ଆଜି ସଂକ୍ଷେପରେ…(୨୨/୮)

୧. ନୂଆଦିଲ୍ଳୀ : ମହାରାଷ୍ଟ୍ରରେ ଗଣେଶ ପୂଜା ଲାଗି ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ କୋର୍ଟ। ‌କହିଛନ୍ତି ଯେ ଏଭଳି ଉତ୍ସବ ବେଳେ ଲୋକଙ୍କ ଭିଡ଼ ସମ୍ଭାଳିବା କଷ୍ଟକର ହୋଇପଡ଼ିବ। ତେବେ ମୁମ୍ବାଇରେ ତିନିଟି ଜୈନ ମନ୍ଦିରରେ କୋଭିଡ୍ ଗାଇଡ୍‌ଲାଇନ୍ସ ଅନୁଯାୟୀ ଦୁଇ ଦିନ ପାଇଁ ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

୨. ନୂଆଦିଲ୍ଲୀ : ଇଞ୍ଜିନିଅରିଂ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଏବଂ ମେଡିକାଲ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍‌) ସୁପ୍ରିମ କୋର୍ଟଙ୍କ ରାୟ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପରିଚାଳିତ ହେବ।

୩. ହାଇଦ୍ରାବାଦ : ତେଲେଙ୍ଗାନାର ଶ୍ରୀଶୈଳମ୍‌ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ଇଞ୍ଜିନିୟର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି।

୪. ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଶ୍ରୀ କୁମାରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୧୯୮୪ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଏହି ଆଇପିଏସ୍ ଅଫିସର ରାଜୀବ କୁମାରଙ୍କୁ ଅଶୋକ ଲାଭାସାଙ୍କ ସ୍ଥାନରେ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ଦିଆଯାଇଛି। ଅଗଷ୍ଟ ୩୧ରେ ରାଜୀବ କୁମାର ତାଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବେ। 

୫. ନୂଆଦିଲ୍ଲୀ/ଭୁବନେଶ୍ୱର :  ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ୬୫ଟି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ହିତାଧିକାରୀମାନେ ଡ଼ିବିଟି ଜରିଆରେ ତଥା ସିଧାସଳଖ ବ୍ୟାଙ୍କ୍‍ ଖାତାରେ ୬୦,୮୬୫ କୋଟି ଟଙ୍କା ପାଇଛନ୍ତି। ଓଡ଼ିଶା ଭଳି ଗ୍ରାମ୍ୟ ଅର୍ଥନୀତି ଅଞ୍ଚଳରେ ଡିବିଟି ; ଉଭୟ ସରକାର ଏବଂ ଲାଭାର୍ଥୀଙ୍କୁ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୬. ଭୁବନେଶ୍ବର : କରୋନା ନମୁନା ପରୀକ୍ଷାରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ନମୁନା ପରୀକ୍ଷା ହାରରେ ଗୋଆ ପଛକୁ ଓଡ଼ିଶା ରହିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି।

୭. ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରକୁ ଆଜି ଦ୍ଵିତୀୟ ଥର ପାଇଁ ଏକ ଜଙ୍ଗଲୀ ଭାଲୁ ପଶିଆସି ଆକ୍ରମଣ କରିବା ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

୮. ନୂଆଦିଲ୍ଲୀ : ଗାଡ଼ି ବୀମା ନବୀକରଣ ବେଳେ ପଲ୍ୟୁସନ ଅଣ୍ଡର୍‌ କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ୍‌ ନିହାତି ଜରୁରୀ। ଏନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ବୀମା କଂପାନିଗୁଡ଼ିକୁ ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) କହିଛନ୍ତି।

୯. ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ନିଯୁକ୍ତି ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ବେକାରି ଭତ୍ତା‌ ଦେବେ। କର୍ମଚାରୀଙ୍କ ହାରାହାରି ତିନି ମାସ ଦରମାର ୫୦ ପ୍ରତିଶତ ଅର୍ଥରାଶିକୁ ଭତ୍ତା ଆକାରରେ ଦିଆଯିବ।

