ଆଜି ସଂକ୍ଷେପରେ…(୨୫/୯)

୧-ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ସରକାରୀ ଭାବେ ୨ ଲକ୍ଷ ବୋଲି କୁହାଯାଉଥିଲେ ବି ଦେଶରେ ମୃତ୍ୟୁସଂଖ୍ୟା ୨.୫ ଲକ୍ଷ ହେବ ବୋଲି ଘରୋଇ ଭାବେ କୁୁହାଯାଇଛି ।

୨-ବରିଷ୍ଠ ରାଜନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କଲେ ।

୩-କୃଷି ବିଲ୍ : କୃଷି କ୍ଷେତ୍ର ରାଜ୍ୟର ଚିନ୍ତାର ବିଷୟ ହୋଇଥିବାବେଳେ କେନ୍ଦ୍ର କାହିଁକି ଆଇନ ପାସ୍ କଲା ବୋଲି କେତେକ ଗଣମାଧ୍ୟମଙ୍କ ବିରୋଧଯ ।

୪-ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା।

୫-ନକ୍ସଲ ଅଂଚଚଳରେ କଷ୍ଟ ସ୍ୱୀକାର କରି ଦୁଇ ବର୍ଷ କାର୍ଯ୍ୟ କରିଥିବା୧୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା’ ପଦକ ଦେବାକୁ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ଏହି ପଦକଟି ଗୃହ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକଙ୍କୁ ମନୋନୟନର କ୍ଷମତା ଦିଆଯାଇଛି ।

୬-ରାହୁଲ୍‌ଙ୍କ ୧୩୨, ଆରସିବିକୁ ହରାଇଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ।

୭-ମାଲକାନଗିରି–ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ଶିଶୁଙ୍କୁ ଖାଦ୍ୟ ଦେବାକୁ ଜୀବନକୁ ବାଜି ଲଗାଇଲେ ଦୁଇ ଅଙ୍ଗନବାଡି ଦିଦି; ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପାରି ହେଲେ ଭରା ନଈ.।

୮-ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବି ସମନ ପରେ ଗୋଆରୁ ମୁମ୍ବାଇ ଫେରିଲେ ସାରା ଅଲ୍ଲୀ ଖାନ । ଦୀପିକା ପାଦୁକୋନ ବି ଫେରିଲେ ମାୟାନଗରୀ।

୯-ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ  । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀଙ୍କ ପ୍ରଶ୍ନ । ସେପଟେ ୫୫ବର୍ଷୀୟ ମିଲିନ୍ଦଙ୍କୁ ପଚାରିଲେ ଫିଟ ରହିବାର ରହସ୍ୟ।

୧୦-ଜମ୍ମୁ-କାଶ୍ମୀର : ଆଇନଜୀବୀ ବାବର କାଦରୀଙ୍କୁ ଗୁଳିକରି ହତ୍ୟା, ଟିଭି ବିତର୍କରେ କାଶ୍ମୀର ଉପରେ ରଖୁଥିଲେ ମତ।

୧୧-ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ମୃତ୍ୟୁ । ୧୯୮୬ରେ ଭାରତ ବିରୋଧରେ ଖେଳିଥିଲେ ଶାନଦାର୍ ୨୧୦ ରନର ପାଳି ।

୧୨-ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ‘କ୍ୟାପିଟାଲ ଆଇ’।

୧୩-୪୫୦ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା ବିବାଦ : କଟକରେ ଘରୋଇ କୋଭିଡ୍‌ ପରୀକ୍ଷା ବନ୍ଦ।

୧୪-ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଉପୁଜିଲାଣି ନୂଆ ସନ୍ଦେହ, ହାରିଲେ ହୋଇନପାରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣ।

୧୫. ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ଥା । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ।
୧୬. ଜୀଓ ୨୨ ଟି ଆର୍ନ୍ତଜାତୀୟ ବିମାନ ସେବା ନିମନ୍ତେ ମୋବାଇଲ ସେବା ଯୋଗାଇବା ଅଫର୍ ଆଣିଲା ।
୧୭. ଗାୟକ ଏସ.ପି.ବାଲସୁବ୍ରମଣିଅମ ଗୁରୁତର, ଜୀବନ ରକ୍ଷାକାରୀ ପ୍ରଣାଳୀରେ ଚାଲିଛି ଚିକିତ୍ସା।
୧୮. ରାଜ୍ୟରେ କରୋନା ସଂକ୍ରମଣ, ମୃତ୍ୟୁ ଉପରମୁହାଁ; ପଜିଟିଭ୍ ସଂଖ୍ୟା ୨ ଲକ୍ଷ ଟପିବ।
୧୯. ବଲିଉଡ୍‌ରେ ନିଶା କାରବାର : ଓଡ଼ିଶାରେ ଇଡିର ଖୋଳତାଡ଼।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୫/୯)