ଆଜି ସଂକ୍ଷେପରେ…(୨୬/୭)

୧-କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରିବାରେ ଇତିହାସ ରଚିଲା SCB ମେଡିକାଲ, ୪ମାସ ମଧ୍ୟରେ ଏକ ଲକ୍ଷରୁ ଅଧିକ ସ୍ୱାବ ପରୀକ୍ଷା ଯାହା ରାଜ୍ୟରେ ସର୍ବାଧିକ ଟେଷ୍ଟ ।*

୨-ଆଜି ରାଜ୍ୟରେ ଆହୁରି ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ୧୧ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୭୪ କୁ ବୃଦ୍ଧି ଓ ମୋଟ ପଜିଟିଭ୍ ସଂଖ୍ୟା ୯୨୮୬ ।

୩-କରୋନାରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଆସିଲା ଗାଇଡ୍‌ଲାଇନ , ମୃତ ଦେହକୁ ନ ଛୁଇଁ ଧର୍ମୀୟ ବ୍ୟବସ୍ଥାରେ ସତ୍କାର କରାଯିବ, ଶେଷକୃତ୍ୟ ପରେ ପରିଜନ ନେଇପାରିବେ ଚିତାଭସ୍ମ ।*

୪-ଓଡ଼ିଶା ଆକାଶରେ ଧୂମକେତୁ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ନିକଟରୁ ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ଶତାବ୍ଦୀର ଏହି ପ୍ରଥମ ଧୂମକେତୁ ଆସନ୍ତା ୩୦ ତାରିଖ ଯାଏଁ ଦୃଶ୍ୟମାନ ହେବ।*

୫-ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ପରୀକ୍ଷାଫଳ, ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ।*

୬-ଭୁବନେଶ୍ୱର ରେ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ଗତ ୨୪ଘଣ୍ଟାରେ ୨୬ ମାମଲା ରେ ଏ ଯାଏ ୩୬ ଗିରଫ ହୋଇସାରିଲେଣି ।*

୭-ବିମାନ ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା, ବିମାନ ଭଡା ସର୍ବନିମ୍ନ ୨୦୦୦ ଟଙ୍କାରୁ ୬,୫୦୦ ଟଙ୍କା ମଧ୍ୟରେ ଲାଗୁ ହେବ ବୋଲି ଜଣାପଡିଛି।*

୮-ରାମମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ସୂର୍ଯ୍ୟ ଉପାସନାର ପବିତ୍ର ଭୂମି କୋଣାର୍କର ମାଟି ଓ ଚନ୍ଦ୍ରଭାଗାର ତୀର୍ଥଜଳ ଗଲା ଅଯୋଧ୍ୟା ।*

୯-ପଶ୍ଚିମବଙ୍ଗରେ ଲକ୍ଡାଉନ୍ : ଆଜିଠାରୁ ୫ଦିନ ଟ୍ରେନ୍ ଚଳାଚଳ ବନ୍ଦ ।ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଗଡେନ୍ରିଚ୍ ପକ୍ଷରୁ ସୂଚନା ।*

୧୦-ଏଣିକି ବର୍ଷକୁ 70 ହଜାର କୋଟି ଟଙ୍କାର ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବ ବୋଲି ରେଳ ବିଭାଗର ନିଷ୍ପତି ।*

୧୧-ଏଣିକି ସପିଂ ମଲରେ ମିଳିବ ମଦ। ଉତ୍ତର ପ୍ରଦେଶ ସରକାରଙ୍କ ଅନୁମତି ।*

୧୨-IIT ଖଡଗପୁର କୋଭିଡ୍-୧୯ ଯାଞ୍ଚ ପାଇଁ ପ୍ରସ୍ତୁତ କଲା ପୋର୍ଟେବଲ ଡିଭାଇସ୍, ଟେଷ୍ଟର ମୂଲ୍ୟ ୪୦୦ ଟଙ୍କା । ତାପମାତ୍ର ନିର୍ଗତ କରି ଯାଞ୍ଚ ପ୍ରକ୍ରିୟାକୁ ନିୟନ୍ତ୍ରିତ ରଖିବା ସହ କରୋନା ରିପୋର୍ଟର ଫଳାଫଳ ବାହାରିବ ମାତ୍ର କେଇ ଘଣ୍ଟା ଭିତରେ ।*

୧୩-ସଚିବାଳୟରେ ପଶିଲା କରୋନା।ଅର୍ଥ ବିଭାଗର ଜଣେ କର୍ମଚାରୀ ଆକ୍ରାନ୍ତ। ବିଶୋଧନ କଲା ଅଗ୍ନିଶମ ଟିମ୍।

୧୪-ଏ ପର୍ଯ୍ୟନ୍ତ ସରିନି ଅନଲାଇନ୍ ଖାତା ଦେଖା, ବିଳମ୍ବ ହେବ +୨ ବିଜ୍ଞାନ ଫଳ।

୧୫-ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡ଼ି’ ପୁରସ୍କାର।

୧୬-ଅନଲାଇନ୍ ପାଠପଢ଼ାର ବିକଳ ଚିତ୍ର:ଟାଓ୍ବାର ଧରୁନି,କିଏ ଗଛମୂଳରେ ତ କିଏ ପାହାଡ଼ ଉପରେ ବସି ପଢୁଛନ୍ତି ପାଠ।

୧୭-ଜୁଲାଇ ୩୧ସୁଦ୍ଧା OJEE ଆବେଦନ,ଆଉ ୫ ସହରରେ ହେବ ଅନଲାଇନ୍ ପରୀକ୍ଷା କେନ୍ଦ୍ର।

୧୮-ଭୁବନେଶ୍ବର: ବସ୍ତି ନୁହେଁ ଅଣ ବସ୍ତି ଅଞ୍ଚଳ ବି ଚିନ୍ତା ବଢାଉଛି, ରାଜଧାନୀରେ ଆଉ ୧୫୦୦ ବେଡ୍‌ ହେବ ବୃଦ୍ଧି।

୧୯-ପାଦେ ଆଗକୁ ଆସିଲେ ଓଡିଶା ପୁଲିସ ଯବାନ, ଦାନ କଲେ ପ୍ଲାଜମା।

୨୦-ଏବେ ରାଜ୍ୟରେ ମୈ।ସୁମି ଦୁର୍ବଳ,୨୮ରୁ ବର୍ଷାର ପରିମାଣ ବଢିପାରେ।

୨୧-ରାଇରଙ୍ଗପୁର:ଶୌଚ ଯିବା ବାହାନାରେ କଏଦୀ ଫେରାର, ବହୁ ଖୋଜାଖୋଜି ପରେ ନିରାଶ ଜେଲ କର୍ମଚାରୀ।

୨୨-କେନ୍ଦ୍ରାପଡା: କାନଫୁଲ ଛିଣ୍ଡାଇବା ବେଳେ କାନ କାଟିନେଲେ ଡକାୟତ, ଏକାଧିକଙ୍କ ଘରେ କଳାକନା ବୁଲାଇଦେଲେ।

୨୩-ଲକଡାଉନ୍ ସମୟରେ କୋର୍ଟରେ ୧୮ ଲକ୍ଷରୁ ଅଧିକ ମାମଲା : ଜଷ୍ଟିସ୍ ଚନ୍ଦ୍ରଚୁଡ।

୨୪-ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହର ମାରିଲେ ଯୋଗୀ

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୬/୭)