ଆଜି ସଂକ୍ଷେପରେ…(୨୪/୮)

୧-କମିବ ପିଲାଙ୍କ ପାଠ୍ୟକ୍ରମ ।  ବିଶେଷଜ୍ଞ କମିଟିର ରିପୋର୍ଟ ଉପରେ ଚାଲିଛି ତର୍ଜମା, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ସପ୍ତାହ ଭିତରେ ଦ୍ୱର ହେବ ଦ୍ୱନ୍ଦ୍ୱ।

୨-ଚାରି ଦିନ ଭୀଷଣ ବର୍ଷା, ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୩-ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା।

୪-ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ମାରାତ୍ମକ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

୫-କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଚାରିଧାମ ସହ ଯୋଡ଼ି ହେବ ଭାରତୀୟ ରେଳବାଇ।

୬-ସୋସିଆଲ ମିଡ଼ିଆରେ ଛାଇଗଲା ମୋଦୀଙ୍କ ମୟୂର ଭିଡ଼ିଓ । ପ୍ରଧାନମନ୍ତ୍ରୀ ବାସଭବନରେ ମୟୂର ସହ ବୁଲିଲେ ମୋଦୀ :  ଦାନା ଖୁଆଇଲେ, କବିତା ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ।

୭-କରୋନା ମୁକାବିଲା ନେଇ ଋଷିଆ ଆଣିଲା ଦ୍ୱିତୀୟ ଟିକା : ଋଷିଆ ବୈଜ୍ଞାନିକଙ୍କ ଦାବି , ଏପିଭାକ୍ ଭ୍ୟାକସିନର ନାହିଁ କୌଣସି ପାଶ୍ୱର୍ ପ୍ରତିକ୍ରିୟା; ଅକ୍ଟୋବରରେ ହେବ ରେଜିଷ୍ଟ୍ରେସନ, ନଭେମ୍ୱରରେ ଆସିବ ଟିକା।

୮-ମାର୍ଚ ମାସରେ କରୋନାଭାଇରସ୍ ବ୍ୟାପିବା ପରଠାରୁ ଗୁଜରାଟର ଅର୍ଦ୍ଧାଧିକ ଲୋକଙ୍କୁ ହୋମିଓପାଥି ଔଷଧ ଦିଆଯାଇଛି: ଗୁଜରାଟ ସ୍ବାସ୍ଥ୍ୟ ବିଭାଗ।

୯-ଉତ୍ତେଜନା କମ କରିବାକୁ ଚୀନର ସର୍ତ୍ତ: ଦୁଇ ସେନା ବରାବର ପଛକୁ ହଟନ୍ତୁ, ଭାରତ କହିଲା ଅସମ୍ଭବ, ଫିଙ୍ଗର ୪ରୁ ପଛକୁ ହଟିବୁ ନାହିଁ।

୧୦-କାଲିଫର୍ନିଆ ଜଙ୍ଗଲରେ ଭୀଷଣ ନିଆଁ : ସପ୍ତାହେରେ ଜଳିଗଲାଣି ୭୦୦ରୁ ଅଧିକ ଘର।

୧୧-ଦେଶରେ କରୋନା ପରିସ୍ଥିତି ଭିତରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଟିଭି ଏବଂ ଫିଲ୍ମ ଶୁଟିଂ ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଦିଆଯାଇଛି।

୧୨-ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବାକୁ ବିଭାଗର ଉଦ୍ୟମ : ବନ ପ୍ରକଳ୍ପ ବାବଦରେ ଜଙ୍ଗଲ ବିଭାଗ ଖର୍ଚ୍ଚ କରିବ ୬୦୨ କୋଟି।

୧୩-ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପଳାତକ ଘୋଷଣା କଲେ ପାକିସ୍ତାନ ସରକାର।

୧୪-ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜାକ୍ କାଲିସ୍‌, ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ୍‌ ଜାହିର ଅବ୍ବାସ ଓ ଅଷ୍ଟ୍ରେଲିୟା ମହିଳା କ୍ରିକେଟର ଲିସା ଷ୍ଟାଲେକରଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ଅନଲାଇନ୍‌ ସମାରୋହରେ ହଲ ଅଫ ଫେମ୍‌ରେ ସାମିଲ କରିଛନ୍ତି।

