ଆଜି ସଂକ୍ଷେପରେ…(୨୪/୯)

୧-କେନ୍ଦ୍ର ରେଳବାଇ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ । କରୋନା ସଂକ୍ରମଣ ଯୋଗୁଁ ସେ ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଥିଲେ ।

୨- ଓଡ଼ିଶା ସାମ୍ବାଦିକାଙ୍କ ପ୍ରତି ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଅସଦାଚରଣ ଅଭିଯୋଗ ହେବାର ୫ ଦିନ ପରେ ମଧ୍ୟ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନ ହେବାର ଅଭିଯୋଗ ଆଣିଲେ ପୀଡ଼ିତା ପ୍ରିୟମ୍ବଦା ନାୟକ ।

୩-ରାଜ୍ୟରେ ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ସାରର ସୁଷମ ଯୋଗାଣ ପାଇଁ ଯାଂଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୬୮୮୧ ଜଣ ଡିଲରଙ୍କ ଯାଂଚ କରାଯାଇ ୧୬୩ ଜଣ ଡିଲରଙ୍କ ଲାଇସେନ୍ସକୁ ବାତିଲ କରାଯିବା ସହ ୯ ଜଣଙ୍କ ବିରୋଧରେ ଏଫ୍‌ଆଇର୍ ଦାଖଲ୍ ।

୪-ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନଙ୍କୁ ନୋଟିସ୍ । ୨୦୧୭ର ଭିଡିଓ ବଢ଼ାଇଲା ଅଡୁଆ । ଶ୍ରଦ୍ଧା, ସାରା, ରକୁଲପ୍ରୀତଙ୍କ ସମେତ ୭ ଜଣଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

୫-ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରୁଣ ରୟଙ୍କୁ ମିଳିଲା ନୂଆ ଦାୟିତ୍ୱ, ଢେଙ୍କାନାଳ ଏସପି ଥିବା ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସପି ଭାବେ ମିଳିଲା ଗୁରୁ ଦାୟିତ୍ୱ ।

୬-ବିବାଦୀୟ କୃଷି ବିଲ୍‌ ଫେରସ୍ତ ହେବା ଉଚିତ: ରା‌ଷ୍ଟ୍ରପତିଙ୍କୁ ଭେଟି ଏପରି କହିଲେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ।

୭-ଚାଷୀଙ୍କ ବିରୋଧକୁ କଙ୍ଗନା ରଣାୱତ୍ ଆତଙ୍କବାଦୀ କହିବାରୁ ପଞ୍ଜାବରେ କଙ୍ଗନା ରଣାୱତ୍‌ଙ୍କ ପିତ୍ତୁଳାକୁ ଜାଳିଲେ ଚାଷୀ ।

୮-ଆର୍ଥିକ ଗତିରୋଧ ବିନା କରୋନା ମୁକାବିଲା ଲାଗି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ।

୯-ଦେଢ଼ ଲକ୍ଷ ଦେହଜୀବୀଙ୍କୁ ସହାୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

୧୦-ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବୃଦ୍ଧି ପାଇବ।

୧୧-କୋଭିଡ19 ସଂକ୍ରାମଣ ଯୋଗୁଁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ହୋଇଗଲା ସଂସଦର ଉଭୟ ଗୃହ।

୧୨-ଶତ ପ୍ରତିଶତ କାମ ଦେବ ନାହିଁ କରୋନା ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ । ଏପଟେ ଆଇସିଏମ୍ଆର କହିଲା, ୫୦ ପ୍ରତିଶତରୁ ଅଧିକ କାମ ଦେଲେ ଟିକା ବ୍ୟବହାର ପାଇଁ ମିଳିବ ଅନୁମତି।

୧୩-ଓଡିଆଙ୍କ ଅସ୍ମିତା ପ୍ରତି ଅସମ୍ମାନ : ଓଡିଆ ଟାଇଟେଲ ପାଇଁ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟିଲା ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’; ଚିଠି ଲେଖି କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା 

