ଆଜି ସଂକ୍ଷେପରେ…(୨୫/୮)

୧-ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଶେଷ ହୋଇଯାଇଥିବା ବିଭିନ୍ନ ଗାଡିର ଲାଇସେନ୍ସର ବୈଧତା । ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଫିଟନେସ୍, ପରମିଟ୍ ଓ ଅନ୍ୟ ଡକ୍ୟୁମେଣ୍ଟ ବୈଧତା ସରିଯାଇଥିଲେ ହେବ କାର୍ଯ୍ୟକାରୀ ।
୨-ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି।
୩-ଅନୁମୋଦିତ ହୋଇନଥିବା କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲା ଚୀନ।
୪-ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ : ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟ ମାଗିଲେ ଓଡ଼ିଶା ସରକାର।
୫-ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କଲା ପୋଲିସ ମୁଖ୍ୟାଳୟ।
୬-ସିରିୟାରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ : ସାରା ଦେଶ ଅନ୍ଧାର, ଆଇଏସ ଆତଙ୍କୀଙ୍କ ହାତ ଥିବା ସନ୍ଦେହ କରୁଛି ଆମେରିକା।
୭-ସୋନିଆ ଗାନ୍ଧୀ ପୁଣି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା। ବର୍ଷକ ପାଇଁ ତାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଜଣାପଡ଼ିଛି। 
୮-କାଲିମେଳାରେ ତିଆରି ହେଉଛି ମାରଣାସ୍ତ୍ର । ଘଂଚ ଜଙ୍ଗଲ ଭିତରୁ ବନ୍ଧୁକ ତିଆରି କାରଖାନା ଠାବ କଲା ମାଲକନଗିରି ପୁଲିସ : ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ।
୯-ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏକଜୁଟ୍ ହେଲା ବିଶ୍ୱ: ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଯୋଡ଼ିହେଲେ ୧୦୧ ଟି ଦେଶର ଲୋକ, ୧୦୮ଥର ପଢାଗଲା ଗାୟତ୍ରୀମନ୍ତ୍ର।

୧୦-ଚତୁର୍ଥ ଦିନରେ ବି ଆକ୍ସନ ମୁଡରେ ସିବିଆଇ । ଆଜି ପୁଣି ସୁଶାନ୍ତଙ୍କ ରୋଷେୟା ନୀରଜ, ବନ୍ଧୁ ସିଦ୍ଧାର୍ଥ ଓ କେଶବଙ୍କୁ ପଚରାଉଚରା, ରିଆଙ୍କ ଭାଇଙ୍କୁ ବି ଜେରା । ପୋଷ୍ଟମର୍ଟମ ହୋଇଥିବା ଡାକ୍ତରଖାନାରେ ବି ଖୋଳତାଡ ।
୧୧-ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଆଲୋଚନା, ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ।
୧୨-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ତାଙ୍କ ନମୁନା କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ସୋମବାର ଦିନ ପ୍ରକାଶ କରିଛନ୍ତି ।
୧୩-ମହାରାଷ୍ଟ୍ରରେ ଭୁଶୁଡି ପଡିଲା ୫ ମହଲା କୋଠା: ୭୦ ଜଣ ଲୋକ ଫଶି ରହିଥିବା ଆଶଙ୍କା।
୧୪-କୋଭିଡ-୧୯ ଭାକସିନ୍ ବାହାର କରିବ କିଏ ? ୧୭୨ ଦେଶ ଗବେଷଣାରେ ଲାଗିଥିବା ତଥ୍ୟ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।
୧୫-ଆମାଜନ, ପେଟିଏମ୍ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବ ଟାଟା ଗ୍ରୁପ : ଲଞ୍ଚ କରିବ ସୁପର ଆପ୍।
୧୬-ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲାରେ ହେବ ଲାଏ-ଡିଟେକ୍ସନ୍ ଟେଷ୍ଟ । ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିକାଶ, ପପୁଙ୍କ ସମେତ ୪ଜଣଙ୍କ ବୟାନକୁ ପୁଣିଥରେ ପରୀକ୍ଷା କରିବ କ୍ରାଇମବ୍ରାଂଚ।
୧୭-ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ଉଦ୍‌ଘାଟିତ ହେଲା ଦେଶର ଦୀର୍ଘତମ ନଦୀ ରୋପୱେ।