୧୫-ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଭାରତୀୟ ରେଳ ପକ୍ଷରୁ ବିଗତ ପାଞ୍ଚ ମାସ ଭିତରେ ୧ କୋଟି ୭୮ ଲକ୍ଷ ଟିକଟ ବାତିଲ କରାଯାଇଛି। ସେଥିପାଇଁ ଟିକଟ ବୁକିଙ୍ଗ୍‌ କରିଥିବା ଯାତ୍ରୀମାନଙ୍କୁ ସମୁଦାୟ ୨୭୨୭ କୋଟି ଟଙ୍କା ଫେରସ୍ତ କରାଯାଇଛି।

୧୬-ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ନିଷିଦ୍ଧ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ତାହା ବିରୋଧରେ ଚୀନ୍‌ର କଂପାନି ବାଇଟ୍‌ଡ୍ୟାନ୍ସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପେର ବିଚାର କରୁଛି। ଖୁବ୍‌ଶୀଘ୍ର ଏହା ଟ୍ରମ୍ପ୍‌ଙ୍କ ଏହି ନିର୍ଦେଶକୁ ଅଦାଲତରେ ଚ୍ୟାଲେଞ୍ଜ୍‌ କରିବା ଲାଗି ମାମଲା ରୁଜୁ କରିବ।

୧୭-ସାଉଥମ୍ପଟନ୍: ତୃତୀୟ ଟେଷ୍ଟ୍‌ରେ ଇଂଲଣ୍ଡକୁ ୫୦୦ରୁ ଅଧିକ (୫୮୩/୮, ଘୋଷଣା) ରନ୍ କରିବାର ସୁଯୋଗ ଦେଇଥିବା ପାକିସ୍ତାନ ତୃତୀୟ ଦିନରେ ତୁଳନାତ୍ମକ ଭାବେ ଭଲ ଖେଳିଛି। ପାକିସ୍ତାନ ପ୍ରତ୍ୟୁତ୍ତରର ମଙ୍ଗ ଅଧିନାୟକ ଆଝାର ଅଲ୍ଲୀ (୧୦୯*) ହିଁ ଧରିଛନ୍ତି। ତାଙ୍କ ଲଢ଼ୁଆ ଓ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ପାକିସ୍ତାନ ବଡ଼ ବିପର୍ଯ୍ୟରୁ ବାହାରିଛି।

୧୮-ନୂଆଦିଲ୍ଲୀ: ହକି କିଂବଦନ୍ତି ମେଜର ଧ୍ୟାନ ଚାନ୍ଦଙ୍କ ୧୧୫ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ମିଳୁ ବୋଲି ଦାବି ଜୋରଦାର ହୋଇଛି। ଦେଶର ପୂର୍ବତନ ଓ ଏବର ହକି ଖେଳାଳିମାନେ ଏହି ଦାବି କରିଛନ୍ତି। ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି।

୧୯-ସମ୍ବଲପୁର : ଶନିବାରଠୁ ଖୋଲା ଥିବା ହୀରାକୁଦ ବନ୍ଧର ୧୮ଟି ଯାକ ଗେଟ୍‌ ରବିବାର ଦିନ ତମାମ ବି ଖୋଲା ରହିଥିଲା। ଉକ୍ତ ଗେଟ୍‌ ଦେଇ ଦିନ ସାରା ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀକୁ ନିଷ୍କାସିତ ହୋଇଥିଲା। ରବିବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୯.୪୩ ଫୁଟ୍‌ ଥିଲା।

୨୦-ବାଇଡେନ ନା ଟ୍ରମ୍ପ୍–ଜିତିବ କିଏ?ଉପରାଷ୍ଟ୍ରପତି ପଦ ପାଇଁ ଜୋ ବାଇଡେନ୍ କମଳା ହାରିସ୍‌ଙ୍କୁ ମନୋନୀତ କରିଛନ୍ତି।

୨୧-ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକର ଅବ୍ୟବହିତ ପୁର୍ବରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

