ଆଜି ସଂକ୍ଷେପରେ…(୨୩/୮)

୧-ପଶ୍ଚିମ ଓଡ଼ିଶାର ବିଶେଷ ସାଂସ୍କୃତିକ ପର୍ବ-‘ନୂଆଁଖାଇ’ ପାଳନ ନିମନ୍ତେ ରାଉରକେଲା ସହର ଭିତରେ ୨୩ ତାରିଖ ଦିନର ସାପ୍ତାହିକ ‘ସଟ୍ଡାଉନ୍’ କୁ ଉଠାଇ ଦିଆଯାଇଛି ।
୨-ଆଜି ନୂଆଖାଇ, ଭକ୍ତଙ୍କୁ ମନ୍ଦିର ମନା, ଅନଲାଇନ୍ ରେ ଦର୍ଶନ।
୩-ଗ୍ରାମ୍ୟ ଅର୍ଥନୀତି ପାଇଁ ମିଳିବ ସ୍ବତନ୍ତ୍ର ପ୍ୟାକେଜ, ଛୋଟ ବ୍ୟବସାୟକୁ ୫୦ ହଜାର,ଷ୍ଟାର୍ଟଅପ୍ କୁ ଲକ୍ଷେ।
୪-ଭୁବନେଶ୍ୱର:ITI ପଢ଼ିବାକୁ କମୁଛି ଆଗ୍ରହ,୯୬ ହଜାରରୁ ଅଧିକ ସିଟ୍ ପାଇଁ ମାତ୍ର ୧୫ ହଜାର ଆବେଦନ। ସେପ୍ଟେମ୍ବର ୪ରେ ନାମଲେଖା ଆବେଦନ ଶେଷ।
୫-ଭୁବନେଶ୍ୱର:୩୦% କମିବ ପାଠ୍ୟକ୍ରମ, ଆସନ୍ତା ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ସିଲାବସ୍ । ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି।
୬-୩୦ ବର୍ଷ ପରେ କନ୍ଧମାଳକୁ ମିଳିଲା ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦବୀ, ବିଭିନ୍ନ ମହଲରୁ ଶୁଭେଚ୍ଛା।
୭-ଭୁବନେଶ୍ୱର:+୨ ବିଜ୍ଞାନ ଓ ବାଣିଜ୍ୟ ରିଚେକିଂ ପାଇଁ ବିଜ୍ଞପ୍ତି ଜାରି,୫ତାରିଖ ସୁଦ୍ଧା ଅନଲାଇନ୍ ରେ ଆବେଦନ ଓ ଫି ଦାଖଲ କରିବେ ଛାତ୍ରଛାତ୍ରୀ।
୮-ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ କିଟ ଓ କିସ୍ ପକ୍ଷରୁ ଦୂତି ଚାନ୍ଦଙ୍କୁ ଦିଆଗଲା ସମ୍ବର୍ଦ୍ଧନା।
୯-ମାଲକାନଗିରି:ଗରିବଙ୍କ ପାଇଁ ଦେବଦୂତ ସୋନୁ ସୁଦ, ଝିଅ କାନ୍ଦିବା ଭିଡିଓ ଦେଖି ନୂଆ ଘର ଓ ବହି ଦେବାର ପ୍ରତିଶ୍ରୁତି ଦେଲେ ସୋନୁ।ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର।
୧୦-ହଜାର କୋଟି ବ୍ୟାଙ୍କ ଠକେଇ ମାମଲାରେ ଦିଲ୍ଲୀ ଏବଂ ୟୁପିରେ ସିବିଆଇ ଚଢଉ।
୧୧-ବେଙ୍ଗାଳୁରୁ: ସ୍ବାମୀଙ୍କ ଅତ୍ୟଧିକ ଭଲ ପାଇବାରୁ ବର୍ତ୍ତିବାକୁ ପତ୍ନୀଙ୍କର ଛାଡ଼ପତ୍ର ଆବେଦନ।
୧୨-ଦୀର୍ଘ ଦିନର କଳ୍ପନା ଜଳ୍ପନା ପରେ ୭ଟି ପରୀକ୍ଷା ତାରିଖ ଘୋଷଣା କଲା NTA । UGC- NET, IGNOU OPENMAT ଓ PhD, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଓ ICAR AIEEA ପରୀକ୍ଷାଗୁଡିକ ୬ ସେପ୍ଟେମ୍ବରରୁ ୪ ଅକ୍ଟୋବର ମଧ୍ୟରେ କରାଯିବ।
୧୩-ଏଣିକି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ଏନଡିଆରଏଫ୍ର ମହିଳା ଟିମ୍ ।
୧୪-କରୋନା କାଳରେ ନିର୍ବାଚନ ଲାଗି ଜାରି ହେଲା ନୂଆ ଗାଇଡଲାଇନ,ଏଥର ଗ୍ଲୋଭସ ପିନ୍ଧି ଇଭିଏମ୍ ବଟନ୍ ଟିପିବେ ଭୋଟର ।
୧୫-ପର୍ଯ୍ୟାୟକ୍ରମେ ମରାମତି ପରେ ପୂନର୍ବାର କାର୍ଯ୍ୟକ୍ଷମ ହେଲା ପାରାଦ୍ୱୀପ ରିଫାଇନାରୀ । ଦୈନିକ ୩ଶହ ହଜାର ବ୍ୟାରେଳ ଉତ୍ପାଦନ ହୁଏ ।
୧୬-ମହିଳାଙ୍କୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କହିଲେ ମହିଳାଙ୍କୁ ସମାନ ସୁଯୋଗ ଓ ସଶକ୍ତ କରିବା ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ ।
୧୭-ଏଣିକି ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା ରହିବ ନାହିଁ । ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟମାନଙ୍କୁ ପତ୍ର ଲେଖି ଜଣାଇଲେ।
୧୮-ଓଡିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ଭାବରେ ନିଯୁକ୍ତି ପାଇଲେ କନ୍ଧମାଳର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବିଭୁତିଭିଷଣ ପଟ୍ଟନାୟକ ।
୧୯-ଏଣିକି ବସରେ ଦିଲ୍ଲୀରୁ ଲଣ୍ଡନ୍ ଯାତ୍ରା କରିପାରିବେ ଯାତ୍ରୀ । ୭୦ ଦିନର ବସ୍ ଯାତ୍ରାରେ ଛୁଇଁବେ ଲଣ୍ଡନ। ଏ ନେଇ ଗୁରୁଗାଓଁର ଏକ ଟ୍ରାଭେଲ କମ୍ପାନୀ ‘ବସ୍ ଟୁ ଲଣ୍ଡନ’ ନାମକ ଏକ ଯାତ୍ରା ଆୟୋଜନ କରିଛି ।
୨୦-ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ: ସିଏଆଇଟି ।
୨୧-ଭୁବନେଶ୍ବରରେ ବଢୁଛି ଟେଷ୍ଟିଂ ସଂଖ୍ୟା, ବିଗତ ୧୫ ଦିନ ମଧ୍ୟରେ ଦିନକୁ ୨୫୦୦ରୁ ୩୦୦୦ ଟେଷ୍ଟିଂ କରାଯାଉଛି: କମିଶନର ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୩/୮)