ଆଜି ସଂକ୍ଷେପରେ…(୨୭/୭)

୧-ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ବିଜେଡିର ସମାଜସେବା ଶାଖା ‘ଆମ ଓଡ଼ିଶା ମୋ ପରିବାର’ ସହାୟତାରେ ସଂଗୃହୀତ ହେବ ୧ ଲକ୍ଷ ୟୁନିଟ୍‌ ରକ୍ତ ।*

୨-ଭୁବନେଶ୍ୱର ରେ ୮୦ ଟପିଲା ଡିଜେଲ୍‌, ଦିଲ୍ଲୀରେ ୮୨ ଛୁଇଁବ । ଜୁନ ମାସରେ ଲଗାତାର ୨୩ ଦିନ ଏବଂ ଜୁଲାଇ ମାସରେ ୧୦ ଥର ଦର ବଢ଼ିବା ପରେ ଏଭଳି ସ୍ଥିତି ।*

୩-ଅଗଷ୍ଟ ୫ସୁଦ୍ଧା ରାଜ୍ୟରେ ଲଘୁଚାପ ସମ୍ଭାବନା, ପାଣିପାଗ ବିଶେଷଜ୍ଞଙ୍କ ଆକଳନ ।*

୪-ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲା ସଂପୂର୍ଣ୍ଣ ସଟ୍‌ଡାଉନ୍, ମାର୍ଗଦର୍ଶିକା ଜାରି କଲେ ଜିଲ୍ଲାପାଳ ।*

୫-HDFC ବ୍ୟାଙ୍କର ସିଇଓ ଓ ଏମଡି ଆଦିତ୍ୟ ପୁରୀ ନିଜର ୯୫% ସେୟାରକୁ ୮୪୩ କୋଟି ଟଙ୍କାରେ ବିକିଲେ ।*

୬-ସ୍କୁଲ ନ ଖୋଜିବା ଯାଏଁ ଫି ଛାଡ଼, ଗୁଜରାଟ ସରକାରଙ୍କ କଡା ନିର୍ଦ୍ଦେଶ ।*

୭-ଇଂଗ୍ରେଜ ଅମଳରୁ ଚାଲି ଆସୁଥିବା ଡାକ ମେସେଞ୍ଜର ସେବା ବନ୍ଦ କଲା ରେଲଓ୍ବେ।*

୮-ମନରେଗା ପାଇଁ ଆଉ ଅତିରିକ୍ତ ୪୦ହଜାର କୋଟି ଟଙ୍କାର ପାଣ୍ଠି,ଗ୍ରାମ୍ୟସ୍ତରର ବିକାଶ କାର୍ଯ୍ୟରେ ହେବ ନିୟୋଜିତ ।*

୯-ଆଜି ଦେଶର ସମସ୍ତ ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ ।*

୧୦-ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ମାଓବାଦୀ ଯବାନ ଗୁଳିବିନିମୟ,ଜଣେ ହାର୍ଡକୋର ମାଓବାଦୀ ମୃତ ।*

୧୧-BPCLର ଘରୋଇକରଣ ଦିଗରେ ଆଉ ପାଦେ : ଘରୋଇକରଣ ପୂର୍ବରୁ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଘୋଷଣା ।*

୧୨-ପ୍ରଧାନମନ୍ତ୍ରୀ ଆଜି ୩ଟି ଅତ୍ୟାଧୁନିକ ଆଇସିଏମ୍‍ଆର ପରୀକ୍ଷାଗାରକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ।*

ସାମାଜିକ ଦୂରତା କରୋନା ପାଇଁ ଆଜିର ସବୁଠାରୁ ବଡ଼ ଆବଶ୍ୟକତା,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

୧୩-କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା, ଆସନ୍ତା ଦୁଇଟି ଶିକ୍ଷାବର୍ଷ ପାଇଁ ମାଗଣାରେ ପଢ଼ିବାର ସୁଯୋଗ।ବିପିଏଲ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।

୧୪-କୋଭିଡ ତଥ୍ୟ ପରିଚାଳନା: ଶ୍ରେଷ୍ଠ ୩ ରାଜ୍ୟରେ ଓଡ଼ିଶା, ସ୍ବଚ୍ଛ ସୂଚନାରୁ ମିଳୁଛି ଲୋକଙ୍କ ସହଯୋଗ।

୧୫-ରାଇକିଆ ବ୍ଳକ: ଏହି ଅଞ୍ଚଳର ସଫେଇ ପାଇଁ ବି.ଡ଼ି.ଓ ଧରିଲେ କୋଡ଼ି କୋଦାଳ।

୧୬-ଭୁବନେଶ୍ୱର:କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୨ ମାମଲା, ୩୦ ଗିରଫ

୧୭-ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରିରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି

୧୮-କର୍ତ୍ତବ୍ୟରେ ଅବହେଳା ପାଇଁ OAS ଅଧିକାରୀ ଅନିଷା ଦାସ ନିଲମ୍ବିତ।

୧୯-ରାଜଧାନୀରେ ୧୬୩ ନୂଆ ପଜିଟିଭ ଚିହ୍ନଟ, ୨୦୦୦କୁ ୯ ବାକି।

୨୦-ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ଠାରୁ ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ନେଲେ ଦୁର୍ବୃତ୍ତ।

୨୧-ସ୍ବିଡେନ୍‌ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୨-ଉତ୍ତରପ୍ରଦେଶ:ସପିଙ୍ଗ ମଲରେ ମିଳିବ ବିଦେଶୀ ମଦ- ବିୟର।

୨୩-ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ପୁଣି ସୁଧହାର ହ୍ରାସ କରିପାରନ୍ତି RBI,ଜୋର ଧରୁଛି ଲୋନ୍ ରିଷ୍ଟ୍ରକ୍ଚରିଂ ଦାବି।

୨୪-ଗୁଜରାଟରେ କରୋନାର ଘାତକ ରୂପ: ସୁସ୍ଥ ହେବା ପରେ ବି ଅଚାନକ ମୃତ୍ୟୁ !!

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୭/୭)