ଆଜି ସଂକ୍ଷେପରେ…(୨୮/୧୧)

୧-ଶେଷରେ କୃଷକମାନଙ୍କୁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେଲେ ସରକାର । ଯେପର୍ଯ୍ୟନ୍ତ କୃଷି ଆଇନକୁ ସରକାର ପ୍ରତ୍ୟାହାର କରି ନାହାନ୍ତି, ସେପର୍ଯ୍ୟନ୍ତ ଏହାକୁ ବିରୋଧ କରାଯିବ ବୋଲି କୃଷକମାନଙ୍କ ଚେତାବନୀ ।

୨-ଦି୍‌ଲ୍ଲୀସ୍ଥିତ ଜିଏସଟି ଗୋଇନ୍ଦା ମହା ନିର୍ଦ୍ଦେଶକ ଜିଏସ୍‌ଟି ଠକେଇ ଅଭିଯୋଗରେ ମୋଦୀ ଇନଫୋସଲ ପ୍ରାଇଭେଟ ଲିମିଟେଡର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛନ୍ତି । ଉଭୟଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

୩-ଇରାନର ଜଣାଶୁଣା ପରମାଣୁ ବୈଜ୍ଞାନିକ ମୋହସେନ ଫଖରିଜାଦେହଙ୍କ ହତ୍ୟା, ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ ।

୪-ଜମ୍ମୁ-କଶ୍ମୀରର ଜିଲ୍ଲା ଉନ୍ନୟନ ପରିଷଦ ନିମନ୍ତେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ।

୫-ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ । ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ ।

୬-ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି ।

୭-ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିବା ପଞ୍ଜାବର କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯାଇଛି ।

୮-ଜାମ୍ମୁ-କଶ୍ମୀର ସୀମାନ୍ତରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଶୁକ୍ରବାର ଦୁଇ ଯବାନଙ୍କ ପ୍ରାଣହାନି ଘଟିଛି ।

୯-ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ ।

୧୦-ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି ପାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨ ଡ୍ରିଗୀ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି ।

୧୧-ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ,ଆଶାବାଦୀ ଓଡ଼ିଶା।

୧୨-ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ : ବିଶ୍ୱସ୍ତରୀୟ ଅଭିମୁ‌ଖେ ଉତ୍କଳ । ଗ୍ରାମୀଣ କ୍ୟାମ୍ପସରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ ବିଦେଶ ବିଶ୍ୱବିଦ୍ୟାଳୟ ସହ ରାଜିନାମା ହେବ।

୧୩-ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

୧୪-ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ଓ ପାଠପଢ଼ା ସ୍ୱାଭାବିକ ହେବ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି।

୧୫-ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ ।

୧୬-ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପୂରଣ ହେବ।

୧୭-ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ବିନା ଭକ୍ତରେ ନାଗାର୍ଜୁନ ବେଶ, କରୋନା କଟକଣା ପାଇଁ ଦର୍ଶନରୁ ବଞ୍ଚିତ ହେଲେ ସାଧାରଣ ଭକ୍ତ।

୧୮-ଚାକିରିରୁ ନିଲମ୍ବିତ ହେଲେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ। ଅଭୟକାନ୍ତଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର।

୧୯-ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ୬୬ ରନରେ ପରାସ୍ତ ହେଲା ଟିମ ଇଣ୍ଡିଆ।

୨୦-ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ । ମନ୍ତ୍ରୀ ରାଜା ସ୍ୱାଇଁଙ୍କ ନାଁ ନେଇ କିରୋସିନ ଢାଳିହେଲେ ୩ ଚାଷୀ, ଅଟକାଇଲା ପୋଲିସ ।

୨୧-ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ବିରୋଧୀଙ୍କ ହଟ୍ଟଗୋଳ । ବାରମ୍ବାର ହୋହଲ୍ଲା ଯୋଗୁଁ କାଲିଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

୨୨-ପରୀ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ପୋଡିୟମ ତଳେ ବ୍ୟାନର ଧରି ବିଜେପି ସଦସ୍ୟଙ୍କ ନାରାବାଜି । ହୋହଲ୍ଲା ଯୋଗୁଁ ୧୫ ମିନିଟ ଗୃହ ମୁଲତବୀ।

୨୩- ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର।

୨୪-ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ।

୨୫-ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ।

୨୬-ସ୍ପୁଟନିକ୍ ଭି ଭ୍ୟାକସିନ୍: ଭାରତରେ କରୋନା ଭ୍ୟାକସିନର ୧୦ କୋଟି ଡୋଜ୍ ପ୍ରସ୍ତୁତ କରିବ ଋଷ୍।

୨୭-ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର।

୨୮-୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା।

୨୯-କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ।

୩୦-ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା।

୩୧-କରୋନା ଟିକା ପ୍ରସ୍ତୁତି ଦେଖିବେ ମୋଦି: ଶନିବାର ଦିନ ହାଇଦ୍ରାବାଦ, ପୁନେ ଓ ଅହମ୍ମଦାବାଦ ଯିବେ ପ୍ରଧାନମନ୍ତ୍ରୀ।

୩୨-ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି।

୩୩-ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା।

୩୪-ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ।

୩୫-ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା।

୩୬. ୨୬/୧୧ ମୁମ୍ବାଇ ଆକ୍ରମଣ : ସାଜିଦ୍‌କୁ ଧରାଇଦେଲେ ୩୭ କୋଟି ପୁରସ୍କାର ଦେବ ଆମେରିକା ।
୩୭. ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ ର ବୈଠକ ଅନୁଷ୍ଠିତ, ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ର ହେଲା ଆଲୋଚନା, ଆସନ୍ତା କିଛି ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ସଂଖ୍ୟାଲଘୁ ମାନଙ୍କୁ ନେଇ ସାଧାରଣ ବୈଠକ ଅନୁଷ୍ଠିତ ପାଇଁ ସଭାପତି ସୁଧୀର ପାତ୍ରଙ୍କ ନିର୍ଦ୍ଦେଶ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୮/୧୧)