୧୦. ଭୁବନେଶ୍ବର : ଗ୍ରାହକମାନଙ୍କ ପାଇଁ ମୋରାଟୋରିଅମ୍‌ର ଅବଧି ବଢ଼ାଇବା ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନେଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ‌ସେହି କହିଛନ୍ତି, ବ୍ୟାଙ୍କ ଚାହିଲେ ମୋରାଟୋରିଅମ୍‌ ଅବଧିକୁ ୩, ୬ କିମ୍ବା ୧୨ ମାସ ପାଇଁ ବଢ଼ାଇପାରିବେ।

୧୧. ଭୁବନେଶ୍ବର : ଆସନ୍ତା ନଭେମ୍ବର ସୁଦ୍ଧା ଦୁଇ ଚକିଆ ଯାନ ବିକ୍ରିରେ ସୁଧାର ହେବ। ଦୀପାବଳି ବେଳକୁ କରୋନା ମହାମାରୀ ପୂର୍ବ ଭଳି ଅବସ୍ଥା ଫେରି ଆସିବ ବୋଲି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି।

୧୨. ନୂଆଦିଲ୍ଲୀ : ପୂର୍ବ ପ୍ରକାଶିତ ୨୯ ଜଣିଆ ଅର୍ଜୁନ ପୁରସ୍କାର ତାଲିକାକୁ କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର କାଣ୍ଟଛାଣ୍ଟ କରିଛି। ବହୁ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇ ସାରିଥିବା କୁସ୍ତିବିତ୍‌ ସାକ୍ଷୀ ମଲ୍ଲିକ ଓ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ତାଲିକାରୁ ବାଦ୍‌ ଦେଇଛି। ଦୁତି ଯୋଗ୍ୟ ବିବେଚିତ।

୧୩. ମୁମ୍ବାଇ : ଆଉ ୨୯ ଦିନ ପରେ ୟୁଏଇରେ ଆଇପିଏଲ୍‌ ଖେଳାଯିବ। ଏଥି ପାଇଁ ଫ୍ରାଞ୍ଚାଇଜ୍‌ଗୁଡିକ ସଜବାଜ ହେବାରେ ଲାଗିଛନ୍ତି। ଗୁରୁବାରଠାରୁ ମଧ୍ୟ ଖେଳାଳିମାନେ ୟୁଏଇ ମୁହାଁ ହୋଇଛନ୍ତି। କିନ୍ତୁ ବଡ଼ କଠୋର ପରିସ୍ଥିତି ଓ ଖସଡ଼ା ମଧ୍ୟରେ ଏଥର ଆଇପିଏଲ୍‌ ବିଦେଶରେ ଖେଳାଯିବାକୁ ଯାଉଛି। ମହାମାରୀ ପରିସ୍ଥିତି ମଧ୍ୟରେ ଖେଳାଳି ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋ‌କଲ୍‌ ସହିତ ଏହା କରାଯିବାକୁ ପ୍ରସ୍ତୁତି ଚାଲିଛି।

୧୪- ବର୍ଷା ବିତ୍ପାତ: ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ, ୭ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୧୫- ଭୁବନେଶ୍ୱର: ୨୪ ରୁ ୨୬ ପର୍ଯ୍ୟନ୍ତ ଲଗାଣ ବର୍ଷା ସମ୍ଭାବନା

୧୬- ଜିଲ୍ଲାପାଳଙ୍କୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ କର।

୧୭- ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ଗାଡ଼ି ଚଳାଇବା ବେଳେ ଫୋନ୍ ବ୍ୟବହାର କରିବା ଏଣିକି ମହଙ୍ଗା ହେବ: ବାତିଲ ହେବ ଲାଇସେନ୍ସ୍

