୍ଗକୁ ଯୋଡ଼ିଲେ ଟ୍ରିବ୍ୟୁନାଲ।

୨୦-କୋଲକାତାରୁ ବିମାନ ଯୋଗେ ପହଞ୍ଚିଲା ବ୍ରେନ୍‌-ଡେଡ୍‌‌ ରୋଗୀଙ୍କ ଫୁସ୍‌ଫୁସ୍‌, ହାଇଦ୍ରାବାଦରେ ରୋଗୀ ପାଇଲେ ନୂଆ ଜୀବନ।

୨୧-ଦେଶରେ କରନା ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି, ୭୬% ଅତିକ୍ରମ କଲା ଆରୋଗ୍ୟ ହାର।

୨୨-ରିଜର୍ଭ ବ୍ୟାଙ୍କ ଦେଲା ବଡ ତଥ୍ୟ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ହୋଇଛି ୧.୯ ଲକ୍ଷ କୋଟିର ବ୍ୟାଙ୍କ ଠକେଇ ।

୨୩-ଜାତୀୟ ରାଜପଥ ଶୁଳ୍କ ନିୟମରେ ସଂଶୋଧିତ ; ଏଣିକି ଫାଷ୍ଟ ଟ୍ୟାଗ୍ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି।

୨୪-ଜମି ହଡ଼ପ କଲେ ୧୪ ବର୍ଷ ଜେଲ: ଗୁଜରାଟ ସରକାରଙ୍କ ନୂଆ ନିୟମ ।

୨୫-ଘୁଞ୍ଚିବନି ନିଟ୍ ଓ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷା। ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଆମକୁ କରିବାକୁ ପଡିବ ସ୍ୱର ଉତ୍ତୋଳନ।ପ୍ରକାଶ ପାଇଲା ନିଟ-୨୦୨୦ ଆଡ଼ମିଟ କାର୍ଡ଼।

୨୬-ଚାଇନାର ୨୪ଟି କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା।

୨୭-ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। 

୨୮-ହୁ’ର ବଡ ଘୋଷଣା, ପୋଲିଓ ମୁକ୍ତ ହେଲା ଆଫ୍ରିକା।

୨୯-ଆଇସିସି ରାଙ୍କିଙ୍ଗ ୨୦୨୦:- ଦିନିକିଆରେ ଶୀର୍ଷରେ ବିରାଟ କୋହଲି ଓ ରୋହିତ ଶର୍ମା, ବୋଲିଂ ମାନ୍ୟତାରେ ଶୀର୍ଷରେ ବୁମରା।

୩୦-ରାଜ୍ୟରୁ କଟିଲେ ୮୮,୮୦୦ ମୋବାଇଲ୍‌ ଗ୍ରାହକ, କରୋନା ପ୍ରଭାବ ।

୩୧-ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଜାପାନ ନିବେଶକଙ୍କ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ମାନୁଫାକ୍‌ଚରିଂ କ୍ଲଷ୍ଟର୍ ର ବ୍ୟବସ୍ଥା।

୩୨-ରାଜ୍ୟ ସରକାରଙ୍କ କନିଷ୍ଠ ଓଏଏସ୍‌ ସ୍ତରରେ ୧୨ ଓଏଏସ୍‌ଙ୍କ ବଦଳି କରିଛନ୍ତି ।

୩୩-ଋଣ ମୋରାଟୋରିୟମ ମାମଲା: ଏଥର ଆଉ ରିଜର୍ଭ ବ୍ୟାଙ୍କ ପଛରେ ସରକାର ଲୁଚି ପାରିବେନି ।

୩୪-ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭୂମଧ୍ୟସାଗର ବ୍ୟତୀତ ସାରା ବିଶ୍ୱରେ ହ୍ରାସ ପାଉଛି କରୋନା ପ୍ରଭାବ, WHO ର ଏକ ରିପୋର୍ଟ ଅନୁଯାୟୀ ସୂଚନା ।

୩୫-ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଟିଭି ।

୩୬-ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ଲଜ୍ଜିତ ହେଲା ପାକିସ୍ତାନ, ମିଥ୍ୟାର ହେଲା ପର୍ଦ୍ଦାଫାଶ: ଜାତିସଂଘ ସୁରକ୍ଷା ପରିଷଦରେ ରେକର୍ଡ ହେବ ନାହିଁ ବୟାନ ।

୩୭-ଚାଇନାର ୨୪ଟି କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା ।
୩୮-ରିଲିଜ ହେଲା ‘London Confidential’ ର ଟିଜର ।କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୭/୮)