୧୮-ଇଂଲଣ୍ଡରେ ଥିବା ଓଡ଼ିଆଙ୍କ ସଂକଳ୍ପ – ଲଣ୍ଡନରେ ଗଢ଼ିବେ ଭବ୍ୟ ଜଗନ୍ନାଥ ମନ୍ଦିର।
୧୯-କରୋନା ମୃତକଙ୍କୁ କ୍ଷତିପୂରଣ ପ୍ରସଙ୍ଗ : ଗାଇଡ୍‌ଲାଇନ୍‌ ଜାରି ଆବେଦନ ସୁପ୍ରିମକୋର୍ଟରେ ଖାରଜ।
୨୦-ସଂଘର୍ଷ ଦେଇଛି ସଫଳତା: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗାଁରୁ ଅର୍ଚ୍ଚନାଙ୍କ ଜାତିସଂଘ ଯାତ୍ରା।
୨୧-ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ଶତକ ହାସଲ କରିଥିବା ବେଳେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ରେକର୍ଡକୁ ଭାଙ୍ଗିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌।
୨୨-ନୂଆଦିଲ୍ଲୀ : ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି। 
୨୩-ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ ଉଡାନ୍‍, ପ୍ରଗତି, ଆଇସିଟି ଆଧାରରେ ଶିକ୍ଷା ଏବଂ ଅନଲାଇନ ଶିକ୍ଷା ପ୍ରଦାନ କରିବା ପାଇଁ ସ୍ୱୟମ୍‍ ଭଳି ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାରା ଦେଶ ତଥା ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପୂରଣ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୨୪-ଖୁବଶୀଘ୍ର ଘୋଷଣା ହେବ କୋଭିଡ୍‌ ସହାୟତା ପ୍ୟାକେଜ୍‌ । ଗ୍ରାମାଞ୍ଚଳ ଅର୍ଥନୀତି ସଜାଡ଼ିବାକୁ ସରକାରଙ୍କ ପଦକ୍ଷେପ
ବ୍ୟବସାୟ ପାଇଁ ପ୍ରବାସୀଙ୍କୁ ୧ ଲକ୍ଷ, ଛୋଟ ବ୍ୟବସାୟ ପାଇଁ ୨୦ ହଜାର
ଓଡ଼ିଶା ଜୀବିକା ମିସନ ଜରିଆରେ ୪ ପ୍ରକାର ଋଣ ସହାୟତା ପ୍ରସ୍ତୁତ।
୨୫-ନୂଆଦିଲ୍ଳୀ : ସେପ୍ଟେମ୍ବର ୬ ଓ ୧୩ରେ ହେବାକୁ ଥିବା ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜେଇଇ, ନିଟ୍‌ ପାଇଁ ବିଦେଶରେ କୌଣସି ପରୀକ୍ଷା କେନ୍ଦ୍ର କରାଯାଇ ନାହିଁ; ତେଣୁ ବିଦେଶରେ ଥିବା ପ୍ରାର୍ଥୀଙ୍କୁ ବନ୍ଦେ ଭାରତ ଅଭିଯାନରେ ବିମାନ ଯୋଗେ ସ୍ବଦେଶ ଫେରାଇଆଣି ପରୀକ୍ଷା ଦେବାର ସୁଯୋଗ ଦିଆଯାଉ। ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଏହି ନିର୍ଦେଶ ଦେଇଛନ୍ତି।
୨୬-ଏଣିକି ମହଙ୍ଗା ହେବ ରେଳଯାତ୍ରା : ପ୍ରମୁଖ ଷ୍ଟେସନରେ ଯାତ୍ରୀ ଦେବେ ୟୁଜର ଡେଭଲପମେଣ୍ଟ ଫି ।
୨୭-ଅନଲକ୍‍-୦୪ରେ ଖୋଲିପାରେ ସ୍କୁଲ, ସେହିପରି ଆରମ୍ଭ ହେବ ମେଟ୍ରୋ ଟ୍ରେନ ସେବା । ଏଥିପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିବାର ଚାଲିଛି ପ୍ରସ୍ତୁତି।
୨୮-ସବୁ ରାଜ୍ୟଙ୍କୁ NHRC ର ନିର୍ଦ୍ଦେଶ : ମାନସିକ ସ୍ୱାସ୍ଥ୍ୟ ଅଧିକାର ଆକ୍ସନ ରିପୋର୍ଟ ଦେବାକୁ କହିଲେ ।
୨୯-ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟପିଲା: ଆରୋଗ୍ୟ ହାର ୭୫% ପାର୍‌, ଆମେରିକାରେ ପ୍ଲାଜମା ଥେରାପିକୁ ଟ୍ରମ୍ପ ଦେଲେ ଅନୁମତି ।
୩୦-ବୁର୍ଲା ଭିସୁଟ ଏବଂ ଇସ୍ରୋ ମଧ୍ୟରେ ଆଜି ୱେବିନାର ମାଧ୍ୟମରେ ହେବ ଚୁକ୍ତିନାମା ସ୍ୱାକ୍ଷରିତ ।
୩୧-ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀ ସମେତ ୪ଜଣଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ ।
୩୨-ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ : ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟ ମାଗିଲେ ଓଡ଼ିଶା ସରକାର ।
୩୩-LAC ବିବାଦର ସମାଧାନ ପାଇଁ ଚୀନକୁ ଚେତାବନୀ ଦେଲେ ସିଡିଏସ୍ ବିପିନ ରାୱତ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୫/୮)