୨୨-ଭୁବନେଶ୍ୱର : କରୋନା ମୃତ୍ୟୁ ୪ ଶହ ଟପିଲା । ଦିନକରେ ୨୯୯୩ ନୂଆ ପଜେଟିଭ୍ , ୧୦ ମୃତ ।

୨୩-ଭୁବନେଶ୍ୱର : ଲଗାତାର ୪ ଦିନ ବଢିଲା ପେଟ୍ରୋଲ ଦର । ରବିବାର ଲିଟର ପିଛା ୧୪ ପଇସା ବୃଦ୍ଧି ପାଇ ବଢ଼ି ୮୨.୦୪ ଟଙ୍କା ଛୁଇଁଛି ।

୨୪-ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ଶିକ୍ଷକଙ୍କଠାରୁ ପ୍ରସ୍ତାବ ଆହ୍ୱାନ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଦିନ ଏହି ସୂଚନା ଦେଇଛନ୍ତି ।

୨୫-ଭୁବନେଶ୍ୱର : କରୋନା ସଂକଟ ପାଇଁ ପିଲାଙ୍କ ପାଠପଢା ବୋଝକୁ ହାଲୁକା କରାଯିବ । ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରାଯିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ସିଲାବସ୍ ପ୍ରକାଶ ପାଇବ ବୋଲି ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

୨୬-ନୂଆଦିଲ୍ଲୀ : ଭାରତରେ ପ୍ରଥମେ କରୋନା ଟିକା ‘କୋଭିଶିଲ୍ଡ୍’ ୭୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ ।

୨୭-ଆଜିଠାରୁ ସ୍ୱାଭାବିକ ଭାବରେ ଚାଲିବ କୋର୍ଟ, ବିଚାରଧୀନ ମାମଲା ଚାପ ବଢ଼ି ଚାଲିଥିବା ବେଳେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ।

୨୮-ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବ ତଟ ରେଳପଥ : ରେଳ ଧାରଣାକୁ ଦୁର୍ଘଟଣା ମୁକ୍ତ ପାଇଁ ବ୍ଲକ୍ Instrument ବ୍ୟବହାର କରି କରାଯାଉଛି ଡାଟା ଲଗର୍ ।

୨୯-ରେଙ୍ଗାଳି ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍ ଖୋଲିଲା ।

୩୦-ସଂକଟରେ ବ୍ୟାଙ୍କ, ବିକିବେ ସେୟାର: ଷ୍ଟେଟ୍‌ ବ୍ୟାଙ୍କ, ପିଏନ୍‌ବି, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦାର ଯୋଜନା ।

୩୧-ଚଳଚ୍ଚିତ୍ର ସୁଟିଂ ପାଇଁ ବାଟ ଫିଟିଲା, ଗାଇଡ୍‌ଲାଇନ ଜାରି ।

୩୨-ଆଜିଠାରୁ ପୁଣି ଖୋଲିବ ୩ ପ୍ରମୁଖ (ସବ୍‌ ରେଜିଷ୍ଟର, ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ । କରୋନା ସଂକ୍ରମିତ ହେବା ଫଳରେ ଏ ସବୁ କାର୍ଯ୍ୟାଳୟ ବନ୍ଦ ଥିଲା ।

୩୩-ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ପ୍ରଭାବରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

୩୪-ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତିଭୂମି ଉପରେ ମୋଦି ସରକାର ଗୁରୁତ୍ୱ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୩୫-ବିଶ୍ଵ ସ୍ଵାସ୍ଥ୍ୟ ସଂଘଟନର ସୂଚନା ଫେବୃୟାରୀରେ କରୋନାରୁ ମିଳିବ ନିସ୍ତାର, ଶେଷ ହେବ ପ୍ରଭାବ।

୩୬-ଦେଶରେ ଆରୋଗ୍ୟ ହାର ୭୫ ପ୍ରତିଶତରେ ପହଞ୍ଚିଲା, ମୃତ୍ୟୁହାର ସର୍ବନିମ୍ନରେ ।

୩୭-ଚୀନ୍‌ର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୪/୮)