୧୪-ଶ୍ରୀମନ୍ଦିରର ୩ଟି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆରମ୍ଭ । ଦ୍ୱାର ଗୁଡିକର ସ୍ଥିତି ଅନୁଧ୍ୟାନ କଲେ ମୁମ୍ବାଇର ୫ ଜଣିଆ ବିଶେଷଜ୍ଞ ଦଳ । ଶ୍ରୀମନ୍ଦିରରେ ପଶି ଦ୍ୱାରର ମାପଚୁପ କଲେ ମୁମ୍ବାଇ ଟିମ୍।

୧୫-ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ ବିନୋଦ ବିହାରୀ ମହତୋଙ୍କ ଜୟନ୍ତୀ ଅବସରରେ ମ୍ୟାଟ୍ରିକ ଓ ଯୁକ୍ତ ୨ର ରାଜ୍ୟ ଟପ୍ପରଙ୍କୁ ଉପହାରରେ ଓଲ୍ଟୋ କାର ଦେଇଛନ୍ତି।

୧୬-ପ୍ରଥମ ମ୍ୟାଚରୁ ଫେଲ୍ ମାରିଲା କୋଲକାତା । ୪୯ ରନରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ।

୧୭-ଆଉ ନିର୍ବାଚନ ଲଢିବେନି ରବୀନ୍ଦ୍ର ଜେନା । ବାଲେଶ୍ୱର ସଦର ଉପନିର୍ବାଚନ ପ୍ରାର୍ଥୀ ରେସରେ ନାହାନ୍ତି ଜିଲ୍ଲା ବିଜେଡି ସଭାପତି : ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ ପରେ ରଖିଲେ ମତ

୧୮-ଭାରତୀୟ ବାୟୁସେନାର ରାଫେଲ ସ୍କ୍ବାଡ୍ରନର ପ୍ରଥମ ମହିଳା ପାଇଲଟ ହେଲେ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଶିବାଙ୍ଗୀ ସିଂହ।

୧୯-ପୂର୍ବତଟ ରେଳପଥ ପକ୍ଷରୁ ବ୍ୟବସାୟ ବିକାଶ ମାଧ୍ୟମରେ ୨୨୬ ଟି ଟ୍ରେନରେ ପଣ୍ୟ ପରିବହନ କରାଯାଇପାରିଛି।

୨୦-ଖୁବ୍ ଶୀଘ୍ର ଆସିବ ଦ୍ଵିତୀୟ କରୋନା ଟୀକା, ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁତିନ।

୨୧-ବାହାଘରର ୧୨ ଦିନ ପରେ ସ୍ୱାମୀ ଉପରେ ମାରପିଟ୍ ଆରୋପ ଲଗାଇଲେ ଅଭିନେତ୍ରୀ ପୁନମ ପାଣ୍ଡେ, ହନିମୁନ୍‌ରୁ ସ୍ୱାମୀ ଗିରଫ।

୨୨.ଟାଇମ୍ ମାଗାଜିନ୍ ଜାରି କଲା ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା: ପ୍ରଧାନମନ୍ତ୍ରୀ ମୋଦି ଓ ଶାହିନ୍ ବାଗ୍‌ର ଦାଦୀଙ୍କ ନାଁ ସାମିଲ୍।
୨୩. ଚାଷୀଙ୍କ ବିରୋଧରେ ପାସ ହୋଇଥିବା ୩ ଟି ବିଲକୁ ବିରୋଧ କରି ରାଷ୍ଟ୍ରୀୟ ଜନତା ଦଳ ଆଗାମୀ ୨୫ ତାରିଖ ଦିନ ବିହାରର ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ।
୨୪. ଆଇସ୍‌କ୍ରିମ୍ କାଠିରେ କୁନି ରଥ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ପୁରୀ ଛାତ୍ର।
୨୫. ଗୁରୁବାର ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ
୨୬. ହରିଆଣା: ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଙ୍କୁ ଅପହରଣ, ସିବିଲ୍‌୍ ଲାଇନ୍ ଥାନାରେ ମାମଲା ହେଲା ଦାଖଲ୍ ।
୨୭. ଭାରତରେ ଆରମ୍ଭ ହେଲା ଆପଲ୍ ଅନଲାଇନ ଷ୍ଟୋର୍,।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୪/୯)