ଆଜି ସଂକ୍ଷେପରେ…(୨୨/୭)

୧- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ ମାସ ପାଇଁ ମିଳିବ ମାଗଣା ଚାଉଳ ଆଉ ଡାଲି।

୨- ମହାମାରୀ ବେଳେ ବଢ଼ିଲା କରନା ଯୋଦ୍ଧା ଙ୍କ ଅବସର ସମୟ,ମେଡିକାଲ୍‌ ଅଫିସରଙ୍କ ଅବସର ବୟସ ସୀମା ୬୨ ରୁ ୬୫ କୁ ବୃଦ୍ଧି କଲେ ଓଡ଼ିଶା ସରକାର।

୩- କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କଟକ ଓ ଖୋର୍ଦ୍ଧାକୁ ମିଳିବ ୧୫ କୋଟି।

୪- ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ: ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ପାଠ୍ଯପୁସ୍ତକ ଏବଂ ୟୁନିଫର୍ମ ଯୋଗାଇବାରେ କେନ୍ଦୁଝର ରାଜ୍ଯର ପ୍ରଥମ ଜିଲ୍ଲା।

୫- ବିହାର ଆସାମରେ ବନ୍ୟା,ଓଡ଼ିଶାରେ ବଢୁଛି ଆଳୁ ପିଆଜ ଦର।ଦିନକରେ ପିଆଜ ୪ଟଙ୍କା ମହଙ୍ଗା।

୬- ଆଜି ଅପରାହ୍ନ ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ।କୋଭିଡ ସ୍ଥିତିକୁ ଦେଖି ଆସିପାରେ ବଡ଼ ନିଷ୍ପତ୍ତି।

୭- ଭୁବନେଶ୍ୱର: ଦିନକରେ ରୂପା ୧୧୦୦ ମହଙ୍ଗା,ଏବେ କିଲୋ ପିଛା ୫୫୦୦୦ ଟଙ୍କା ପାର।

୮- ଶ୍ରୀନଗର:କରୋନା ସଂକ୍ରମଣ ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ବାତିଲ।

୯- ଡ଼ିସେମ୍ବର ସୁଦ୍ଧା ଭାରତରେ ମିଳିବ କରୋନା ଟୀକା, ଗୋଟିକୁ ୧ ହଜାର ଟଙ୍କା:ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ

୧୦- ଝାଡ଼ଖଣ୍ଡ: ପାନ, ଗୁଟଖା, ଖଇନୀ, ବିଡ଼ି, ସିଗାରେଟ ବିକ୍ରି ଓ ବ୍ୟବହାର ବର୍ଷକ ପାଇଁ ବନ୍ଦ।

୧୧- କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ୟସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଜାମିନ ଆବେଦନ ଖାରଜ।

୧୨-ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଇଣ୍ଡିଆନ୍‌ ବୁଲିଅନ୍‌ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି।

୧୩-ଦେଶର ୧୩ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୧୨ରୁ ଉର୍ଦ୍ଧ୍ଵ ବିଶ୍ଵ ବିଦ୍ୟାଳୟର ୩୧ ଛାତ୍ର ଅନ୍ତିମ ବର୍ଷର ପରୀକ୍ଷାକୁ ବାଧ୍ୟତାମୂଳକ କରିବା ୟୁଜିରି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

୧୪-ନୟାଗଡ଼ ଜିଲାର ଗର୍ବ ଓ ଗୌରବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି।

୧୫-ୟୁଏଇରେ ହେବ ୨୦୨୦ ଆଇପିଏଲ: ଗଭର୍ଣ୍ଣିଂ ବଡିକୁ ଜଣାଇଲେ ଚେୟାରମ୍ୟାନ୍ ବୃଜେଶ ପଟେଲ, ଆସନ୍ତା ସପ୍ତାହରେ ଚୁଡାନ୍ତ ପ୍ରୋଗ୍ରାମ୍ ।

୧୬-ଗଞ୍ଜାମରେ ୪୦୦ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ପ୍ରସ୍ତୁତ

୧୭-ଏନ-୯୫ ମାସ୍କ ବ୍ୟବାହାର ନ କରିବାକୁ କେନ୍ଦ୍ର ସରକାର କଲେ ସତର୍କ : ସବୁ ରାଜ୍ୟକୁ ଚିଠି, କହିଲେ; ଏଭଳି ମାସ୍କ ରୋକିପାରିବନି ଭୂତାଣୁ ବିସ୍ତାର ଓ ପିନ୍ଧିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଅଟେ କ୍ଷତିକାରକ।

୧୮-ରାଜ୍ୟରେ ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି
୪୦୦ ସୁସ୍ଥ: ମୋଟ ସୁସ୍ଥ ହେଲେ ୧୩୩୧୦ ଜଣ

୧୯-୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜିଠାରୁ ଏହା ୨ଟି ପର୍ଯ୍ୟାୟରେ ଲାଗୁ ହେବ। 

୨୦-ରାଜ୍ୟରେ କରୋନା ମୃତ୍ୟୁ ଶହେ ଟପିଲା, ୨୧ଦିନରେ ୧୧ ହଜାରରୁ ଅଧିକ ଆକ୍ରାନ୍ତ।

୨୧-ଭୁବନେଶ୍ୱରରେ ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୨/୭)