୧୮- ଭୁବନେଶ୍ବର: ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଚୋରି କରିନେଲେ ଦୁର୍ବୃତ୍ତ, କଟକ ଶିଖରପୁର ଛକରୁ ଉଦ୍ଧାର କଲା ପୋଲିସ।

୧୯- ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର : ବୈତରଣୀ ବିପଦ ସଙ୍କେତ ଉପରେ, ସେପଟେ ମାଲକାନଗିରିରେ ବନ୍ୟା ସ୍ଥିତି ଗମ୍ଭୀର।

୨୦- ବିହାର ନିର୍ବାଚନ: ଅନଲାଇନ୍ ରେ ନାମାଙ୍କନ, ସତର୍କତା ସହ ମତଦାନ।

୨୧- ସୁଶାନ୍ତ ମୃତ୍ୟୁ ମାମଲା, CBI କୁ ସମସ୍ତ ପ୍ରମାଣ ଓ ଦସ୍ତାବିଜ ହସ୍ତଗତ କଲା ମୁମ୍ୱାଇ ପୋଲିସ।

୨୨-ହାଇକୋର୍ଟରେ ଜନସ୍ବାର୍ଥ ମାମଲା: ସରପଞ୍ଚଙ୍କ ଠାରୁ କାଢି ନିଆଯାଉ ଜିଲ୍ଲାପାଳ କ୍ଷମତା । ଅନେକ ସରପଞ୍ଚ କ୍ଷମତାର ଅପବ୍ୟବହାର କରୁଥିବାର ସୂଚନା।

୨୩-ସେପ୍ଟେମ୍ବର ୩୦ ସୁଦ୍ଧା PG ଓ UG ଶେଷବର୍ଷ ପରୀକ୍ଷା କରାଇବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ର ନିର୍ଦେଶ । ସୁପ୍ରିମକୋର୍ଟରେ ଲିଖିତ ଭାବରେ ଯୁକ୍ତି ଦାଖଲ କଲା ରାଜ୍ୟ ସରକାର ।

୨୪-ମୌସୁମୀ ଅଧିବେଶନ: ଦିନେ ଛାଡି ଦିନେ ଚାଲିବ ରାଜ୍ୟସଭା ଓ ଲୋକସଭା ।

୨୫-ଦୈନିକ କରୋନା ନମୁନା ପରୀକ୍ଷା ରେ ଦେଶରେ ଓଡ଼ିଶା ର ସ୍ଥାନ ହେଲା ଦ୍ୱିତୀୟ ।

୨୬-ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବାକୁ କେନ୍ଦ୍ରର ପ୍ରତିଶ୍ରୁତି, କେନ୍ଦ୍ର ସାର ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ।

୨୭-ମୋଦୀ ସରକାରଙ୍କ ୬୫ ଯୋଜନାରେ ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଛି ୬୦,୮୬୫ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

୨୮-ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର ।

୨୯-ଲଗାତାର ତୃତୀୟ ଦିନ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମର ମୂଲ୍ୟ । ସୁନା ଦର ୧.୧ ପ୍ରତିଶତ ହାସ ହୋଇ ୧୦ ଗ୍ରାମ ସୁନାର ମୂଲ୍ୟ ୫୧,୫୫୨ ଟଙ୍କାରେ ପହଁଚିଛି ।

୩୦-ଏକ ନୂଆ କଥା, ଜାତୀୟ ରାଜପଥରେ ଥିବା ବୃକ୍ଷରାଜିକୁ ନଜର ରଖିବ ମୋବାଇଲ ଆପ୍- ହରିତ ପଥ ।

୩୧-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ ଓ ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ଆଇସିୟୁ ପାଇଁ ଶିଳାନ୍ୟାସ ।

୩୨-ଆଉ ଏକ ପ୍ରାଚୀନ ଗିର୍ଜାକୁ ମସଜିଦ୍‌ରେ ରୂପାନ୍ତରିତ କଲେ ତୁର୍କି ସରକାର ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୨/୮)